ମୁମ୍ବାଇ : ନିର୍ବାଚନ କମିଶନଙ୍କ ଟିମକୁ ମାରପିଟ୍ କରି ବିଦେଶିନୀ ମଡେଲ ଗିରଫ

Published By : Prameya-News7 Bureau | October 03, 2019 IST

ମୁମ୍ବାଇ : ପୋଲିସ ଓ ଇଲେକ୍ସନ କମିଶନଙ୍କ ଟିମ ସହ ମାରପିଟ କରିବା ଅଭିଯୋଗରେ ମୁମ୍ବାଇରେ ରହୁଥିବା କାନାଡାର ଜନୈକ ମଡେଲ ଗିରଫ ହୋଇଛନ୍ତି। ମଡେଲ ସିନା ଲଖାନୀଙ୍କୁ ଗୁରୁବାର ବାନ୍ଦ୍ରା କୋର୍ଟରେ ହାଜର କରାଯାଇଥିବା ବେଳେ ତାଙ୍କୁ ଦିନକ ଲାଗି ପୋଲିସ ହେପାଜତକୁ ପଠାଇ ଦିଆଯାଇଛି। ବୁଧବାର ଅନ୍ଧେରୀର ବିରା ଦେଶାୟୀ ରୋଡରେ ପୋଲିସ ଓ ନିର୍ବାଚନ ଆୟୋଗଙ୍କ ଟିମ ମିଳିତ ନାକାବନ୍ଦୀ କରିଥିବା ବେଳେ ମଡେଲ ସେହି ବାଟ ଦେଇ ଯାଉଥିଲେ।

{"id":165811,"width":580,"height":580}

ଫ୍ଲାଇଂ ସ୍କ୍ୱାର୍ଡର ଯାନବାହନ ଯାଞ୍ଚ ଲାଗି ମଡେଲ ରାଜି ହୋଇଯାଇଥିଲେ। ହେଲେ ଯାଞ୍ଚରେ  ଭିଡିଓ ରେକର୍ଡିଂକୁ  ସେ ବିରୋଧ କରିଥିଲେ। ଏହାକୁ ନେଇ ନିର୍ବାଚନ କମିଶନଙ୍କ କର୍ମଚାରୀଙ୍କ ସହ ସିନାଙ୍କର ଯୁକ୍ତିତର୍କ ହୋଇଥିଲା। ତେବେ ଘଟଣାରେ ସ୍ଥାନୀୟ ଲୋକେ ହସ୍ତକ୍ଷେପ କରିବାରୁ ପୋଲିସ ସିନାଙ୍କ ବାହନ ଯାଞ୍ଚ କରିପାରିନଥିଲା ଓ ସେ ସେଠାରୁ ଚାଲିଯାଇଥିଲେ। ହେଲେ ଘଟଣା ସେତିକିରେ ଶେଷ ହୋଇନଥିଲା। ଅପରାହ୍ନରେ ସିନା ମୋଟର ସାଇକେଲରେ ୨ ଜଣ ସାଥୀଙ୍କୁ ନେଇ ମିଳିତ ଯାଞ୍ଚ ସ୍ଥଳକୁ ଆଉଥରେ ଆସିବା ସହ ଅଧିକାରୀମାନଙ୍କ ସହ ଝଗଡା କରିଥିଲେ।

{"id":165812,"width":577,"height":529}

ନିର୍ବାଚନ କମିଶନଙ୍କ ଟିମ ସହ ସିନା ଓ ତାଙ୍କ ସାଥୀମାନଙ୍କର ଝଗଡା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଝଗଡା ତୁଟାଇବାକୁ ସେଠାରେ ପୋଲିସ ପହଞ୍ଚିବାରୁ ସେମାନଙ୍କ ସହ ମଧ୍ୟ ସିନା ଓ ତାଙ୍କ ସାଥୀମାନେ ଧସ୍ତାଧସ୍ତି କରିଥିଲେ। ଆୟୋଗ କର୍ମଚାରୀଙ୍କ କ୍ୟାମେରା ଛଡାଇବାକୁ ସିନାଙ୍କ ସାଥୀମାନେ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ ଅନ୍ଧେରୀ ଥାନାକୁ ଧରି ନେଇଥିଲା। ବିଳମ୍ବିତ ରାତ୍ରିରେ ସେମାନଙ୍କ ବିରୋଧରେ ପୋଲିସ ଏତଲା ରୁଜୁ କରିଥିବା ବେଳେ ମଡେଲଙ୍କୁ ଆଇପିସିର ଧାରା ୩୫୩, ୧୮୬, ୪୨୭ ଓ ୫୦୬ରେ  ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.