ଭାଙ୍ଗରୁ କରୋନା ଔଷଧ ପ୍ରସ୍ତୁତ କରିବା ଦାବି କରିଛି କାନାଡାର କମ୍ପାନି ଅକସିରା ଫାର୍ମା, ଭାରତୀୟ ରୋଗୀଙ୍କ ଉପରେ କରିବାକୁ ଚାହେଁ ଟ୍ରାଏଲ

Published By : Prameya-News7 Bureau | September 22, 2020 IST

ନୂଆଦିଲ୍ଲୀ ୨୨/୦୯: ଭାରତ ସମେତ ବିଭିନ୍ନ ଦେଶରେ କରୋନା ଭାକସିନର ଟ୍ରାଏଲ ଚାଲିଛି। ଏତେ ମାସ ବିତିଯିବା ପରେ ମଧ୍ୟ ଏଯାଏଁ ଗୋଟିଏ ବି ହେଲେ ଟିକା ଉପଲବ୍ଧ ହୋଇପାରି ନାହିଁ। ଏହି କ୍ରମରେ କାନାଡାର ଏକ କମ୍ପାନି ଭାଙ୍ଗରୁ କରୋନା ଦୂର କରିବାକୁ ଚାହୁଁଛି। କାନାଡାର କମ୍ପାନି ଅକସିରା ଫାର୍ମା ଭାଙ୍ଗ ଅର୍ଥାତ କାନାବିସରୁ କରୋନା ଭାଇରସ ରୋଗୀଙ୍କ ଚିକିତ୍ସା କରିବାକୁ ଦାବି କରିଛି।

ଅକସିରା ଫାର୍ମା ଦ୍ବାରା ତିଆାରି କରାଯାଇଥିବା ଔଷଧ ନାଁ Cannabidiol-CBD । ଯାହା କୌଣସି ପାଶ୍ର୍ବପ୍ରତିକ୍ରିୟା ଦେଖାଇବ ନାହିଁ। ଏହା ବ୍ୟତୀତ କମ୍ପାନିର ଦାବି ​‌କୋଭିଡ୍-୧୯ରେ ହେଉଥିବା ରୋଗରୁ ମଧ୍ୟ ରକ୍ଷା କରିବ। କମ୍ପାନି ଚାହୁଁଛି ଭାରତରେ ଏହାର ଟ୍ରାଏଲ ହେଉ ଓ କେନ୍ଦ୍ରସରକାରଙ୍କ ସହିତ ଏ ନେଇ କଥାବାର୍ତା ଜାରି ରହିଛି।

ଅକସିରାର ବିଶ୍ବାସ ଯେ ଆମେରିକାର କିଛି ରାଜ୍ୟରେ ଭାଙ୍ଗରେ ପ୍ରସ୍ତୁତ ଉତ୍ପାଦ ଗ୍ରହଣୀୟ। ଏପରିକି ୟୁଏସରେ ଏହାକୁ ଲିଗାଲ ବୋଲି ଘୋଷଣା କରାଯାଇଛି। ଭାଙ୍ଗରେ ସାଇକେଏକ୍ଟିଭ ପ୍ରପଟି ରହିଛି ଯାହା ମଣିଷ ଶରୀରକୁ ଆରାମ ପହଞ୍ଚାଏ। ଏହା ସହ ଶରୀରର ଯନ୍ତ୍ରଣା ଦୂର କରେ। ଏଥିରେ ଆଣ୍ଟିଭାଇରାଲ ତତ୍ତ୍ବ ଅଛି। ଏଥିପାଇଁ କମ୍ପାନି ଦାବି କରିଛି ଏହା ଦ୍କବାରା ରୋନା ଭାଇରସ ଚିକିତ୍ସା କରିବା ପାଇଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.