Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଶାରିରୀକ ସଂପର୍କ କିମ୍ବା ଚୁମ୍ବନ ଦ୍ବାରା କରୋନା ଭାଇରସ୍ ବ୍ୟାପିଥାଏ କି… ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି କ’ଣ ?

4/04/2020 at 8:45 AM

ଲଣ୍ଡନ ୪।୪: ସାରା ବିଶ୍ବରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । କରୋନା ଭାଇରସ୍ ଲୋକଙ୍କୁ ଅତି ସହଜରେ ନିଜ ଶିକାର କରୁଛି । କରୋନା ଭାଇରସ୍ ରୁ କେମିତି ରକ୍ଷା ପାଇବେ ସେନେଇ ଅନେକ ପ୍ରକାରର ପରାମର୍ଶ ଦିଆଯାଉଛି । ସେଥିମଧ୍ୟରୁ ପ୍ରମୁଖ ହେଉଛି ସାମାଜିକ ଦୂରତା ରକ୍ଷା କରିବା । ଏହି ସାମାଜିକ ଦୂରତାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ମଧ୍ୟ ଉଠୁଥିବା ଦେଖିବାକୁ ମିଳୁଛି । ତେବେ କରୋନା ଭାଇରସ୍ ଶାରିରୀକ ସଂପର୍କ ରଖିବା ଦ୍ବାରା ବ୍ୟାପି ଥାଏ କି ବୋଲି ଅନେକଙ୍କ ମନରେ ଏଭଳି ପ୍ରଶ୍ନ ଉଠୁଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ, କରୋନା ଭାଇରସ୍ ଯୌନ ସଂକ୍ରମଣ ନୁହେଁ । ଲଣ୍ଡନର ଡାକ୍ତର ଆଲେକ୍ସ ଜର୍ଜ କୁହନ୍ତି ଯେ, ‘ଯଦି ଆପଣ ପୂର୍ବରୁ କାହା ସହିତ ସମ୍ପର୍କ ରଖିଛନ୍ତି ଏବଂ ସେହି ବ୍ୟକ୍ତିଙ୍କ ସହ ସମାନ ପରିବେଶରେ ରୁହନ୍ତି, ତେବେ ସେହି ପରିବେଶରେ କୌଣସି ପ୍ରକାରର ପରିବର୍ତ୍ତନ ହେବା ଉଚିତ୍ ନୁହେଁ । ଯଦି ଆପଣଙ୍କ ମଧ୍ୟରୁ କାହାଠାରେ ବି କରୋନାର ଲକ୍ଷଣ ଦେଖାଯାଉଛି ତେବେ ଆପଣ ସେଠାରେ ଦୂରତା ରକ୍ଷା କରିବା ସହ ନିଜ ଘରେ ହିଁ ଆଇସୋଲେସନରେ ରହିବା ଉଚିତ୍ ।

ଯଦିଓ ଆପଣ ଏକାଠି ରହୁଛନ୍ତି, ତେବେ ଲକ୍ଷଣ ଦେଖାଯିବା ପରେ ପରସ୍ପର ମଧ୍ୟରେ ଅତି କମରେ ଦୁଇ ମିଟରର ଦୂରତା ରଖିବା ଉଚିତ୍ । ଯଦି ଆପଣଙ୍କ ନିକଟରେ କରୋନା ଭାଇରସ୍ ସାମାନ୍ୟ ଲକ୍ଷଣ ଅଛି ଏବଂ ଯଦି ଆପଣ ନିଜ ସାଥୀଙ୍କଠାରୁ ଦୂରତା ନ ରଖନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କ ସାଥୀ ମଧ୍ୟ କରୋନାରେ ସଂକ୍ରମିତ ହେବେ ।

ସେହି ସମୟରେ ଆପଣ ଶାରୀରିକ ସମ୍ପର୍କ ରଖିବାଠାରୁ ଦୂରେଇ ରହିବା ଉଚିତ୍ । କାରଣ ଏହା ଦ୍ବାରା ଆପଣ କରୋନାରେ ସଂକ୍ରମିତ ହେବାର ଆଶଙ୍କା ବଢିଯାଇପାରେ । କିଛି ଲୋକଙ୍କଠାରେ କରୋନା ଭାଇରସ୍ ର ଲକ୍ଷଣ ଉପରକୁ ଦେଖାଯାଏ ନାହିଁ । ନିକଟରେ ଚୀନରେ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି ଯେଉଁମାନଙ୍କ ନିକଟରେ କରୋନା ଭାଇରସ୍ ର କୌଣସି ଲକ୍ଷଣ ନ ଥାଇ ମଧ୍ୟ ସେମାନେ ସଂକ୍ରମିତ ହୋଇଥିବା ଜଣାପଡିଛି । ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆପଣ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ତଥାପି ଆପଣ ଅନ୍ୟକୁ ସଂକ୍ରମିତ କରିପାରିବେ । ଶାରିରୀକ ସମ୍ପର୍କ ଏବଂ ଚୁମ୍ବନ କରିବା ଦ୍ବାରା ମଧ୍ୟ ଅନ୍ୟ ଲୋକମାନେ ସଂକ୍ରମିତ ହେବାର ଆଶଙ୍କା ରହିଛି ।

ଡାକ୍ତର ଆଲେକ୍ସ କହିଛନ୍ତି ଯେ, ଯଦି ଆପଣ କାହାକୁ ଚୁମ୍ବନ ଦେଇଛନ୍ତି କିମ୍ବା ଆପଣ କୌଣସି ଏପରି ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ଯାହାଙ୍କ ନିକଟରେ ବର୍ତ୍ତମାନ କରୋନା ଲକ୍ଷଣ ଦେଖାଦେଉଛି ତେବେ ତୁରନ୍ତ ଆପଣ ନିଜକୁ ଆଇସୋଲେଟ୍ କରନ୍ତୁ । ଆପଣଙ୍କଠାର ଲକ୍ଷଣକୁ ମଧ୍ୟ ଭଲ ଭାବରେ ଦେଖନ୍ତୁ । ଯଦି ଆପଣ କରୋନାର କୌଣସି ଲକ୍ଷଣ ଦେଖନ୍ତି ତେବେ ସତର୍କ ହୋଇ ରୁହନ୍ତୁ । ଯଦି ଆପଣଙ୍କର ଲକ୍ଷଣ ଗମ୍ଭୀର ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ଆପଣଙ୍କର ପରୀକ୍ଷା କରି ଦିଅନ୍ତୁ ।

   Related Posts