Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାନାଡାର ଟରଣ୍ଟୋରେ ୯ ଜଣଙ୍କ ଉପରେ ଚଢ଼ିଗଲା ଭ୍ୟାନ

24/04/2018 at 5:13 AM

କାନାଡାର ଟରଣ୍ଟୋରେ ଟ୍ରକ ଚଢ଼ାଇ ଜଣେ ଆତତାୟୀ ୯ ଜଣ ପଥଚାରୀଙ୍କୁ ହତ୍ୟା କରିଛି । ଏହି ଘଟଣାରେ ୧୬ ଜଣ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପୋଲିସ ଟ୍ରକ ଚାଳକକୁ ଗିରଫ କରିଛି । ଟରଣ୍ଟୋ ପୋଲିସ କହିଛି, ସୋମବାର ସ୍ଥାନୀୟ ସମୟ ଅପରାହ୍ନ ୧ଟା ୨୭ରେ ଏହି ଘଟଣା ଘଟିଛି । କେଉଁ କାରଣରୁ ରାସ୍ତା କଡ଼ରେ ଯାଉଥିବା ଲୋକଙ୍କ ଉପରକୁ ଚାଳକ ଟ୍ରକ ଚଢ଼ାଇ ଥିଲା ତାହା ସ୍ପଷ୍ଟ ହୋଇ ନାହିଁ । ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି । ଏହି ଘଟଣାକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରଡୋ ଗଭୀର ଶୋକ ଜଣାଇଛନ୍ତି । ଟୁଇଟରେ ସେ ଲେଖିଛନ୍ତି ଜୀବନ ହରାଇଥିବା ପରିବାରଙ୍କୁ ସହିତ ସରକାର ଅଛି । ଘଟଣାର ତଦନ୍ତ ହେବ ।

Leave a Reply

   Related Posts