କରୋନା ହୋଇନଥିଲେ ବି ହୋଇପାରେ ବ୍ଲାକ ଫଙ୍ଗସ୍ : ଶୁଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

Published By : Prameya-News7 Bureau | May 24, 2021 IST

ନୂଆଦିଲ୍ଲୀ ୨୪/୫ : କରୋନା ସଂକ୍ରମଣ ସାଙ୍ଗକୁ ଭାରତରେ ବର୍ତ୍ତମାନ 'ମ୍ୟୁକୋର ମାଇକୋସିସ୍' ଅର୍ଥାତ୍ ବ୍ଲାକ୍ ଫଙ୍ଗସ୍ ମହାମାରୀ ଆତଙ୍କ ସୃଷ୍ଟି କରିଛି । ଏହି ସମୟରେ, ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ କରୋନା ସଂକ୍ରମିତ ହୋଇନଥିବା ଲୋକଙ୍କୁ ବି ହୋଇପାରେ ବ୍ଲାକ୍ ଫଙ୍ଗସ୍ । ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସୁଗାର କିମ୍ୱା କିଡନୀ କିମ୍ବା ହୃଦ ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ ହେବାର ଆଶଙ୍କା ଅଧିକ ରହିଛି ।

ଏମାନଙ୍କୁ ଅଧିକ ସଜାଗ ରହିବା ଆବଶ୍ୟକ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । NITI ଆୟୋଗ (ସ୍ୱାସ୍ଥ୍ୟ) ସଦସ୍ୟ ଭି.କେ ପାଲ କହିଛନ୍ତି, "ଏହା ଏକ ସଂକ୍ରମଣ ଯାହାକି କୋଭିଡ ପୂର୍ବରୁ ମଧ୍ୟ ବିଦ୍ୟମାନ ଥିଲା । ବ୍ଲାକ ଫଙ୍ଗସ ବିଷୟରେ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଯାହା ଶିକ୍ଷା ଦିଆଯାଏ ତାହା ହେଉଛି ଏହା ମଧୁମେହରେ ପୀଡିତ ଲୋକଙ୍କୁ ଏହା ସଂକ୍ରମିତ କରିଥାଏ ।

ଅନିୟନ୍ତ୍ରିତ ମଧୁମେହ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରୋଗର ମିଶ୍ରଣରୁ ହୋଇପାରେ ମ୍ୟୁକୋର ମାଇକୋସିସ୍ । ରୋଗର ଗମ୍ଭୀରତା ବିଷୟରେ ବର୍ଣ୍ଣନା କରି ଡକ୍ଟର ପାଲ କହିଛନ୍ତି ଯେ ରକ୍ତଚାପର ସ୍ତର ୭୦୦ରୁ ୮୦୦ରେ ପହଞ୍ଚିଯାଏ । ଏହି ଅବସ୍ଥାକୁ କିଟୋଏସିଡୋସିସ୍ କୁହାଯାଏ । ଶିଶୁ କିମ୍ବା ବୟସ୍କ ବ୍ୟକ୍ତିଙ୍କଠାରେ ବ୍ଲାକ୍କ ଫଙ୍ଗସ୍ ଆକ୍ରମଣ ସାଧାରଣ ଦେଖାଯାଏ । ନିମୋନିଆ ପରି ଅନ୍ୟ କୌଣସି ରୋଗ ବିପଦକୁ ବଢାଇଥାଏ । ସେଥିପାଇଁ ବର୍ତ୍ତମାନ କୁହାଯାଉଛି କି, ଯେଉଁଠି କୋଭିଡ ନାହିଁ ସେଠି ଅନ୍ୟ ରୋଗ ଥିଲେ ବିପଦ ବଢିବାର ଆଶଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.