Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ଖରାରେ ପାର୍କିଙ୍ଗ ହୋଇଥିବା କାରରେ ସାନିଟାଇଜର ଯୋଗୁଁ ନିଆଁ ଲାଗିପାରେ କି ?

28/05/2020 at 4:38 PM

ନୂଆଦିଲ୍ଲୀ ୨୮/୦୫ : କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ ଜାରି କରାଯାଇଛି | ବର୍ତ୍ତମାନ ଲକଡାଉନ ନିୟମରେ କିଛିଟା କୋହଳ କରାଯାଇଛି | ଲୋକେ ଧୀରେ ଧୀରେ ଘରୁ ବାହାରି ବସିଲେନି | କିଛି ସରକାରୀ ଏବଂ ଘରୋଇ କମ୍ପାନୀ ମଧ୍ୟ ଖୋଲିଲାଣି | ଲୋକେ କାର୍ଯ୍ୟକ୍ଷେତ୍ରକୁ ଯିବା ଆରମ୍ଭ କଲେଣି | ଲୋକେ ଭାଇରସରୁ ବଞ୍ଚିବା ପାଇଁ ସାବଧାନତା ପଦକ୍ଷେପ ଅବଲମ୍ବନ କରୁଛନ୍ତି | କରୋନାରୁ ବଞ୍ଚିବା ପାଇଁ ମାସ୍କ ଏବଂ ସାନିଟାଇଜରକୁ ମହତ୍ଵପୁର୍ଣ ବୋଲି କୁହାଯାଇଛି |

ସେଥିପାଇଁ ଲୋକେ ସବୁବେଳେ ନିଜ ପାଖରେ ସାନିଟାଇଜର ରଖୁଛନ୍ତି | ବାହାରକୁ ଯିବା ସମୟରେ ନିଜ ବ୍ୟାଗରେ ସାନିଟାଇଜର ଧରି ଯାଉଛନ୍ତି | ଏପରିକି କାରରେ ମଧ୍ୟ ସାନିଟାଇଜର ରଖିବା ଭୁଲୁ ନାହାନ୍ତି | ଦେଶରେ ବର୍ତ୍ତମାନ ଖରା ଓ ଗରମର ପ୍ରକୋପ ମଧ୍ୟ ବୃଦ୍ଧି ପାଇଛି | ଭୀଷଣ ଖରା ସାଙ୍ଗକୁ ଗରମ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ କରିଦେଲାଣି | ବର୍ତ୍ତମାନ ପ୍ରଶ୍ନ ଉଠୁଛି କାରରେ ସାନିଟାଇଜର ରଖିବା ସୁରକ୍ଷିତ କି ? ସାନିଟାଇଜର ଯୋଗୁଁ ଖରାରେ ଛିଡା ହୋଇଥିବା କାରରେ ନିଆଁ ଲାଗିବାର ସମ୍ଭାବନା ଅଛି କି ? ଏହାସହ ଆଉ ଏକ ପ୍ରଶ୍ନ ମଧ୍ୟ ଉଠୁଛି | ଖରାରେ ରଖିବା ପରେ ସାନିଟାଇଜରର ପ୍ରଭାବ ପୂର୍ବ ଭଳି ରହିବ କି ? ଖରାର ପ୍ରଭାବରେ ଏହା କରୋନା ଠାରୁ ରକ୍ଷା କରିବ ପାଇଁ ସକ୍ଷମ କି ?

ଆମେରିକାର ଏକ ରିପୋର୍ଟ ଅନୁଯାୟୀ, ଖରାରେ ଛିଡା ହୋଇଥିବା କାରରେ ସାନିଟାଇଜର ବୋତଲ ରଖାଯାଇଥିଲେ ବିସ୍ଫୋରଣ ହେବାର ସମ୍ଭାବନା ରହିଛି | ଆମେରିକାର ୱେଷ୍ଟର୍ନ ଲେକ ଫାୟାର ଡିଷ୍ଟ୍ରିକ୍ଟ ଫେସବୁକରେ ଏକ ଜାଳି ଯାଇଥିବା କାରର ଫଟୋ ପୋଷ୍ଟ କରି କହିଛନ୍ତି ଯେ, ଅଧିକାଂଶ ହ୍ୟାଣ୍ଡ ସାନିଟାଇଜର ଆଲକହଲ ଯୁକ୍ତ ହୋଇଥାନ୍ତି | ଗରମ ଦିନରେ ଖରାରେ କାର ଭିତରେ ରଖାଯାଇଥିବା ସାନିଟାଇଜର ସୂର୍ଯ୍ୟଙ୍କ କିରଣ ଯୋଗୁଁ ଆହୁରି ଗରମ ହୋଇଯାଇଥାଏ | ଯାହାଫଳରେ କାରରେ ନିଆଁ ଲାଗିବା ଏବଂ ବିସ୍ଫୋରଣ ଘଟିବାର ପୁରା ସମ୍ଭାବନା ରହିଥାଏ | ତା’ଛଡା ଗାଡିରେ ସାନିଟାଇଜର ରଖାଯାଇଥିଲେ ଗାଡି ଭିତରେ ଧୂମପାନ କରିବ ଅତ୍ୟନ୍ତ ବିପଦପୂର୍ଣ୍ଣ |   

ପୋଷ୍ଟ ନେଇ ପରେ ବିବାଦ ସୃଷ୍ଟି ହୋଇଥିଲା | ୱେଷ୍ଟର୍ନ ଲେକ ଫାୟାର ବୟାନ ଦେଇଥିଲା ଯେ, ପୋଷ୍ଟରେ ବ୍ୟବହାର କରାଯାଇଥିବା ଗାଡିର ଏହି ଜିଲ୍ଲା ସହ କୌଣସି ସମ୍ପର୍କ ନାହିଁ | ଜିଲ୍ଲାରେ ସେହିଭଳି କୌଣସି ଦୁର୍ଘଟଣା ଘଟିନାହିଁ | ଏହି ପୋଷ୍ଟ କେବଳ ଲୋକଙ୍କୁ ସତର୍କ କରାଇବା ପାଇଁ କରାଯାଇଥିଲା | ପରେ ଏହି ପୋଷ୍ଟକୁ ଡିଲିଟ କରିଦିଆଯାଇଥିଲା |

ଭାରତରେ ମିଳୁଥିବା ଅଧିକାଂଶ ସାନିଟାଇଜରରେ ଆଲକହଲ ପରିମାଣ ୪୦ ପ୍ରତିଶତରୁ କମ ଥାଏ | କିନ୍ତୁ କରୋନା ଭାଇରସରୁ ବଞ୍ଚିବା ପାଇଁ ସାନିଟାଇଜରରେ ଆଲକହଲ ପରିମାଣ ୭୦ ପ୍ରତିଶତରୁ ଅଧିକ ରହିବା ଉଚିତ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି | ଏହିଭଳି ସ୍ଥିତିରେ ଅଧିକ ଗରମରେ ବିସ୍ଫୋରଣ ହୋଇପାରେ ଏବଂ ଅନେକ କ୍ଷତି ମଧ୍ୟ ହୋଇପାରେ | ଏପରିକି ବିସ୍ଫୋରଣରେ କାର ମଧ୍ୟ ଜାଳି ଯାଇପାରେ | ପୂର୍ବରୁ ମଧ୍ୟ କାରରେ ବଡିସ୍ପ୍ରେ ଏବଂ କାର କ୍ଲିନିଙ୍ଗ କେମିକାଲ ଯୋଗୁଁ ଅନେକ ବିସ୍ଫୋରଣ ମାମଲା ସାମ୍ନାକୁ ଆସିଛି |

ଯେଉଁ ସାନିଟାଇଜରରେ ୭୦ ପ୍ରତିଶତ ଆଲକହଲ ଥାଏ ତାକୁ ସାବଧାନତାର ସହ ସୁରକ୍ଷିତ ସ୍ଥାନରେ ରଖିବା ଉଚିତ | ଯଦି ଏହାକୁ ଖରା କିମ୍ବା ଗରମରେ ଅଧିକ ସମୟ ରଖାଯାଏ ତାହେଲେ ବୋତଲରେ ବାଷ୍ପ ସୃଷ୍ଟି ହୋଇଥାଏ ଏବଂ ଅଧିକ ଚାପ ସୃଷ୍ଟି ହୋଇ ବିସ୍ଫୋରଣ ହୋଇଥାଏ | ସେଥିପାଇଁ ଏଥିପ୍ରତି ଦୃଷ୍ଟି ଦେବା ଅତ୍ୟନ୍ତ ଆବଶ୍ୟକ |

   Related Posts