Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ଚଳିତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ସରିଲା ପ୍ରଚାର: ୧୯ରେ ୮ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ହେବ ମତଦାନ

17/05/2019 at 6:10 PM

ଭୁବନେଶ୍ବର୧୭|୫: ଶେଷ ପର୍ଯ୍ୟାୟ  ନିର୍ବାଚନ ପାଇଁ ସରିଲା ପ୍ରଚାର ।  ଏହି ପର୍ଯ୍ୟାୟରେ ୧୯ ରେ  ୫୯ଟି ଲୋକସଭା ଆସନ ପାଇଁ ହେବ ମତଦାନ।  ପ୍ରମୁଖ ରାଜନୈତିକ ଦଳଗୁଡିକ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ବଳ କୌଶଳ ଲଗାଇ ଦେଇଛନ୍ତି । ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ, ପ୍ରିୟଙ୍କା, ରାହୁଲଙ୍କ ଭଳି ତୁଙ୍ଗ ନେତା  ନିଜ ଦଳ ପାଇଁ ପ୍ରଚାର କରିଛନ୍ତି । ଏହି ପର୍ଯ୍ୟାୟରେ ମୋଦିଙ୍କ ଭାଗ୍ୟ ବି ସ୍ଥିର କରିବେ ବାରଣାସୀ ଭୋଟର । …

ସରିଲା ପ୍ରଚାର, ଶେଷହେଲା କୋଳାହଳ । ଚଳିତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ସଂଧ୍ୟାରେ ସରିଛି ପ୍ରଚାର । ୮ ରାଜ୍ୟର ମୋଟ୍‌ ୫୯ଟି ଆସନ ପାଇଁ ରବିବାର ହେବ ମତଦାନ । ମୋଦି, ରାହୁଲ, ପ୍ରିୟଙ୍କାଙ୍କ ଭଳି ତୁଙ୍ଗ ନେତା ସେମାନଙ୍କ ଦଳ ଓ ପ୍ରାର୍ଥୀଙ୍କ ପାଇଁ କରିଥିଲେ ଜୋରଦାର ପ୍ରଚାର ।  ମଧ୍ୟପ୍ରଦେଶରେ ପ୍ରଚାର କରି ମୋଦି ଏଥର ବିଜେପି ଓ ସାଥୀ ଦଳ ୩୦୦ ରୁ ଅଧିକ ଆସନ ଆଣିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ସେହିଭଳି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହିମାଚଳ ପ୍ରଦେଶ  ଓ ଦଳ ମହାସଚିବ ପ୍ରିୟଙ୍କା ଗାନ୍ଧି ଉତ୍ତର ପ୍ରଦେଶର ମିର୍ଜାପୁର ଓ କୁଶିନଗର ଆଦି ସ୍ଥାନରେ ଜୋରଦାର ନିର୍ବାଚନ ପ୍ରଚାର କରିଥିଲେ ।

ଶେଷ ପର୍ଯ୍ୟାୟ ନିର୍ବାଚନରେ ବାରଣାସୀରୁ ମୋଦି, ପାଟନାସାହିବରୁ କଂଗ୍ରେସ ନେତା ଶତୃଘ୍ନ ସିହ୍ନା, ବିଜେପିର ରବି ଶଙ୍କର ପ୍ରସାଦ, ଚଣ୍ଡିଗଡରୁ ବିଜେପି ନେତ୍ରୀ କିରଣ ଖେର, ଆପ୍‌ ନେତ୍ରୀ ଗୁଲ ପନାଗ ଓ ଗୁରଦାସପୁରରୁ ବିଜେପି ନେତା ସନ୍ନି ଦେଓଲ ଓ କଂଗ୍ରେସ ନେତା ସୁନିଲ ଝାକରଙ୍କ ଭଳି ନେତାଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

ପ୍ରଚାର ସରିବା ପରେ ଦଳ ଅଧ୍ୟକ୍ଷ ଅମିତ୍‌ ଶାହା ଓ ପ୍ରଧାମନ୍ତ୍ରୀ ମୋଦି ଏକାଠି ବସି ସାମ୍ବାଦିକ ସମ୍ମିଳନୀ କରିଥିଲେ । ୭ ଟି ପର୍ଯ୍ୟାୟରେ ଦଳ ପକ୍ଷରୁ ହୋଇଥିବା ନିର୍ବାଚନ ପ୍ରଚାର ଉପଲବ୍ଧି ସଂପର୍କରେ କହିଥିଲେ ପାର୍ଟି ଅଧ୍ୟକ୍ଷ ଅମିତ୍ ଶାହା  ଓ ପ୍ରଧାନମନ୍ତ୍ରୀ ମୋଦି । ଦଳ ୨୦୧୪ ଅପେକ୍ଷା ଭଲ ପ୍ରଦର୍ଶନ କରି ପୁଣି ସରକାର ଗଢିବ ବୋଲି ସେ ଦୃଢୋକ୍ତ ପ୍ରକାଶ କରିଛନ୍ତି ୫ବର୍ଷ ଧରି ଦେଶବାସୀ ଆଶୀର୍ବାଦ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ ମୋଦି ।

ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବି ସାମ୍ବାଦିକ ସମ୍ମିଳନୀ କରି ଦଳର ପ୍ରଚାର ଉପଲବ୍ଧି ସଂପର୍କରେ ସୂଚନା ଦେଇଥିଲେ । ବିଜେପିକୁ ସମାଲୋଚନା କରିବା ସହ ଏଥର କଂଗ୍ରେସ ସବୁଠାରୁ ଭଲ ପ୍ରଦର୍ଶନ କରିବ ରାହୁଲ କହିଥିଲେ ।

ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନରେ ଉତ୍ତର ପ୍ରଦେଶର ୧୩ଟି, ପଞ୍ଜାବର ସମସ୍ତ ୧୩ଟି, ପଶ୍ଚିମବଙ୍ଗର ୯ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି, ହିମାଚଳ ପ୍ରଦେଶର ସମସ୍ତ ୪ଟି, ଝାଡ଼ଖଣ୍ଡର ୩ଟି ଓ ଚଣ୍ଡିଗଡ଼ର ଏକମାତ୍ର ନିର୍ବାଚନ ମଣ୍ଡଳୀରେ ଭୋଟ୍‍ ଗ୍ରହଣ ହେବ। ୨୩ ତାରିଖ ଦିନ ଭୋଟ୍‍ ଗଣତି ହେବ । ଯାହା ଉପରେ ରହିଛି ଦଶର ନଜର ।

   Related Posts