ବାରବାଟୀରେ ଧାରା ଭାଙ୍ଗିବେ ତ ବିରାଟ ? ଘରୋଇ ଦର୍ଶକ ଚାହାନ୍ତି ଧୋନୀ- ଯୁବରାଜଙ୍କ ଭଳି ଦମଦାର ବ୍ୟାଟିଂ

Published By : Prameya-News7 Bureau | December 21, 2019 IST

ଭୁବନେଶ୍ବର ୨୧।୧୨: ବାରବାଟୀରେ ବିରାଟଙ୍କ ଠାରୁ ବଡ ଶୋ ଆଶା ରଖିଛନ୍ତି ଦର୍ଶକ । ରେକର୍ଡ ବ୍ରେକର ବିରାଟ କୋହଲିଙ୍କ ଦମ୍‌ଦାର ଖେଳ ଦେଖାଇବେ ନା  ତାହ୍କର କଟକ ରେକର୍ଡ ତାଙ୍କୁ ପୁଣି ଥରେ ଦେବେ ଝଟକା ? କ୍ରିକେଟ ବିଶେଷଜ୍ଞ ମାନେ ବିରାଟ ଏବଂ ବାରବାଟୀ ରେକର୍ଡ ନେଇ ଏବେ ଠୋସ୍‌ ଅନୁମାନ କରିପାରୁ ନାହାନ୍ତି । କଟକରେ ଡିସାଇଡର ମ୍ୟାଚ୍ ଯେତିକି ଗୁରୁତ୍ୱ ରଖେ, ବିରାଟଙ୍କ ବ୍ୟାଟିଂ ଫର୍ମ ବି ସେତିକି  ଇମ୍ପୋର୍ଟାଣ୍ଟ । କାରମ ବିରାଟଙ୍କ ବାରବାଟୀ ରେକର୍ଡ ନିରୁତ୍ସାହ ଜନକ । ସେପଟେ ସିରିଜ୍‌ର ଗତ ଦୁଇ ଟି ମ୍ୟାଚ୍‌ରେ ବି ବିରାଟ ବଡ ସ୍କୋର କରିନାହାନ୍ତି । ତେଣୁ ଭାରତୀୟ କ୍ୟାପଟେନ୍‌ଙ୍କ ଠାରୁ କଟକ ଦର୍ଶକ ଏବଂ କ୍ରିକେଟ ପ୍ରେମି ବଡ ସ୍କୋର ଚାହାନ୍ତି ।

{"id":200584,"sizeSlug":"large"}

କଟକରେ ୪ ଟି ଧଳା ବଲ୍‌ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବିରାଟଙ୍କ ସ୍କୋର ମୋଟରେ ୩୪ ରନ୍ । ପୂର୍ବ ମ୍ୟାଚ୍‌ ଗୁଡିକରେ ତାଙ୍କର ସ୍କୋର ଯଥାକ୍ରମେ  ୩, ୨୨. ୧ ଏବଂ ୮ ରନ୍ । ମୋଟ ୩୩ ଟି ବଲ୍‌ ଖେଳି ସେ ୩୪ ରନ୍‌ କରିଛନ୍ତି ବାରବାଟୀରେ । ଏହି ସ୍କୋର ବିରାଟଙ୍କ ପାଇଁ ,  ସେ ଦେଶର ଅନ୍ୟ ଯେ କୌଣସି ଷ୍ଟାଡିୟମ୍‌ରେ ଖେଳିଥିବା ଇଣ୍ଟରନ୍ୟାସନାଲ ମ୍ୟାଚ୍‌ ସ୍କୋରଠୁ କମ୍, ଯେଉଁଠି କିସେ ଅତିକମ୍‌ରେ ୩ ଟି ମ୍ୟାଚ୍ ଖେଳିଛନ୍ତି । ତେଣୁ ବିରାଟଙ୍କ ଲାଗି କେବେ ଫେବରିଟ ହୋଇନି ବାରବାଟୀ । କେବଳ ସେତିକି ନୁହେଁ , ସିରିଜ୍‌ର ପୂର୍ବ ଦୁଇଟି ୱାନଡେରେ ବିରାଟଙ୍କ ସ୍କୋର ନିରୁତ୍ସାହଜନକ । ସେ ଚେନ୍ନାଇରେ ୪ ରନ୍‌ କରିଥିବା ବେଳେ ବିଶାଖାପାଟନମ୍‌ରେ  ଖାତା ଖୋଲି ନଥିଲେ । ତେଣୁ କଟକ ମ୍ୟାଚ୍ ବିରାଟଙ୍କ ଲାଗି ଅନେକ ଗୁରୁତ୍ବ ଏବଂ ଚ୍ୟାଲେଞ୍ଜ ରଖେ ।

{"id":200702,"sizeSlug":"large"}

 କଟକ କୋହଲିଙ୍କ ସବୁ ରେକର୍ଡର ବିରୋଧ କରୁଥିବାଭଳି ଲାଗେ । ୱାନଡେ ଇଣ୍ଟରନ୍ୟାସନାଲରେ ଦ୍ରୁତତମ ୧୦୦୦୦ ରନ୍‌ ରେକର୍ଡର ଅଧିକାରୀ ବିରାଟ କୋହଲି ।ସେ ୨୦୫ ଇନିଂସ ଖେଲି ଏହି କୀର୍ତ୍ତିମାନ କରିଛନ୍ତି । ଯାହାକି ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକରଙ୍କ ଠାରୁ ୫୪ ଇନିଂସ ଆଗୁଆ । ୨୦୧୮ ରେ ବିରାଟଙ୍କ ଓଡିଆଇ ଆଭରେଜ ୧୩୩.୫୫ ।ତାଙ୍କ ବ୍ୟାଟିଂକୁ ଅନେକ କ୍ରିକେଟ ଲିଜେଣ୍ଡ ବି ପ୍ରଶଂସା କରନ୍ତି । ଏପରିକି ବିରାଟଙ୍କ ଟାରେ ସେ ଭିଭିଆନ୍ ରିଚ୍ଚାର୍ଡ୍ସଙ୍କୁ ଦେଖୁଥିବା କୁହନ୍ତି ନ୍ୟୁଜିଲାଣ୍ଡର ମାର୍ଟିନ କ୍ରୋ ।  କିନ୍ତୁ କଟକରେ ସେହି କୋହଲି  ୫୦ ରନ୍‌ ବି କରିନାହାନ୍ତି ।

{"id":200703,"width":563,"height":316,"sizeSlug":"large"}

ଏହା ପୂର୍ବରୁ ୨୦୧୭  ଜାନୁଆରୀ ୧୯ ତାରି୍ଖରେ ବାରବାଟୀରେ  ଇଂଲଣ୍ଡ ବିରୋଧରେ ଖେଳିଥିଲେ କୋହଲି ।କିନ୍ତୁ ୫ ଟି ବଲ୍‌ରୁ କରିଥିଲେ ୮ ରନ୍ ।ତେବେ ସେହି ୮ ରନ୍‌ ଦୁଇଟି ବାଉଣ୍ଡାରୀରୁ ଆସିଥିଲା । କ୍ରିସ୍‌ ଓକ୍ସଙ୍କୁ ଦୁଇଟି ୪ ମାରିବା ପରେ ସେ ତାଙ୍କରି ବଲ୍‌ଖେଲି ,ଅଟମ୍ପ ହୋଇଥିଲେ । ବେନ ଷ୍ଟ୍ରୋକ୍ସ ସେକେଣ୍ଡ ସ୍ଲିପ୍‌ରୁ ଷ୍ଟମ୍ପଆଉଟ୍  କରିଥିଲେ ।ସେହି ମ୍ୟାଚ୍‌ରେ କିନ୍ତୁ ଭାରତକୁ ଜିତାଇତିଲେ ଯୁବରାଜ ସିଂହ ଏବଂ ମହେନ୍ଦ୍ର ସିଂ ଧୋନୀ । ତେବେ ପାଖା ପାଖି ୨୩ ମାସ ପରେ ପୁମି ବାରବାଟୀ ପିଚ୍‌ରେ ୱାନଡେ ଖେଳିବାକୁ ଯାଉଥିବା ରେକର୍ଡ ବ୍ରେକର କୋହଲି କମାଲ କରିବେ ବୋଲି ଫ୍ୟାନ୍ସଙ୍କ ଆଶା ।ବାରବାଟୀରେ ପୁଣି ଯୁବୀ- ଧୋନୀଙ୍କ ସେହି ଦମଦାର ଖେଳ ଭଳି ଖେଳ ଏବଂ ଏକ ମେମୋରେବଲ ମ୍ୟାଚ୍ ଆଶା ରଖିଚନ୍ତି ଘରୋଇ ଦର୍ଶକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.