Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଅଧିକ ଏସି ଚଲାଇଲେ ଗାଡ଼ିର ମାଇଲେଜ ଉପରେ ପ୍ରଭାବ ପଡ଼ିଥାଏ କି : ଜାଣନ୍ତୁ

14/05/2019 at 5:55 PM

ନୂଆଦିଲ୍ଲୀ ୧୪/୫: ଗରମ ଆରମ୍ଭ ହୋଇଗଲାଣି ଏବଂ ଏପରି ପରିସ୍ଥିତିରେ ବିନା ଏସିରେ ଗାଡ଼ି ଚଲାଇବା କଷ୍ଟସାଧ୍ୟ ହୋଇଗଲାଣି। କିନ୍ତୁ ଏପରି କେତେକ ଲୋକ ଅଛନ୍ତି ଯେଉଁମାନେ ବାରମ୍ବାର ଏସି ଅନ୍ ଅଫ୍ କରିଥାଆନ୍ତି। ତାଙ୍କୁ ଲାଗିଥାଏ ଅଧିକ ଏସି ଚଲାଇବା ଦ୍ବାରା ଗାଡ଼ିର ମାଇଲେଜରେ ପ୍ରଭାବ ପଡ଼ିଥାଏ। ବାସ୍ତବରେ କ’ଣ ଏହା ଘଟିଥାଏ ନା ଏହା ମନର ଏକ ଭ୍ରାନ୍ତ ଧାରଣା।

ଯେତେବେଳେ ଆମେ କାରର ଏସି ଅନ୍ କରିଥାଉ ସେତେବେଳେ ଏହା ଅଲଟରନେଟରରୁ ମିଳୁଥିବା ଶକ୍ତିର ପ୍ରୟୋଗ କରିଥାଏ। ଏହି ଶକ୍ତି ଏହାକୁ ଇଞ୍ଜିନରୁ ମିଳିଥାଏ। ଇଞ୍ଜିନ୍ ଫୁଏଲ ଟ୍ୟାଙ୍କରୁ ଫୁଏଲର ପ୍ରୟୋଗ କରିଥାଏ। ଖାସ୍ କଥା ହେଉଛି ଏହା ଯେ ଯେତେବେ​‌ଳ ଯାଏଁ କାର ଷ୍ଟାର୍ଟ ହୋଇନଥାଏ ସେତେବେଳ ଯାଏଁ ଏସି ଅନ୍ ହୋଇନଥାଏ। କାରଣ ଏସି ସହ ଲାଗିଥିବା ବେଲ୍ଟ ଇଞ୍ଜିନ ଚାଲିଲେ ଘୂରିଥାଏ। ଏହି ବେଲ୍ଟ କାରର ଅଲଟରନେଟରକୁ ଚାଲିବା ଏବଂ ବ୍ୟାଟେରୀକୁ ଚାର୍ଜ କରିବାର କାମ କରିଥାଏ।

ଗାଡ଼ି ଚଲାଇବାବେଳେ ଏସି ଅନ କରିବା ଦ୍ବାରା କାରର ମାଇଲେଜ ପ୍ରତି ସେତେ ବେଶୀ ପ୍ରଭାବ ନପଡ଼ି କେବଳ ୫ରୁ ୭ପ୍ରତିଶତ ପ୍ରଭାବ ପଡ଼ିଥାଏ। ଏଥିପାଇଁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ । ତେଣୁ ଏସିର ଆବଶ୍ୟକତା ପଡ଼ିଲେ ଆରାମରେ ଏସି ଚଲାନ୍ତୁ।

ହାଇଓ୍ବେରେ ଯଦି ଗାଡ଼ି ଚଲାଉଥିବେ ତେବେ କାରର ଝରକା ବନ୍ଦ ରଖନ୍ତୁ। କାରଣ କାରର ଗତି କ୍ଷୀପ୍ର ହୋଇଥାଏ। ତେଣୁ ଏପରି ପରିସ୍ଥିତିରେ ପବନର ଚାପରେ ଖୋଲା ଝରକା କାରର ଗତିକୁ କମ୍ କରି ଦେଇଥାଏ ଯାହା ଦ୍ବାରା ଇଞ୍ଜିନର କ୍ଷମତା କମି ଯାଇଥାଏ। ଝରକା ବନ୍ଦ କରି ଏସି ଅନ୍ କରନ୍ତୁ। ଅଧିକାଂଶ ଦେଖିବାକୁ ମିଳିଥାଏ,ଲୋକେ ଝରକାର କାଚ ତଳକୁ କରି ଏସି ଅନ୍ କରିଥାଆନ୍ତି ଯାହା ଆଦୈା ଠିକ୍ ନୁହେଁ।  

   Related Posts