ଏଣିକି ନାବାଳକଙ୍କୁ ଦିଆଯିବ କରୋନା ଟିକା : କାନାଡାରେ ଫାଇଜରକୁ ଗ୍ରୀନ୍ ସିଗନାଲ୍

Published By : Prameya-News7 Bureau | May 06, 2021 IST

ଟରଣ୍ଟୋ ୬/୫ : କାନାଡରେ ନାବାଳକଙ୍କୁ ଟିକାକରଣ ନେଇ ନିଷ୍ପତ୍ତି ନିଆଯାଇଛି । ୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଟିକା ଦେବା ଅନୁମତି ଆସିବା ପରେ ଆରମ୍ଭ ହୋଇଛି ଯାଞ୍ଚ । ଟିକାକରଣ ପାଇଁ ଫାଇଜର-ବାୟୋନୋଟେକର କରୋନା ଟିକାକୁ ମିଳିଛି ଅନୁମୋଦନ । କାନାଡା ଏହା କରିବାରେ ପ୍ରଥମ ଦେଶ ହୋଇପାରିଛି । ଅଧିକାଂଶ ଦେଶରେ ବୟସ୍କମାନଙ୍କୁ ବର୍ତ୍ତମାନ କରୋନା ଟିକା ଦିଆଯାଉଛି ।

କେତେକ ଦେଶରେ ଟିକାକରଣର ସର୍ବନିମ୍ନ ବୟସ ୧୬ ବର୍ଷ ପର୍ଯ୍ୟନ୍ତ ରଖାଯାଇଛି । ଏହି ବୟସରୁ କମ୍ ପିଲାମାନଙ୍କୁ କରୋନା ଟିକା ଦିଆଯାଉ ନାହିଁ । କାନାଡାର ଏହା ହେଉଛି ପ୍ରଥମ ଟିକା ଯାହା କୋଭିଡ -୧୯ ରୁ ପିଲାଙ୍କୁ ସୁରକ୍ଷା ଦେବା ପାଇଁ ଅନୁମୋଦିତ ହୋଇଛି । ମହାମାରୀ ବିରୋଧରେ କାନାଡାର ଯୁଦ୍ଧରେ ଏହା ଏକ ମାଇଲଖୁଣ୍ଟ ଅଟେ ବୋଲି କାନାଡାର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ସୁପ୍ରିୟା ଶର୍ମା କହିଛନ୍ତି ।

ଦୁନିଆରେ ପ୍ରଥମ ଥର ପାଇଁ ଆମେ ୧୨ରୁ ୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ ଫାଇଜର ଟିକା ଅନୁମୋଦନ କରିଛୁ । ସେ କହିଛନ୍ତି ଯେ, ଉତ୍ପାଦକଙ୍କ ଦ୍ୱାରା ଦାଖଲ ହୋଇଥିବା ପରୀକ୍ଷା ରିପୋର୍ଟର ସମୀକ୍ଷା କରିବା ପରେ ଏହାକୁ ବ୍ରିଟେନ ଏବଂ ୟୁରୋପୀୟ ୟୁନିଅନରେ ମଧ୍ୟ ଅନୁମୋଦନ କରାଯାଇପାରିବ । କୁହାଯାଉଛି ଯେ ଆସନ୍ତା ସପ୍ତାହ ସୁଦ୍ଧା ୧୨ ରୁ ୧୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଆମେରିକା ଏହି ଟିକାକୁ ଅନୁମୋଦନ କରିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.