Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ଆଜିର ବଡ଼ ଖବର, ‘୨୦୨୦ ପଞ୍ଜାବ ରେଫରେଣ୍ଡମ’କୁ କାନାଡାର ଅସ୍ୱୀକାର

25/07/2020 at 10:10 PM

ଓଟାୱା ୨୫।୭:  କାନାଡା ସରକାର ‘ପଞ୍ଜାବ ୨୦୨୦ ରେଫରେଣ୍ଡମ’ ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି। ଆମେରିକାରେ ରହୁଥିବା ଶିଖ୍ ବିଛିନ୍ନତାବାଦୀମାନେ ଭାରତରେ ଶିଖମାନଙ୍କ ଲାଗି ପୃଥକ ଖାଲିସ୍ତାନ ଦାବି କରୁଛନ୍ତି। ଏ ନେଇ ସେମାନେ କାନାଡାରେ ଆଣିଥିବା ରେଫରେଣ୍ଡମ ପ୍ରସ୍ତାବକୁ ସରକାର ଅଗ୍ରାହ୍ୟ କରିଛନ୍ତି। କାନାଡା ସରକାରଙ୍କ ନିଷ୍ପତ୍ତି ଜଣାପଡିବା ପରେ ଭାରତ ଏହାକୁ ଏକ କୁଟନୈତିକ ବିଜୟ ବୋଲି କହିଛି।

ଅନ୍ୟପକ୍ଷରେ ରେଫରେଣ୍ଡମ ଦେଶର ସୀମା ଡେଇଁ ବିଦେଶରେ ଦାବି ହୋଇ ନଥାଏ ବୋଲି ପଞ୍ଜାବର ଅବସର ପ୍ରାପ୍ତ ପୋଲିସ ଡିଜି ଶଶିକାନ୍ତ କହିଛନ୍ତି। ଏଣୁ ଏହାକୁ ରେଫରେଣ୍ଡମ ବୋଲି କୁହାଯାଇ ନପାରେ ବୋଲି କହିଛନ୍ତି। ସେହିପରି ଅଲ ଇଣ୍ଡିଆ ଆଣ୍ଟି ଟେରରିଷ୍ଟ ଫ୍ରଣ୍ଟର ଅଧ୍ୟକ୍ଷ ମନିନ୍ଦର ସିଂ ବିଟା ଏହାକୁ ପାକିସ୍ତାନର ଏକ ପ୍ରୋପାଗଣ୍ଡା ବୋଲି କହିଛନ୍ତି।

ସେ କହିଛନ୍ତି ଯେ ବିଦେଶରେ ରହୁଥିବା ଶିଖ୍‌ମାନେ ସେମାନଙ୍କ ଧର୍ମର ଖୁବ୍ ନିକଟରେ ଓ ସାରା ବିଶ୍ୱରେ ଧର୍ମର ପ୍ରଚାର କରୁଛନ୍ତି। କିଛି ଲୋକେ ଯଦିବି ଖାଲିସ୍ତାନ ଦାବି କରୁଛନ୍ତି ତେବେ ଏହା ସମଗ୍ର ଶିଖ୍ ସମୂଦାୟର ଦାବି ବୋଲି କୁହାଯାଇ ନପାରେ। ତେବେ କାନାଡା ଏପରି ଦାବିକୁ ଅସ୍ୱୀକାର କରିବା ଏକ ଭଲ ଖବର ବୋଲି ବିଟା କହିଛନ୍ତି।

   Related Posts