ପୁଣି ଥରେ ଘୁଞ୍ଚିପାରେ ନିଟ୍ ଓ ଜେଇଇ ପରୀକ୍ଷା ? ଦ୍ଵନ୍ଦ୍ଵରେ ଦେଶର ଲକ୍ଷାଧିକ ପରୀକ୍ଷାର୍ଥୀ

Published By : Prameya-News7 Bureau | August 21, 2020 IST

ନୂଆଦିଲ୍ଲୀ ୨୧।୦୮: ନ୍ୟାସନାଲ ଏଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅର୍ଥାତ ନିଟ୍‌ ଓ ଜେଇଇ ମେନ୍ ପରୀକ୍ଷା ଉପରେ ଆସିଛି ବଡ ଖବର। ଦେଶରେ କରୋନା ଭୂତାଣୁ ସଂକ୍ରମଣର ବଢୁଥିବା ମାମଲା ମଧ୍ୟରେ ବିଦ୍ୟାର୍ଥୀଙ୍କ ସହିତ ଅଭିଭାବକ ମଧ୍ୟ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଛନ୍ତି। ଏହି କ୍ରମରେ କେନ୍ଦ୍ର ମନ୍ତ୍ରୀ ସୁବ୍ରମଣ୍ୟମ ସ୍ଵାମୀ ଟ୍ଵିଟ୍ କରି ସଙ୍କେତ ଦେଇଛନ୍ତି ସେପ୍ଟେମ୍ବରରେ ହେବାକୁ ଥିବା ନିଟ୍ ଓ ଜେଇଇ ମେନ ପରୀକ୍ଷା ଘୁଞ୍ଚିପାରେ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସମ୍ବନ୍ଧରେ ପତ୍ର ଲେଖିଛନ୍ତି। ତେଣୁ ଏବେ ସମଗ୍ର ଦେଶର ଛାତ୍ର-ଛାତ୍ରୀଙ୍କ ନଜର  ନିଟ୍‌ ଓ ଜେଇଇ ପରୀକ୍ଷା କେବେ ହେବ ତାରି ଉପରେ ନଜର ରହିଛି। ଏହାକୁ ନେଇ ମଧ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦ୍ଵନ୍ଦ୍ଵାତ୍ମକ ସ୍ଥିତି ଉପୁଜିଛି।

wp:html /wp:html

ରିପୋର୍ଟ ଅନୁଯାୟୀ ସ୍ଵାମୀ ଟ୍ଵିଟ୍ କରି କହିଛନ୍ତି ସେପ୍ଟେମ୍ବରରେ ହେବାକୁ ଥିବା ନିଟ୍ ଓ ଜେଇଇ ମେନ୍ ପରୀକ୍ଷାକୁ ନେଇ ଉଚ୍ଚସ୍ତରୀୟ ବୈଠକ ଚାଲିଛି। ଦୁଇ ପରୀକ୍ଷା ଦୀପାବଳି ପରେ ଆୟୋଜିତ କରିବାକୁ ଶିକ୍ଷା ମନ୍ତ୍ରୀ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ସ୍ଵାମୀ ସୁପ୍ରିମକୋର୍ଟ ଦ୍ଵାରା ପରୀକ୍ଷା ରଦ୍ଦ କରିବା ସମ୍ବନ୍ଧିତ ଆବେଦନକୁ ଖାରଜ କରିବା ପରେ କିଛି ଛାତ୍ରଙ୍କ  ଅପିଲ୍ ପରିପ୍ରେକ୍ଷୀରେ ଶିକ୍ଷା ମନ୍ତ୍ରୀ ପରୀକ୍ଷା ପରେ ଆୟୋଜିତ କରାଯିବା କଥା କହିଛନ୍ତି।

ନିଟ୍ ପାଇଁ ଶୀଘ୍ର ଜାରି ହେବ ଆଡମିଟ୍ କାର୍ଡ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଅର୍ଥାତ ଏନଟିଏ ନିକଟରେ ଏକ ନୋଟିସ୍ ଜାରି କରି ଶୀଘ୍ର ନିଟ୍ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ କାରି କରାଯିବ ବୋଲି ପରୀକ୍ଷାର୍ଥୀଙ୍କୁ ସୂଚନା ଦେଇଥିଲା। ସାଧାରଣତଃ ପରୀକ୍ଷାର ୧୫ ଦିନ ପୂର୍ବରୁ ପ୍ରବେଶିକା ପତ୍ର ଜାରି କରାଯାଏ। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ଦ୍ଵାରା ପରୀକ୍ଷା  ସ୍ଥଗିତ ରଖିବା ସମ୍ବନ୍ଧିତ ଆବେଦନ ଖାରଜ ହେବା ପରେ ତାମିଲନାଡୁର ଜଣେ ଛାତ୍ର ଆତ୍ମହତ୍ୟା କରିଥିଲେ।

wp:html /wp:html

ସୂଚନାଯୋଗ୍ୟ, କରୋନା ଭାଇରସ୍‌ କାରଣରୁ ନିଟ୍ ଓ ଜେଇଇ ପରୀକ୍ଷା ଦୁଇ ଥର ସ୍ଥଗିତ ହୋଇ ସାରିଛି। ପୂର୍ବରୁ ଏହି ପରୀକ୍ଷା ମେ ମାସରେ ହେବାର ଥିଲା, ଯାହାକୁ ପରେ ଜୁଲାଇରେ ଆୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ସଂକ୍ରମଣର ପ୍ରକୋପକୁ ଦୃଷ୍ଟିରେ ରଖି ନିଟ୍ ଓ ଜେଇଇ ମେନ୍‌ ପରୀକ୍ଷା ସେପ୍ଟେମ୍ବରରେ କରାଇବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଜେଇଇ ମେନ୍ ପରୀକ୍ଷା ସେପ୍ଟେମ୍ବର ୧ ରୁ ୬ ଏବଂ ନିଟ୍ ପରୀକ୍ଷା ସେପ୍ଟେମ୍ବର ୧୩ରେ ଅନୁଷ୍ଠିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.