Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଏବେ JIO ରେ ପୁଣି ମିଳିବ ୩୯୯ ଟଙ୍କାରେ ୮୪ ଦିନର ମଜା, ଜାଣନ୍ତୁ କିପରି ?

4/01/2020 at 9:02 PM

ରିଲାଏନ୍ସ ଜିଓ ଗ୍ରାହକଙ୍କ ଲାଗି ପୁରୁଣା ରିଚାର୍ଜ ସୁବିଧା ଉପଲବ୍ଧ କରାଇଛନ୍ତି। ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ)ଙ୍କ ମାର୍ଗଦର୍ଶନ ଅନୁସାରେ କୌଣସି ଦୂରସଞ୍ଚାର କମ୍ପାନୀ ୬ ମାସ ପୂର୍ବରୁ ଶୁଳ୍କ ଯୋଜନାରେ ପରିବର୍ତ୍ତନ କରିପାରିବେ ନାହିଁ। ସେହି ଅନୁସାରେ ଜିଓ ଗ୍ରାହକଙ୍କୁ ଟାରିଫ ପ୍ରୋଟେକ୍ସନ ସୁବିଧା ପ୍ରଦାନ କରୁଛନ୍ତି। ଯଦି ଶୁଳ୍କ ବୃଦ୍ଧି ଯୋଗୁ ଆପଣ ଆପଣଙ୍କ ଜିଓ ରିଚାର୍ଜ କରିପାରୁ ନାହାନ୍ତି ତେବେ ଏହି ସୁବିଧାର ଲାଭ ନେଇପାରନ୍ତି। ତେବେ ଏଥିଲାଗି ଆପଣଙ୍କୁ ଏହି ଉପାୟ ଅବଲମ୍ବନ କରିବାକୁ ପଡିବ।

ଜାଣନ୍ତୁ କେମିତି ନେବେ ସୁଯୋଗର ସୁବିଧା
ଏଥିପାଇଁ ଆପଣଙ୍କୁ ପ୍ରଥମେ www.myjio.com କୁ ଯିବାକୁ ହେବ। ଏଠାରେ ଆପଣଙ୍କୁ ଓଟିପି ସହିତ ସାଇନ୍ ଇନ୍ କରିବାକୁ ପଡିବ। ଲଗିନ କରିବା ପରେ ରିଚାର୍ଜର ବିଭିନ୍ନ ବିକଳ୍ପ ମଧ୍ୟରୁ ଆପଣ ନିଜ ଲାଗି ସୁବିଧାଜନକ ବିକଳ୍ପ ଚୟନ କରିବାକୁ ପଡିବ। ଏଠାରେ ନିଜ ମନୋନୀତ ଶୁଳ୍କ ଯୋଜନାକୁ ମନୋନୟନ କରିପାରିବେ। ଆପଣ ଚାହିଁଲେ ଜିଓ ବାଲାନ୍ସରୁ ରିଚାର୍ଜ ଲାଗି ଏଠାରେ ପୈଠ ମଧ୍ୟ କରିପାରିବେ।

ତେବେ ଏଠାରେ ମିଳୁଥିବା ଟାରିଫ ପ୍ଲାନ ସବୁ କେବଳ ୬ ମାସ ପୁରୁଣା। ତା ଠୁ ଅଧିକ ସମୟ ପୁରୁଣା ବିକଳ୍ପ ମିଳିବ ନାହିଁ। ୬ ମାସ ପୂର୍ବେ ମିଳୁଥିବା ସୁବିଧା ଅନୁସାରେ ଏଠାରେ ରିଚାର୍ଜ ଅପ୍ସନ ବାଛିଲେ ଆପଣ ସେହି ସ୍କିମର ଶୁଳ୍କ ପୈଠ କରିବା ସହ ସୁବିଧା ବି ପୁଣି ପାଇପାରିବେ।  

   Related Posts