Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଭାରତକୁ ସାହାଯ୍ୟର ହାତ ବଢାଇଲେ କାନାଡାର ଅନେକ କମ୍ପାନୀ, ପ୍ରଦାନ କଲେ ୩୫୪ କୋଟି ଟଙ୍କା

6/06/2021 at 10:07 AM

ନୂଆଦିଲ୍ଲୀ, ୦୬/୦୬:  ଭାରତରେ କରୋନା ସ୍ଥିତି ସଙ୍ଗୀନ ରହିଛି । ପ୍ରଦିନିଦ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାସହ ହଜାର ହଜାର ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଉଛନ୍ତି । ଏହି ସମୟରେ ଅନେକ ଦେଶ ଭାରତକୁ କରୋନା ଲଢେଇରେ ସହଯୋଗ କରୁଛନ୍ତି । ବିଭିନ୍ନ ସାହାଯ୍ୟ ଓ ସହାୟତା ମଧ୍ୟ ଯୋଗାଉ ଦେଉଛନ୍ତି । କାନାଡାର କମ୍ପାନୀ ସମୁହ ଭାରତକୁ ୩୫୪ କୋଟି ଟଙ୍କାର ଆର୍ଥିକ ସହୟତା ପ୍ରଦାନ କରିଛନ୍ତି ।

କାନାଡ-ଇଣ୍ଡିଆ ବିଜନେସ୍ କାଉନସିଲ୍ ବା ସି-ଆଇବିସି ଶୁକ୍ରବାର କହିଛି ଯେ, ସଦସ୍ୟମାନେ ଭାରତକୁ ସାହାଯ୍ୟ ପାଇଁ ଆଗଭ ଅଛନ୍ତି । ସଦସ୍ୟମାନେ ପ୍ରାୟ ୫୮,୮୨୨,୧୫୦ କାନାଡିଆନ ଡଲାର ବା ୩୫୪ କୋଟି ଟଙ୍କା ସଂଗ୍ରହ କରି ଭାରତକୁ ପ୍ରଦାନ କରିଛନ୍ତି । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛି କାଉନସିଲ୍ ।

ସି-ଆଇବିସି ଆହୁରି ମଧ୍ୟ କହିଛି ଯେ, ଗତ କିଛି ସପ୍ତାହ ହେଲା ଭାରତରେ କେସ୍ କମୁଛି । ଅନେକ ରାଜ୍ୟର ଟିକାକରଣ ଜୋରସୋରରେ ଚାଲିଛି । ଏବେବି ଭାରତକୁ ସହାୟତାର ଆବଶ୍ୟକତା ରହିଛି । ଏହାସହ ସି-ଆଇବିସି ଭାରତକୁ ସହାୟତା ପାଇଁ ନିରନ୍ତର ପ୍ରୟାସ ଜାରି ରଖିବ ବୋଲି ମଧ୍ୟ କହିଛି ।

ସି-ଆଇବିସି ସଭାପତି ଭିକ୍ଟର ଥୋମାସ୍ କହିଛନ୍ତି ଯେ, କାନାଡାର ଅନେକ କମ୍ପାନୀ ଭାରତରେ ବ୍ୟବସାୟ କରୁଛନ୍ତି । ଯାହା ଭାର-କାନାଡାର ଅର୍ଥନୀତିକୁ ସୁଦୃଢ କରୁଛି । ଯେଉଁ ଅର୍ଥରାଶି ଭାରତକୁ ପ୍ରଦାନ କରାଯିବ ତାହା କାନାଡା ରେଡ୍ କ୍ରସ୍ ମାଧ୍ୟମରେ ଦିଆଯିବ । ସେହିପରି ଅନେକ ବ୍ୟବସାୟୀ ଭାରତକୁ ସିଧାସଳଖ ଭାବେ କୋଭିଡ ଲଢେଇରେ ବ୍ୟବହୃତ ସରଞ୍ଜାମ ପ୍ରଦାନ କରିଛନ୍ତି ।

   Related Posts