Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର

20/04/2019 at 6:49 PM

ଭୁବନେଶ୍ବର ୨୦|୪: ରାଜ୍ୟରେ ବାକି ରହିଲା ଆଉ ୨ପର୍ଯ୍ୟାୟ ନିର୍ବାଚନ ।  ଆସନ୍ତା୨୩ ଓ ୨୯ରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରର୍ଥୀଙ୍କ ହାତରେ ଆଉ ମାତ୍ର ହାତଗଣତି କେଇଦିନ ବାକି । ଆସନ୍ତା କାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନ । କେନ୍ଦ୍ରାପଡା ପଟାମୁଣ୍ଡାଇ, ମୟୁରଭଞ୍ଜ ବାରିପଦା, ସମ୍ବଲପୁର, ତାଳଚେର, ଉଦଳା ଆଦି ସ୍ଥାନରେ ବିଭିନ୍ନ ଦଳର ପ୍ରାର୍ଥୀ ମାନେ ଚଳାଇଛନ୍ତି ଘମାସାନ ପ୍ରଚାର ।

ମୟୁରଭଞ୍ଜ ଜିଲ୍ଲାରେ ନିର୍ବାଚନୀ ପ୍ରଚାର ଜୋରଦାର । ଉଦଳା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଏବଂ ବିଜେପି ମଧ୍ୟରେ ଚାଲିଛି କାଣ୍ଟେକି ଟକ୍କର । ତେବେ କଂଗ୍ରେସ ପ୍ରାର୍ଥୀ ମଧ୍ୟ ପଛରେ ପଡି ନାହାଁନ୍ତି ।  କଂଗ୍ରେସ ପ୍ରାର୍ଥୀ ବେଣୁଧର ମହାପାତ୍ର ସମର୍ଥକଙ୍କ ସହ ପ୍ରଚାର ଚଲାଇଛନ୍ତି । ……

ସେପଟେ ଆଜି ବାରିପଦା ନିର୍ବଚନ ମଣ୍ଡଳୀ ଅନ୍ତର୍ଗତ ଖୁଣ୍ଟା ବ୍ଲକରେ ବହୁ ବିଜେପି ଓ ଜେଏମଏମ କର୍ମୀ ବିଜେଡିରେ ଯୋଗଦେଇଛନ୍ତି ।  ବାରିପଦାର ବିଜେଡି ବିଧାୟକ ପ୍ରାର୍ଥି ସରୋଜିନୀ ହେମ୍ବ୍ରମଙ୍କ ନେତୃତ୍ୱ ସମସ୍ତେ ବିଜେଡିରେ ମିଶିଛନ୍ତି ।

କେନ୍ଦ୍ରାପଡା ରାଜନଗରର ବିଧାନସଭା ମଣ୍ଡଳୀ ପାଇଁ ପ୍ରଚାର ଜୋର ଦାର କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଧୃବ ସାହୁ । ଏଠାରେ କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । କର୍ମୀଙ୍କ ଗହଣରେ ଧୃବ ସାହୁ ଗାଁଗାଁ ବୁଲି ଭୋଟ ଭିକ୍ଷା କରିଛନ୍ତି  । …

ତାଳଚେରରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ପ୍ରଚାର କରିଥିଲେ । ୨୦୧୯ରେ ବିଜେଡି କ୍ଷମତାକୁ ଆସିଲେ କାଳିଆ ଯୋଜନାର ସମସ୍ତ ହିତାଧିକାରୀଙ୍କୁ ତୁରନ୍ତ ସହାୟତା ପ୍ରଧାନ କରାଯିବ ବୋଲି ବ୍ରଜ ତାଳଚେର ବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ….

କେନ୍ଦୁଝର ଚମ୍ପୁାଆ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଘମାସାନ । ନିଜ ନିଜ ସମର୍ଥକଙ୍କ ସହ ଉଭୟ ବିଜେଡି, ବିଜେପି ଓ କଂଗ୍ରେସ  ଚଳାଇଛନ୍ତି ପ୍ରଚାର । ଏପରିକି  ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପାଇଁ ଷ୍ଟାର ପ୍ରଚାରକ ମାନେ ମଧ୍ୟ ଚମ୍ପୁଆରେ ପ୍ରଚାର କଛାଇଛନ୍ତି ।

ସେପଟେ ସମ୍ବଲପୁରରେ ଆସନ୍ତା ୨୩ରେ ହେବ ମତଦାନ ।ତେଣୁ କଂଗ୍ରେସର ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ସାମ୍ବାଦିକ ସମ୍ମିଳନୀ କରି ସ୍ଥାନୀୟ ସମସ୍ୟା, କଂଗ୍ରେସର ଲୋକାଭିମୁଖୀ ଇସ୍ତାହାର ସଂପର୍କରେ ଭୋଟରଙ୍କୁ ଅବଗତ କରାଇଛନ୍ତି । ବରିଷ୍ଠ କଂଗ୍ରେସନେତା ଶରତ ପଟ୍ଟନାୟକଙ୍କୁ ଦଳ ସମ୍ବଲପୁରୁ ଲୋକସଭା ପାଇଁ  ପ୍ରାର୍ଥୀ କରିଥିବା ବେଳେ ଭୀମ୍‌ସାରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶ୍ବିନୀ ପୂଜାହାରୀ ସମ୍ବଲପୁର ବିଧାନସଭା ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ।

   Related Posts