Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଭାରତ ଏବଂ ପାକ୍ ବିମାନ ଉପରେ ରୋକ୍ ଲଗାଇଲା କାନାଡା, ଜୁନ୍ ୨୧ ପର୍ଯ୍ୟନ୍ତ ବ୍ୟାନ୍

22/05/2021 at 10:42 AM

ନୂଆଦିଲ୍ଲୀ ୨୨।୫: ଭାରତରେ ଜାରି ରହିଥିବା କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଅନେକ ଦେଶ ଗୋଟିଏ ପରେ ଗୋଟିଏ ଭାରତରୁ ଆସବାକୁ ଥିବା ବିମାନ ଉପରେ ରୋକ ଲଗାଇଛନ୍ତି । ଏହି ସମୟରେ କାନାଡା,  ଭାରତ ଏବଂ ପାକିସ୍ତାନରୁ ଆସୁଥିବା ଯାତ୍ରୀବାହୀ ବିମାନ ଉପରେ ଲଗାଯାଇଥିବା ବ୍ୟାନ୍ କୁ ଏକ ମାସ ପାଇଁ ବୃଦ୍ଧି କରିଛି । ଅର୍ଥାତ ଜୁନ୍ ୨୧ ପର୍ଯ୍ୟନ୍ତ ଏହି ଦୁଇ ଦେଶରୁ କାନାଡାକୁ କୌଣସି ବିମାନ ଚଳାଚଳ କରିପାରିବନାହିଁ ।

କାନାଡାର ପରିବହନ ମନ୍ତ୍ରୀ ଓମାର ଅଲଘାବରା ଏ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, କୋଭିଡ୍ ୧୯ ବିରୋଧରେ ଲଢେଇ ଯୋଗୁଁ ଏହି ବ୍ୟାନ୍ ଜୁନ୍ ୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ଓମାର କହିଛନ୍ତି ଯେ, ଭାରତରେ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଅପ୍ରେଲ ୨୨ତାରିଖରେ କାନାଡା ଏଭଳି ରୋକ୍ ଲଗାଇଥିଲା । ଏହାପରେ ଏଠାରେ କରୋନା ଭାଇରସ୍ ସଂକ୍ରମଣ ମାମଲା କମ୍ ହେବାରେ ଲାଗିଲା ।

ଏହାସହ ପରିବହନ ମନ୍ତ୍ରୀ କହିଛନ୍ତି ଯେ,  ଏହି ବ୍ୟାନ୍ ନିର୍ଦ୍ଦେଶ କାର୍ଗୋ ବିମାନ ଉପରେ ଲାଗୁ ହେବ ନାହିଁ । ଉଲ୍ଲେଖଯୋଗ୍ୟ ଯେ, କାନାଡା, ବ୍ରିଟେନ, ସାଉଦି ଆରବ, ନ୍ୟୁଜିଲ୍ୟାଣ୍ଡ, କୁଏତ, ଓମାନ, ହଂକଂ, ସିଙ୍ଗାପୁର ଭଳି ଦେଶଗୁଡିକ ଭାରତରୁ ବିମାନ ଚଳାଚଳ ଉପରେ ରୋକ୍ ଲଗାଇ ସାରିଛନ୍ତି । ଏହି ସମୟରେ ଚୀନ୍ ଭାରତରୁ କାର୍ଗୋ ବିମାନ ସେବା ମଧ୍ୟ ବାତିଲ କରିଦେଇଛି ।

   Related Posts