Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଗଞ୍ଜେଇ ଚାଷକୁ ସରକାରୀ ମାନ୍ୟତା ଦେବା ପାଇଁ ହେବ ବୈଠକ

18/11/2019 at 9:49 PM

ଭୁବନେଶ୍ୱର ୧୮।୧୧ – ଗଞ୍ଜେଇ ଚାଷ  କରିବା ପାଇଁ ଆଲୋଚନା ହେବ, ଏକଥା ଆମେ କହୁନୁ । ସରକାରଙ୍କ ଗୋଟିଏ ଚିଠି ଏମିତି କିଛି ଆଭାସ ଦେଉଛି । ଏଥର ସରକାର ଗଞ୍ଜେଇ ଚାଷ କରିବା ଲାଗି ଅନୁମତି ଦେବେ।  ତେବେ ଏହାକୁ ନେଇ ବିରୋଧୀ  ବି ବିରୋଧ କଲେଣି । 

ମଦ ପରେ ଗଞ୍ଜେଇ ଉପରେ ଲାଗିବ ସରକାରୀ ମୋହର । ଗଞ୍ଜେଇ ଚାଷକୁ ସରକାରଙ୍କ ହଁ । ଗଞ୍ଜେଇ ଚାଷକୁ ଅନୁମତି ଦେବାକୁ ସରକାର ସଜବାଜ ହେଉଛନ୍ତି । କିଭଳି ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବ ଏବଂ ଯେଉଁମାନେ ଗଞ୍ଜେଇ ଚାଷ କରିବେ ତା ପାଇଁ ଆଇନ କାନୁନ ବ୍ୟବସ୍ଥା କଣ ହେବ ସେନେଇ ଆଲୋଚନା କରିବାକୁ ଅବକାରୀ ସଚିବ ଡାକିଛନ୍ତି ବୈଠକ । କାଲି ସକାଳ ସାଢ଼େ ଦଶଟାରେ ବସିବ ଏହି ବୈଠକ । ଯେଉଁଥିରେ ବିଭାଗର ସମସ୍ତ ଅଧିକାରୀ ଏକାଠି ଗଞ୍ଜେଇ ଚାଷର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ । ଏଥିପାଇଁ ଅବକାରୀ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ଚିଠି ପଠାଇଛନ୍ତି । ଯେହେତୁ ଔଷଧ ପ୍ରସ୍ତୁତିରେ ଗଞ୍ଜେଇ ଉପଯୋଗ ହେଉଛି ସେଥିପାଇଁ ଏହା ଉପରେ ସରକାରୀ ମାନ୍ୟତା ଦେବାକୁ ଯୁକ୍ତି ବାଢିଛନ୍ତି ସରକାର ।

ପୂର୍ବରୁ ସରକାର ମଦକୁ ନେଇ ଖୁବ ଶରବ୍ୟ ହୋଇଛନ୍ତି। ହେଲେ ଏସବୁକୁ ଅଣଦେଖା କରି ପୁଣି ସରକାର ଗଞ୍ଜେଇ ପାଇଁ ଅଣ୍ଟାଭିଡ଼ିଲେଣି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଆକ୍ଷେପ କରିଛନ୍ତି।  ଏହା ସରକାରଙ୍କ ରାଜସ୍ବ ହାତେଇବା ଯୋଜନା ବୋଲି ଅଭିଯୋଗ ବାଢିଛନ୍ତି ।  

ଲୁଚାଚୋରାରେ ଆମ ରାଜ୍ୟରେ ବ୍ୟାପକ ଗଞ୍ଜେଇ ଚାଷ ଚାଲିଛି । ବିଶେଷକରି ଅବିଭକ୍ତ କୋରାପୁଟର ଉପାନ୍ତ ଅଂଚଳରେ ଏହାର ମାତ୍ରା ଅଧିକ । କେତେବେଳେ ଗଞ୍ଜେଇ ଚାଷ ସହ ନକ୍ସଲ ଲିଙ୍କ ତ ଆଉ କେତେବେଳେ ସ୍ଥାନୀୟ ନେତାଙ୍କ ସଂପୃକ୍ତି ତଥ୍ୟ ସମସ୍ତଙ୍କୁ ସ୍ତବ୍ଧ କରୁଛି । ପ୍ରଶ୍ନ ଉଠୁଛି, ସରକାର କଣ ଏସବୁ ରୋକିବାରେ ବିଫଳ ହୋଇଛନ୍ତି କି? ବିଫଳ ହେବା ପରେ କଣ ଗଞ୍ଜେଇ ଚାଷରୁ କିଭଳି ରାଜସ୍ବ ମିଳିବ ସେନେଇ ସରକାର ଚିନ୍ତା କରୁଛନ୍ତି କି? 

ଏକର ଏକର ଗଞ୍ଜେଇ ଚାଷ ଜାଳିଦିଆଯିବା ବେଳେ ସରକାର କଣ ଏହାରା ଔଷଧୀୟ ଗୁଣ ଜାଣିପାରୁନଥିଲେ, ତେବେ ଆମେ କଣ ଏୟା ବୁଝିବା ପୋଲିସ କୋଟି କୋଟି ଟଙ୍କାର ଔଷଧୀୟ ବୃକ୍ଷ ଜାଳିଦେଇଛି ?   

   Related Posts