ନକିଣି ମଧ୍ୟ ହୋଇପାରିବେ ମାରୁତି କାର ମାଲିକ, ଜାଣନ୍ତୁ କିପରି?

Published By : Prameya-News7 Bureau | October 16, 2020 IST

ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭଳି ଓଟିଟି ପ୍ଲାଟଫର୍ମର ଆପଣ ନିଶ୍ଚିତ ସବସ୍କ୍ରାଇବର ଥାଇପାରନ୍ତି। ଠିକ୍ ଏହି ଢଙ୍ଗରେ ଆପଣ ଯେ କୌଣସି ମଡେଲ ମାରୁତିକାରର ସବସକ୍ରାଇବର ହେବା ସହ ନିଜ ଘରକୁ ନେଇପାରିବେ। ଏଥିଲାଗି ଆପଣଙ୍କୁ ଗାଡ଼ି କିଣିବାକୁ ବି ପଡିବନି କି ଡାଉନପେମେଣ୍ଟ,ରୋଡଟ୍ୟାକ୍ସ, ଇନସ୍ୟୁରାନ୍ସ, ପଲ୍ୟୁସନ, ରେଜିଷ୍ଟ୍ରେସନ ଆଦି ଝିନଝଟରେ ମଧ୍ୟ ପଡିବାକୁ ପଡିବନି। ଆପଣଙ୍କ ଗାଡ଼ି ଆପଣଙ୍କ ଘର ଆଗରେ ରଖିବା ସହ ନିଜ ଇଛାରେ ବୁଲାବୁଲି ମଧ୍ୟ କରିପାରିବେ। ତେବେ କିପରି ଆସନ୍ତୁ ଜାଣିବା

{"id":345605,"sizeSlug":"large"}

ଗ୍ରାହକ ଗାଡ଼ି କ୍ରୟ ନ କରି ମଧ୍ୟ ମାରୁତି ସୁଜୁକି କାରକୁ ନିଜର କରିପାରିବେ। ଏଥିଲାଗି ମାରୁତି ସୁଜୁକିର ସବସ୍କ୍ରିପସନ ନେବାକୁ ପଡିବ।  ନିୟମ ଅନୁସାରେ  ମାରୁତିର ଯେ କୌଣସି କାରକୁ ଆପଣ ବିଭିନ୍ନ ସମୟ ଅବଧି ଲାଗି ସବସ୍କ୍ରାଇବ କରିପାରିବେ। ଏଥିରେ ଗ୍ରାହକ ଗାଡ଼ି ଲାଗି ସବୁ ପ୍ରକାର ମେଣ୍ଟେନାନ୍ସ ଓ ଇସ୍ୟୁରାନ୍ସ ସମେତ ମାସିକ ଶୁଳ୍କ ପୈଠ କରି ଗାଡ଼ି ନିଜର ଭଳି ଘରକୁ ନେଇପାରିବେ। ସବସ୍କ୍ରିପସନ ଅବଧି ସରିଲେ ଏହାକୁ ପୁଣି ବଢାଇ ମଧ୍ୟ ପାରିବେ। ନଚେତ କମ୍ପାନୀକୁ ପୁଣି ଫେରାଇ ଦେଇପାରିବେ।

{"id":345606,"sizeSlug":"large"}

କେତେ ହେବ ସବସ୍କ୍ରିପସନ ଦେୟ
ଯଦି ଗ୍ରାହକ ମାରୁତି ସ୍ୱିଫ୍ଟ କାରକୁ ୧ ବର୍ଷ ଲାଗି ସବସ୍କ୍ରାଇବ କରନ୍ତି ତେବେ ମାସିକ ତାଙ୍କୁ ହାରାହାରି  ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୈୟ ପୈଠ କରିବାକୁ ପଡିବ। ସେହିପରି କମ୍ପାକ୍ଟ କାର ଓ ଏସୟୁଭି ଯେପରିକି ବ୍ରିଜା ଓ ଆର୍ଟିଗା ଭଳି କାର ଲାଗି ମାସିକ ୩୦ରୁ ୩୨ ହଜାର ମଧ୍ୟରେ ଦେୟ ଆସିବ।

{"id":345607,"width":578,"height":320,"sizeSlug":"large"}

ସର୍ବନିମ୍ନ ୧ ବର୍ଷ ଲାଗି ନେଇପାରିବେ ସବସ୍କ୍ରିପସନ୍
ମାରୁତି ସୁଜୁକି ତାଙ୍କର ଏହି ଅଫରରେ ବିଭିନ୍ନ ପ୍ରକାରର ସୁବିଧା ପ୍ରଦାନ କରୁଛନ୍ତି। ଆପଣ ନିଜ ଲାଗି ଯେ କୌଣସି ମଡେଲ ବାଛିବାର ସ୍ୱାଚ୍ଛନ୍ଦ୍ୟ ସାଙ୍ଗକୁ ଇଛାମୁତାବକ ସମୟ ଅବଧି ଲାଗି ସବସ୍କ୍ରିପସନରେ ଗ୍ରାହକ କାର ନେଇପାରିବେ। ତେବେ ଏହି ସମୟ ଅବଧି ସର୍ବ ନିମ୍ନ ୧ ବର୍ଷ ଲାଗି ରହିବ। ଯାହାକୁ ଗ୍ରାହକ ତାଙ୍କ ଇଛାନୁସାରେ ୧୮ ମାସରୁ ଆରମ୍ଭ କରି ୨ରୁ ୩ ବର୍ଷ ପର୍ଯ୍ୟନ୍ତ ମଧ୍ୟ ନିଜ ପାଖରେ ସବସ୍କ୍ରିପସନ ବଢାଇ ରଖିପାରିବେ।

{"id":345608,"sizeSlug":"large"}

ଜିରୋ ଡାଉନପେମେଣ୍ଟ, ଜିରୋ ମେଣ୍ଟେନାନ୍ସ ଓ ଜିରୋ ଟ୍ୟାକ୍ସରେ ମିଳିବ ଗାଡ଼ି
ସବସ୍କ୍ରିପସନରେ ଗ୍ରାହକ ନେଉଥିବା ଗାଡି ଲାଗି ତାଙ୍କୁ ୧ ଟଙ୍କା ବି ଖର୍ଚ୍ଚ କରିବାକୁ ପଡିବନି। ଏଥିଲାଗି ତାଙ୍କୁ କୌଣସି ଡାଉନ ପେମେଣ୍ଟ ଦେବାକୁ ପଡୁନଥିବା ବେଳେ, କୌଣସି ଶୁଳ୍କ ମଧ୍ୟ ଦେବାକୁ ପଡୁ ନାହିଁ। ସବସ୍କ୍ରାଇବର ଜିରୋ ମେଣ୍ଟେନାନ୍ସ ସାଙ୍ଗକୁ ଜିରୋ ଇନସ୍ୟୁରାନ୍ସରେ ଗାଡି ନେଇ ଫ୍ରି ରାଇଡର ମଜା ଉଠାଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.