ଅମିତ ଶାହାଙ୍କ ସ୍ଥାନ ନେଇପାରନ୍ତି ଶିବରାଜ ସିଂହ ଚୌହାନ !

Published By : Prameya-News7 Bureau | December 21, 2018 IST

ଜୟପୁର ୨୧|୧୨: ମଧ୍ୟପ୍ରଦେଶରେ ୧୫ ବର୍ଷ ପରେ ଭାରତୀୟ ଜନତା ପାର୍ଟିର ସରକାର ପତ୍ତନ ହେବା ସହ ୧୩ବର୍ଷ ପରେ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ପଦରୁ ହଟିଛନ୍ତି । ମୁଖ୍ୟମନ୍ତ୍ରୀ ନହେବା ପରେ ମଧ୍ୟ ଶିବରାଜ ସିଂହ ଚୌହାନ ଆଜି ବି ଲୋକମାନଙ୍କ ହୃଦୟରେ ନିଜର ସ୍ଥାନ ବଜାୟ ରଖିଥିବାର ଦେଖିବାକୁ ମିଳୁଛି ।

{"id":65847,"width":578,"height":441}

ନିକଟରେ ଶିବରାଜ ସିଂହ ଚୌହାନ କମଲ ନାଥଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ଲାଗି ପହଞ୍ଚିଥିଲେ । ସେଠାରେ ସେ ଯେଉଁଭଳି ଭାବେ କମଲ ନାଥ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉଭୟଙ୍କ ହାତ ଧରି ଉପରକୁ ଉଠାଇଥିଲେ ତାହାକୁ ନେଇ ସମସ୍ତ ନେତା ତାଙ୍କର ପ୍ରଶଂସା କରିଥିଲେ ।

{"id":65848}

ସେହିଭଳି କମଲ ନାଥ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ମନ୍ତବ୍ୟ ଉପରେ ଶିବରାଜଙ୍କ ପ୍ରତିକ୍ରିୟା ହେଉ ଅଥବା କଂଗ୍ରେସ ଉପରେ ଶିବରାଜ ସିଂହ ଚୌହାନ ସବୁବେଳେ ଗୋଟିଏ ଧାଡିରେ ବିପକ୍ଷ ଉପରେ ଆକ୍ରମଣ କରିଥାନ୍ତି । ଶିବରାଜ ସିଂହ ଚୌହାନଙ୍କ  ଏଭଳି କାର୍ଯ୍ୟକଳାପ ଦ୍ବାରା ଏବେ ଭୋପାଳର ଆରଏସଏସ ଶିବିରରେ ଏ ନେଇ ଚର୍ଚ୍ଚା ହେଉଛି ଯେ ତାଙ୍କୁ ଦିଲ୍ଲୀ ନିଆଯାଉ ବୋଲି । ଏ ଚର୍ଚ୍ଚାକୁ ନେଇ ପ୍ରଶ୍ନ ଉଠୁଛି ଯେ କାହିଁକି ଏଭଳି କଥା ଉଠିଲା  ଯେ, ଶିବରାଜ ସିଂହ ଚୌହାନଙ୍କୁ ଦିଲ୍ଲୀ ନିଆଯାଉ ଏବଂ ଏହି କଥାର ଚର୍ଚ୍ଚା ମଧ୍ୟ ମିଡିଆରେ ହେଉଛି ଯେ ତାଙ୍କୁ ଅମିତ ଶାହାଙ୍କ ସ୍ଥାନରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବ ବୋଧେ ।

{"id":65849}

ଯଦିଓ ଶିବରାଜ ସିଂହ ଚୌହାନ ନିର୍ବାଚନ ଜିତିବା ପରଠାରୁ ହିଁ ଏକଥା କହୁଛନ୍ତି ଯେ ତାଙ୍କୁ ଦିଲ୍ଲୀ ଯିବାର କୌଣସି ଇଚ୍ଛା ନାହିଁ ଏବଂ ମଧ୍ୟପ୍ରଦେଶରେ ହିଁ ରହି ପ୍ରଦେଶର ଜନସାଧାରଣଙ୍କ ସେବା କରିବା ପାଇଁ ସେ ଚାହୁଁଛନ୍ତି । ମାତ୍ର ରାଜନୀତିରେ କୌଣସି ସମୟରେ କଣ ହୋଇଯିବ ଏବଂ କେତେବେଳେ କେଉଁ ନେତା ନିଜର ରାସ୍ତା ବଦଳାଇଦେବେ ତାହା ମଧ୍ୟ କୁହାଯାଇ ପାରିବନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.