Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

TB ଏବଂ HIV ରୋଗୀମାନଙ୍କୁ କରୋନା ସଂକ୍ରମଣର ଆଶଙ୍କା ଅଧିକ କି ? ଜାଣନ୍ତୁ କ’ଣ ରହିଛି ବିଶେଷଜ୍ଞଙ୍କ ମତ

15/04/2020 at 10:15 AM

ନୂଆଦିଲ୍ଲୀ ୧୫।୪: ସାରା ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଦେଶରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ତେବେ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ଅନେକ ସଂଖ୍ୟକ ଲୋକ ଅଛନ୍ତି ଯେଉଁମାନେ ପୂର୍ବରୁ କୌଣସି ଗମ୍ଭୀର ରୋଗରେ ପୀଡିତ ଥିଲେ । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ କଣ ଯକ୍ଷ୍ମା ଏବଂ ଏଚଆଇଭି ରୋଗୀମାନଙ୍କୁ କରୋନାଠୁ ଅଧିକ ବିପଦ ରହିଛି । ତେବେ ଏନେଇ ଦିଲ୍ଲୀର AIIMSର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ସାରା ବିଶ୍ବରେ କରୋନା ଜନିତ ସମସ୍ତ ମୃତ୍ୟୁରେ ଦୁଇଟି ସାଧାରଣ ଜିନିଷ ଦେଖିବାକୁ ମିଳିଛି । ପ୍ରଥମଟି ହେଉଛି ଅଧିକ ବୟସ ଏବଂ ଦ୍ବିତୀୟରେ କୋମୋବିଡିଟିସ୍ । କୋଭିଡ-୧୯ କାରଣରୁ ୫୦ ବର୍ଷରୁ କମ୍ ଲୋକଙ୍କ ମଧ୍ୟରୁ ୧ ପ୍ରତିଶତରୁ କମ୍ ଲୋକଙ୍କର ମୃତ୍ୟୁ ହୋଇଛି । ବୃଦ୍ଧାବସ୍ଥା ସହିତ ଗମ୍ଭୀର ସଂକ୍ରମଣର ଆଶଙ୍କା ମଧ୍ୟ ବଢିଯାଏ ।

ସେହିଭଳି ଯଦି କୋମୋବିଡିଟିସ୍ କଥା ଦେଖିବା ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ ରୋଗ, ଦୁର୍ବଳ ଫୁସଫୁସ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି କିମ୍ବା ଏଚଆଇଭି ରୋଗୀ ବିଷୟରେ କହିବା ତେବେ ଏହି ଭାଇରସ୍ ସେମାନଙ୍କ ପାଇଁ ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ ।

ଏହି ମାରାତ୍ମକ ଭାଇରସ୍ ଦ୍ବାରା ସଂକ୍ରମିତ ହେବା ପରେ ମଧୁମେହ ରୋଗୀଙ୍କ ସୁଗାର ଲେଭଲ ତୁରନ୍ତ ବଢିପାରେ । ଫୁସଫୁସ ନଷ୍ଟ ହେବା ଯୋଗୁଁ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ବଢିପାରେ । ଏପରି ପରିସ୍ଥିତିରେ ଆଇସିୟୁରେ ଭର୍ତ୍ତି ହେବା କିମ୍ବା ମୃତ୍ୟୁ ହାର ବୃଦ୍ଧି ହେବାର ସମ୍ଭାବନା ବହୁତ ଅଧିକ ରହିଛି ।

   Related Posts