Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

କଣ ଅତ୍ୟଧିକ ମିଡିଆ ରିପୋର୍ଟିଂରେ ନ୍ୟାୟ ବାଧାପ୍ରାପ୍ତ ହେଉ ନାହିଁ ? କେନ୍ଦ୍ର ସରକାରଙ୍କୁ ବମ୍ବେ ହାଇକୋର୍ଟର ପ୍ରଶ୍ନ

29/10/2020 at 6:49 PM

ମୁମ୍ବାଇ ୨୯।୧୦: ବମ୍ବେ ହାଇକୋର୍ଟ ଗୁରୁବାର ଅପରାଧିକ ମାମଲାର ତଦନ୍ତ ବେଳେ ବୈଦ୍ୟୁତିକ ଗଣମାଧ୍ୟମ ରିପୋର୍ଟିଂ ଉପରେ ଚିନ୍ତା ପ୍ରକଟ୍ କରିଛନ୍ତି। ବମ୍ବେ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଏହା ସ୍ପଷ୍ଟ କରିବାକୁ କହିଛନ୍ତି ଯେ, କୌଣସି ବି ମାମଲାରେ ଚାଲୁଥିବା ତଦନ୍ତରେ ମିଡିଆ ଦ୍ଵାରା ଅତ୍ୟଧିକ ରିପୋର୍ଟିଂ କରିବା ନ୍ୟାୟିକ ପ୍ରଶାସନିକରେ ହସ୍ତକ୍ଷେପ କରୁନି।  ଏହା ଉପରେ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବା ଉପରେ ଚିନ୍ତା କରୁଥିବା କହିଛନ୍ତି।

ମାନ୍ୟବର ଉଚ୍ଚ ନ୍ୟାୟାଳୟ କହିଛନ୍ତି, ଆମେ ଚାହୁଁ ଗଣମାଧ୍ୟମ ତାର ସୀମା ଅତିକ୍ରମ ନକରୁ। ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତ ଏବଂ ବିଚାରପତି ଜିଏସ କୁଲକର୍ଣ୍ଣୀଙ୍କ ଖଣ୍ଡପୀଠ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ କେସ୍‌ରେ ଯାଞ୍ଚ ବେଳେ ଗଣମାଧ୍ୟମର ରିପୋର୍ଟିଂକୁ ନେଇ ଦାଖଲ ଜନସ୍ଵାର୍ଥ ମାମଲା ଉପରେ ଶୁଣାଣି କରି ଏମିତି କହିଛନ୍ତି।

ମୁଖ୍ୟ ବିଚାରପତି ଦେଶର ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂହଙ୍କୁ ଅନେକ ଘଟଣା ବିଷୟରେ ରେଖାଙ୍କିତ କରି କହିଛନ୍ତି ଯେ, ଏହି ଧରଣର ରିପୋର୍ଟିଂ ତଦନ୍ତରେ ଖରାପ ପ୍ରଭାବ ପକାଉଛି। ଏମିତି ଯଦି ଅତ୍ୟଧିକ ଏବଂ ଅତିରଞ୍ଜିତ ରିପୋର୍ଟିଂ ଜାରି ରହେ ତେବେ ଅପରାଧୀକୁ ସବୁ ପ୍ରକାରର ସୂଚନା ମିଳିଯିବ ଏବଂ ସେ ସତର୍କ ହୋଇ ପ୍ରମାଣ ନଷ୍ଟକରିବାର ଉଦ୍ୟମ କରିବାର ସମ୍ଭାବନା ରହିଛି ବୋଲି ମୁଖ୍ୟ ବିଚାରପତି କହିଛନ୍ତି।

ମୁଖ୍ୟ ବିଚାରପତି ହୃଦବୋଧ କରିଛନ୍ତି ଯେ, ମିଡିଆ ରିପୋର୍ଟିଂ ତଦନ୍ତ ଅଧିକାରୀଙ୍କୁ ମଧ୍ୟ ପ୍ରଭାବିତ କରିପାରେ। ଯଦି ଜଣେ ନୀରିହ ବ୍ୟକ୍ତି ହୋଇଥିବ, ତେବେ ଏହି ପରି ଅତ୍ୟଧିକ ମିଡିଆ ରିପୋର୍ଟିଂରେ ତାଙ୍କ ଭାବମୂର୍ତ୍ତି କ୍ଷୂର୍ଣ୍ଣ ହେବ।

ମିଡିଆ ଯଦି ଜଣେ ନୀରିହ ବ୍ୟକ୍ତିଙ୍କୁ ଘଟଣାର ମୁଖ୍ୟ ସାକ୍ଷୀ ଭାବେ ଉପସ୍ଥାପନ କରେ ତେବେ ଉକ୍ତ ବ୍ୟକ୍ତିଙ୍କୁ ଧମକ ମଧ୍ୟ ମିଳିପାରେ। ତାଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇପାରେ। ଏମିତି ହେଲେ ସାକ୍ଷ୍ୟ ଦେଉଥିବା ବ୍ୟକ୍ତି ପରେ ପ୍ରମାଣ ଦେବାକୁ ଭୟ କରିବେ ବୋଲି ମୁଖ୍ୟ ବିଚାରପତି କହିଛନ୍ତି।

ଜଣେ ପୋଲିସ ଅଫିସର କଥା ଭାବନ୍ତୁ। କଣ କେହି ଗ୍ୟାରେଣ୍ଟି ଦେଇ ପାରିବେ ଯେ, ସେ ଏଥିରେ ପ୍ରଭାବିତ ହେବେ ନାହିଁ। ହୁଏତ ସେ ଏକ ନିର୍ଦ୍ଦିଷ୍ଟ ରାସ୍ତାରେ ଥିବେ, ଯାହା ଠିକ୍‌ ଥାଇପାରେ। ମିଡିଆ କହିବ ନା ନା ଏହା ତଦନ୍ତର ଠିକ୍ ମାର୍ଗ ନୁହେଁ। ଏହା ପରେ ଉକ୍ତ ପୋଲିସ ଅଧିକାରୀ ନିଜର ମାର୍ଗ ହିଁ ଭୁଲିଯିବ।

କଣ ଏହାକୁ ଇନଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଜିମ୍‌ର ଅଂଶ କୁହାଯିବ ? ଇନଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଜିମ କଣ ? ସର୍ବଦା ସତ୍ୟକୁ ପଦାକୁ ଆଣିବା ହିଁ ଉଚିତ୍ ସାମ୍ବାଦିକତା କୁହାଯାଏ ବୋଲି ମୁଖ୍ୟ ବିଚାରପତି କହିଛନ୍ତି। ମୁଖ୍ୟ ବିଚାରପତି ପ୍ରଶ୍ନ କରିଛନ୍ତି କଣ ଏମିତି କୌଣସି ଆଇନ୍ ଅଛି କି ଯେ, ପ୍ରମାଣ ଭାବେ ଯାହା କିଛି ବି ତଦନ୍ତ ଏଜେନ୍ସି ଏକତ୍ର କରେ ସେ ସବୁ କଣ ଜନତାଙ୍କ ସାମ୍ନାରେ ରଖାଯିବା ଉଚିତ୍। ତଦନ୍ତ ଅଧିକାରୀଙ୍କ ପାଖରେ ପ୍ରମାଣର ଖୁଲାସା କରିବାର ଦାୟିତ୍ଵ ଅଛି କି  ବୋଲି ମୁଖ୍ୟ ବିଚାରପତି ପ୍ରଶ୍ନ କରିଛନ୍ତି।

ମିଡିଆ ପାଖକୁ ଶବ ବ୍ୟବଚ୍ଛେଦ ରିପୋର୍ଟ କେମିତି  ପହଞ୍ଚେ, ଯେ ପର୍ଯ୍ୟନ୍ତ ଏହାର ଖୁଲାସା ହୋଇନଥାଏ ? କଣ ଆମକୁ ଏହି ଦିଗ ପ୍ରତି ନିର୍ଦ୍ଦେଶ ଦେବା ଉଚିତ୍ ବୋଲି ମୁଖ୍ୟ ବିଚାରପତି ପ୍ରଶ୍ନ କରିଛନ୍ତି।

ଗଣମାଧ୍ୟମ କହୁଛି ସେମାନେ ତଦନ୍ତର ସମର୍ଥନ କରୁଛନ୍ତି। ସ୍ଵାଗତଯୋଗ୍ୟ କଥା। ମାତ୍ର ସିଆରପିସିର ଧାରା ୩୭/୩୮ ଆଧାରରେ ପୋଲିସ ପାଖକୁ ଯାଆନ୍ତୁ ଏବଂ ଏହାର ସୂଚନା ମଧ୍ୟ ଦିଅନ୍ତୁ ବୋଲି ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି।

   Related Posts