ନିଜ ବଡିଗାର୍ଡଙ୍କୁ ବିବାହ କଲେ କାନାଡ଼ା-ଆମେରିକୀୟ ଅଭିନେତ୍ରୀ ପାମେଲା ଆଣ୍ଡରସନ୍, କହିଲେ ଇଏ ଲକ୍‌ଡାଉନ୍‌ ପ୍ରେମ...

Published By : Prameya-News7 Bureau | January 28, 2021 IST

ନୂଆଦିଲ୍ଲୀ, ୨୮/୦୧: କାନାଡ଼ା- ଆମେରିକୀୟ ଅଭିନେତ୍ରୀ ପାମେଲା ଆଣ୍ଡରସନ୍ ନିଜର ବଡିଗାର୍ଡ ଡାନ ହେହର୍ଷ୍ଟଙ୍କୁ ବିବାହ କରିଛନ୍ତି । କରୋନା ଲକ୍‌ଡାଉମ୍ ସମୟରେ ସେ ତାଙ୍କ ବଡିଗାର୍ଡଙ୍କ ପ୍ରେମରେ ପଡ଼ିଯାଇଥିଲେ । ପୂର୍ବତନ ବେୱାଚ୍ ସୁନ୍ଦରୀ କାନାଡର ଭାନକୌଭର୍ ଦ୍ୱୀପରେ ଖ୍ରାଷ୍ଟମାସ ଅବସରରେ ତାଙ୍କ ସହରରେ ରହୁଥିବା ଡାନଙ୍କ ହାତ ଧରିଥିବା ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି । ମୁଁ ଯେଉଁଠି ରହିବା କଥା ରହିଛି । ମତେ ଭଲ ପାଉଥିବା ଯୁବକଙ୍କ ସହ ମୁଁ ବାନ୍ଧି ହୋଇ ଯାଇଛି ବୋଲି ପାମେଲା ପ୍ରକାଶ କରିଛନ୍ତି । ଏ ନେଇ ସେ ଏହି ବିଶେଷ ମୂହୁର୍ତ୍ତର ଫଟୋ ଓ ଭିଡିଓ ସେୟାର କରିଛନ୍ତି।

{"id":399919,"sizeSlug":"large","linkDestination":"none"}

ଆଣ୍ଡରସନ୍ କାନାଡ଼ାର ବାସିନ୍ଦା । ପାମେଲା ୧୯୬୭ ମସିହାରେ ବ୍ରିଟିଶ କଲମ୍ବିଆର ଏକ ଦୂର ମତ୍ସ୍ୟଜୀବୀ ଗାଁ ଲେଡିସ୍ମିଥରେ ଜନ୍ମଗ୍ରହଣ କରିଥିଲେ । ପ୍ଲେ ବୟ ଲସ୍ ଆଞ୍ଜେଲସକୁ ସ୍ଥାନାନ୍ତରିତ ନହେବା ପର୍ଯ୍ୟନ୍ତ ସେ ଏହି ଅଞ୍ଚଳରେ ବାସ କରୁଥିଲେ । ଇଥେରାଲ୍ ସୌନ୍ଦର୍ଯ୍ୟର ଅଧିକାରୀ ପାମେଲା ବାହାଘରରେ ଚମକୁଥିବା ଧଳା ଭିଣ୍ଟେଜ୍‌ର ବିବାହ ପୋଷାକ ଏବଂ ଏକ ଲମ୍ବା ଟ୍ରେଲ୍ ବ୍ରାଇଡାଲ୍ ଓଢ଼ଣାରେ ସଜ୍ଜିତ ହୋଇଥିଲେ । ଗୋଲାପୀ ଏବଂ ଧଳା ଗୋଲାପର ଏକ ଛୋଟ ପୁଷ୍ପ ତୋଡ଼ା ଧରି ଆଣ୍ଡରସନ ସାଧା ଗାଉନରେ ଅତି ସୁନ୍ଦର ଭାବେ ସଜେଇ ହୋଇଥିବା ବେଳେ ଡାନ କଳା ଟ୍ରାଉଜର ଏବଂ ଧଳା ସାର୍ଟ ପିନ୍ଧିଥିଲେ।

{"id":399920,"sizeSlug":"large","linkDestination":"none"}

ଗତ ବର୍ଷ ଲକଡାଉନ୍ ଆରମ୍ଭରେ ଆଣ୍ଡରସନ୍ ଭାନକୌଭର ଦ୍ୱୀପରେ ସ୍ଥାନୀୟ ବାସିନ୍ଦା ଭାବେ ରହୁଥିବା ହେହର୍ଷ୍ଟଙ୍କୁ ଭେଟିଥିଲେ। ସେବେଠାରୁ, ଏହି ଯୋଡି ସଦାବେଳେ ଏକାଠି ରହିଆସିଥିବା ଦେଖିବାକୁ ମିଳିଥିଲା । ଆଣ୍ଡରସନ ମଜାକ୍ କରି ଗଣମାଧ୍ୟମକୁ କହିଛନ୍ତି, 'ଏହି ଗୋଟିଏ ବର୍ଷ ଏକାଠି ରହିବା ତାଙ୍କୁ ସାତ ବର୍ଷ ପରି ଅନୁଭବ ହୋଇଛି । ବର୍ତ୍ତମାନ ସେ ଦୁଇଜଣ ବହୁତ ଖୁସି ଥିବା ଆଣ୍ଡରସନ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.