Wednesday, November 20, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେପୁର ଉପନିର୍ବାଚନ ପାଇଁ ୩ ଦଳର ସରଗରମ ପ୍ରଚାର, ଦିନ ରାତି ଲାଗିପଡିଛନ୍ତି ନେତା

ବିଜେପୁର ୧୪।୧୦ –  ବିଜେପୁର ଉପନିର୍ବାଚନ ପାଇଁ ୩ଦଳର  ସରଗରମ ପ୍ରଚାର । ବିଜେପୁରର ବିଭିନ୍ନ ପଞ୍ଚାୟତ ଦାୟିତ୍ବରେ ଥିବା ବିଜେଡି ନେତା ଭୋଟରଙ୍କ ମନ ଜିଣିବାକୁ ଦିନ ରାତି ଏକ କରିଦେଇଛନ୍ତି । ସେପଟେ ପୂର୍ବ ନିର୍ବାଚନରେ ବିଜେଡି ଦେଇଥିବା ପ୍ରତିଶ୍ରୁତିକୁ ପ୍ରତାରଣ କହି ବିଜେପି ଭୋରଟକୁ ଉସୁକାଇଛି  । ଆଉ କଂଗ୍ରେସ ଯଦିଓ ପ୍ରଚାରରେ ଟିକିଏ ବ୍ୟାକ୍‌ ପୁଟରେ ରହିଛି ତେବେ ବିଜେଡି ବିଜେପି କଳିରୁ ଫାଇଦା ଉଠାଇବାକୁ ଦଳ ଯୋଜନା କରିଛି ।  

ପ୍ରଚାରରେ ଉଠୁଛି ପଡୁଛି ବିଜେପୁର । ରାଜ୍ୟର ପ୍ରମୁଖ ତିନଦଳ ବିଜେଡି, ବିଜେପି ଓ କଂଗ୍ରେସର ଷ୍ଟାର ପ୍ରଚାରକ ମାନେ ସ୍ଥାନୀୟ ନେତାଙ୍କୁ ଧରି ଭୋଟରଙ୍କ ମନ ଜିଣିବାକୁ ଘରଘର ବୁଲୁଛନ୍ତି । ୩ ଦଳ ମଧ୍ୟରେ ପୁରା କା ଣ୍ଟେକି ଟକ୍କଟ ଚାଲିଛି । ବିଶେଷ ଭାବେ ବିଜେପୁର ବ୍ଲକକୁ ନେଇ ବିଜେଡି ବିଜେପି ଭିତରେ ଛକପଞ୍ଝା ।  ବିଜେପି ଗତ ନିର୍ବାଚନରେ ବିଜେପୁର ବ୍ଲକରୁ ହିଁ ୨୧ହଜାର ଭୋଟ ପାଇଥିଲା ।  ଏଥର ଦାବି କରୁଛି ବିଜେଡିର ରଣନୀତି ଫେଲ ମାରିବ।  ପୂର୍ବ ନିର୍ବାଚନର କୌଣସି ଗୋଟିଏ ବି ପ୍ରତିଶ୍ରୁତି ପୂରଣ କରି ନ ଥିବାରୁ ଲୋକେ ଏଥର ଠିକ ଜବାବ ଦେବେ ବୋଲି କହିଛି । ପ୍ରଚାରରେ ଏକ ପ୍ରକାର ବ୍ୟାକ୍ ଫୁଟ୍‌ରେ ଥିବା କଂଗ୍ରେସ  ବିଜେଡି ବିଜେପି କଳିରୁ ଫାଇଦା ଉଠାଇବାକୁ ଅନାଇ ବସିଛି ।

ସେହିପରି ଗାଇସିଲେଟ ବ୍ଲକରେ  ବିଜେପି ୪ଦିନ ଧରି ହେଭିୱେଟ୍ ନେତାଙ୍କୁ ପ୍ରଚାର କାମରେ ଲଗାଇଛି । ଆଜି ବିଜେପିର ବରିଷ୍ଠ ନେତା ଗିରିଧର ଗମାଙ୍ଗ, କେଭି ସିଂ ଦେଓ, ବସନ୍ତ ପଣ୍ଡା, ସୂରେଶ ପୂଜାରୀ ପ୍ରଚାର କରିଛନ୍ତି।  ବିଜେପିକୁ ସାମ୍ନା କରିବାକୁ ବିଜେଡି ପ୍ରାର୍ଥୀ ରୀତା ସାହୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ  ଧରି ଭୋଟରଙ୍କ ମନଜିଣିବାକୁ ପ୍ରୟାସ ଚଳାଇଛନ୍ତି ….

ବିଜେପୁରର ବିଭିନ୍ନ ବ୍ଲକ ଗୁଡକରେ  ଭୋଟରମଙ୍କୁ  ମନେଇବାକୁ ବିଜେପି ବିଜେଡି ପ୍ରଚାରଏକ ପ୍ରକାର  ଟକରାଟକରି ସ୍ଥିତିରେ ପହଞ୍ଚିଛି ।

239 Views

   ସମ୍ବନ୍ଧିତ ଖବର