ଟିକେଟ ଘୋଷଣା ହୋଇନି, ହେଲେ ରାୟଗଡାରେ ଚାଲିଲାଣି ଆଶାୟୀଙ୍କ ଭିତିରି ପ୍ରଚାର: ଜାଣନ୍ତୁ କିଏ କେଉଁ ଦଳରୁ ଆଶାୟୀ

Published By : Prameya-News7 Bureau | March 12, 2019 IST

ରାୟଗଡା୧୨|୩(ଗୋପ ରଞ୍ଜନ ବକ୍ସିପାତ୍ର):ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ତେଜ୍‌ ହେବାରେ ଲାଗିଛି । ଏମିତିରେ ରାୟଗଡ଼ା ଜିଲ୍ଲା ୩ଟି ବିଧାନସଭା କ୍ଷେତ୍ରରେ  ପ୍ରମୁଖ ରାଜନୈତିକ ଦଳର ଆଶାୟୀମାନେ ସେମାନଙ୍କ କସରତ ବଢ଼ାଇଦେଇଛନ୍ତି । ହେଲେ ଦଳ ତରଫରୁ ପ୍ରାର୍ଥୀ ତାଲିକ ଘୋଷଣା ହୋଇନଥିବାରୁ ଆଶା ଓ ଆଶଙ୍କା ଭିତରେ ରହିଛନ୍ତି ଆଶାୟୀ । …..

{"id":92959,"width":593,"height":356}

ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ ଲୋକସଭା କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୭ଟି ବିଧାନସଭା କ୍ଷେତ୍ର ପାଇଁ ନିର୍ବାଚନ ହେବ । ସେଥିମଧ୍ୟରେ ରହିଛି ରାୟଗଡ଼ା ଜିଲ୍ଲା ୩ଟି ନିର୍ବାଚନ ମଣ୍ଡଳି । ରାୟଗଡ଼ା, ଗୁଣୁପୁର ଓ ବିଷମକଟକ ଆସନରେ ଏପ୍ରିଲ ୧୧ରେ ନିର୍ବାଚନ ହେବାକୁ ଥିବା ବେଳେ ବିଭିନ୍ନ ଦଳର ଆଶାୟୀଙ୍କ ଭିତରେ ଜୋର୍‌ ଧରିଲାଣି କସରତ । କାହାକୁ ଟିକେଟ୍‌ ମିଳିବ, କାହାର ଟିକଟ କଟିବ ତାକୁ ନେଇ ଆରମ୍ଭ ହୋଇଗଲାଣି ଛକାପଞ୍ଝା ।

{"id":92960,"width":592,"height":330}

ରାୟଗଡ଼ା ନିର୍ବାଚନ ମଣ୍ଡଳି ବିଜେଡିରୁ ବର୍ତ୍ତମାନର ବିଧାୟକ ଲାଲ ବିହାରୀ ହିମିରିକା ଓ ବିଜେଡି ଜିଲ୍ଲା ସଭାନେତ୍ରୀ ଅନୁସୂୟା ମାଝି ଟିକେଟ୍‌ ଦୌଡ଼ରେ ଅଛନ୍ତି । ସେହିଭଳି କଂଗ୍ରେସରେ ୨୦୧୪ରେ ପ୍ରାର୍ଥୀ ହୋଇଥିବା ମକରନ୍ଦ ମୁଦୁଲି ଏଥର ମଧ୍ୟ ଟିକେଟ୍‌ ଆଶାୟୀ ଥିବା ବେଳେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝି ମଧ୍ୟ ରେସ୍‌ରେ ଅଛନ୍ତି ।

{"id":92962,"width":590,"height":332}

ସେପଟେ ବିଜେପିରୁ ଦଳର ଅନୁସୂଚିତ ଜନଜାତି ମୋର୍ଚ୍ଚାର ଜାତୀୟ ଉପସଭାପତି କାଳିରାମ ମାଝି ଓ ଜନଜାତି ମୋର୍ଚ୍ଚାର ଜିଲ୍ଲା ଉପସଭାପତି ବସନ୍ତ ଉଲ୍ଲାକା ମଧ୍ୟ ଟିକେଟ୍‌ ଆଶାୟୀ ଅଛନ୍ତି । ବିଷମକଟକ ନିର୍ବ।ଚନ ମଣ୍ଡଳିରେ ବର୍ତ୍ତମାନର ବିଧାୟକ ଜଗନ୍ନାଥ ସାରକା ପୁଣି ଥରେ ପ୍ରାର୍ଥୀ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି  । ହଲେ ଅନ୍ୟ ଜଣେ ଆଶାୟୀ ଜଗନ୍ନାଥ ନୁଣ୍ଡୁଳା ମଧ୍ୟ ଆଶା ଛାଡ଼ିନାହାନ୍ତି ।

{"id":92963,"width":590,"height":320}

କଂଗ୍ରେସ ଦଳରେ ପିସିସି ସାଧାରଣ ସମ୍ପାଦକ ଆପଲାସ୍ବାମୀ କାଡ୍ରାକା ଓ ପୂର୍ବତନ ବିଧାୟକ ଡମ୍ବରୁଧର ଉଲ୍ଲାକା ନିଜର ଗୋଟି ଚାଳନା ଜାରି ରଖିଛନ୍ତି  । ବିଜେପିରୁ ଜିଲ୍ଲା ସଭାପତି ଶିବ ଶଙ୍କର ଉଲ୍ଲାକାଙ୍କ ନାମ ଏକ ପ୍ରକାର ନିଷ୍ପତି ହୋଇସାରିଛି । ତଥାପି  ପୂର୍ବତନ ବିଧାୟକ ସାରଙ୍ଗଧର କାଡ୍ରାକା ନିଜର ଚେଷ୍ଟା ଜାରି ରଖିଛନ୍ତି ।

{"id":92964,"width":592,"height":335}

ଏଣେ ଗୁଣପୁର ଆସନରୁ ବିଜେଡିରୁ ବର୍ତମାନର ବିଧାୟକ ତ୍ରିନାଥ ଗମାଙ୍ଗ ଓ ନୂଆ ମୁହଁ ଭାବେ ରଘୁନାଥ ଗମାଙ୍ଗ ରେସରେ ଥିବା ବେଳେ ବିଜେପିରୁ ପୂର୍ବତନ ବିଧାୟକ ରାମମୂର୍ତି ମୁଟିକା ଓ ନୂତନ ଯୁବ ଚେହେରା ରବିଶଙ୍କର ଗମାଙ୍ଗ ରହିଛନ୍ତି । ସେହିଭଳି କଂଗ୍ରେସରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତମ ଗମାଙ୍ଗ ଏବଂ ଉଷା ଗମାଙ୍ଗ ଟିକଟ ପାଇଁ କସରତ ଚଳାଇଛନ୍ତି ।   

{"id":92965,"width":591,"height":334}

କାହାକୁ ମିଳିବ ଟିକେଟ୍‌, ସବୁକିଛି ନିର୍ଭର କରୁଛି ଦଳର ହାଇକମାଣ୍ଡଙ୍କ ଇଚ୍ଛା ଓ ଘୋଷଣା ଉପରେ । ହେଲେ ପଚାରିଲା ବେଳକୁ କିନ୍ତୁ ପ୍ରାର୍ଥୀ ନିଜ ନିଜର ଦାବିଦାରିକୁ ମଜବୁତ୍‌ ଦର୍ଶାଇବାକୁ ଚେଷ୍ଟା କରୁଥିବା ବେଳେ ଆସନ୍ତା ୨-୩ଦିନ ଭିତରେ ସବୁ କିଛି କ୍ଲିୟର ହୋଇଯିବ ବୋଲି କହୁଛନ୍ତି । 

{"id":92966,"width":589,"height":333}

ନିର୍ବାଚନ ପାଇଁ ହାତରେ ସମୟ ବହୁତ କମ୍‌ । ଏତିକିବେଳେ ବ୍ୟସ୍ତ ହୋଇପଡ଼ିଲେଣି ନେତା । ହେଲେ ଦଳ ତରଫରୁ ପ୍ରାର୍ଥୀ ଘୋଷଣା ହୋଇନଥିବାରୁ ଆଶାୟୀଙ୍କ ହାର୍ଟବିଟ୍‌ ବି ବଢ଼ିବାରେ ଲାଗିଛି । ତେଣୁ ଚାହିଁଲେ ବି ଖୋଲାଖୋଲି ପ୍ରଚାରକୁ ବାହାରିପାରୁନାହାନ୍ତି ପ୍ରାର୍ଥୀ ।କିନ୍ତୁ ଭିତରେ ଭିତରେ ଚାଲିଛି ପ୍ରଚାର, ଲବି ଓ ଗୋଛି କଟାକଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.