ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନୟାଗଡରେ ଜୋର ଧରିଛି ପ୍ରଚାର : ପଛରେ ପଡିଯାଇଛି କଂଗ୍ରେସ

Published By : Prameya-News7 Bureau | April 15, 2019 IST

ନୟାଗଡ ୧୫/୪ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବ।ଚନ ପାଇଁ ପ୍ରଚାର ଆଉ ଦୁଇଦିନ ବାକିଥିବାବଳେ ଦଶପଲ୍ଲାରେ ବିଭିନ୍ନ ଦଳର ପ୍ରଚାରରେ ଜୋର୍ ଧରିଛି । ବିଜେପି ଏବଂ ବିଜେଡି ଦଳର ପ୍ରାର୍ଥୀମାନେ ଦଳୀୟ କର୍ମୀଙ୍କୁ ନେଇ ଗଁ।ଗଁ।ରେ ସଭା କରିବା ସହିତ ସେମାନଙ୍କର ନେତାମାନଙ୍କୁ ଆଣି ସଭାର ଆୟୋଜନ କରିଛନ୍ତି । ପ୍ରଚାରରେ କଂଗ୍ରେସ କିନ୍ତୁ କିଛିଟା ପଛରେ ପଡିଯାଇଛି ।

{"id":103610}


କନ୍ଧମାଳ ଲୋକସଭା ଅଧିନରେ ଥିବା ଦଶପଲ୍ଲା ବିଧାନସଭା ଆସନ ପାଇଁ ଆସନ୍ତା ୧୮ ତାରିଖରେ ହେବ ଭୋଟ୍ ଗ୍ରହଣ । ଚଳିତ ନିର୍ବ।ଚନରେ ଏହି ନିର୍ବ।ଚନମଣ୍ଡଳିର ୧ ଲକ୍ଷ ୮୪ ହଜାର ଭୋଟର ୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧ।ରଣ କରିବେ । ଆଦିବାସୀ ଅଧ୍ୟୁଷିତ ଏହି ସଂରକ୍ଷିତ ନିର୍ବ।ଚନମଣ୍ଡଳୀର ରହିଛି ବିଭିନ୍ନ ସମସ୍ୟା । ରାସ୍ତାଘାଟ ଠାରୁ ଆରମ୍ଭ କରି ବିଜୁଳି , ଜିବିକା, ଟେଲିଫୋନ୍ ଆଦି ସମସ୍ୟା ଏହି ଅଞ୍ଚଳରେ ରହିଆସିଛି ।

{"id":103616}

ଏହି ସବୁ ସମସ୍ୟାର ସମାଧାନ କରିବାପାଇଁ ପ୍ରତିଶୃତି ଦେଇ ତିନି ଦଳର ପ୍ରାର୍ଥୀମାନେ ସମୟକୁ ହାତଛଡା ନକରି ପ୍ରଚାରରେ ଲାଗିପଡିଛନ୍ତି । ଚଳିତଥର ବିଜେଡି ରମେଶ ଚନ୍ଦ୍ର ବହେରାଙ୍କୁ ପ୍ରାର୍ଥୀ କରିଛି । ରାଜ୍ୟସରକାରଙ୍କ ଅଧିନରେ ଯୁଗ୍ମ ସଚିବଭାବେ କାର୍ଯୟ କରୁଥିବା ରମେଶ ଚାକିରୀ ଛାଡି ଗତ କିଛି ଦିନ ହେଲା ବିଧାୟକ ପୂର୍ଣ୍ଣଙ୍କ ଅସନ୍ତୁଷ୍ଟଙ୍କୁ ନେଇ ସଂଗଠନ କରିଆସୁଥିଲେ । ଏହି ଅଞ୍ଚଳରେ ରହିଥିବା ବିଜେଡିର ଦୃଢ ସଂଗଠନ ଏବଂ ବିଜେଡି ସରକାରର ଜନହିତକର ଯୋଜନା ତାଙ୍କୁ ନିର୍ବ।ଚନରେ ନିଶ୍ଚିତ ବିଜୟୀ କରାଇବ ବୋଲି ସେ ଆଶାବାଦୀ ।

{"id":103611}


ଗତ ଦୁଇଦିନତଳେ ମୂଖ୍ୟମନ୍ତ୍ରୀଙ୍କ ନିର୍ବ।ଚନ ପ୍ରଚାର ପରେ ସେ ଆହୁରି ଅଧିକ ନିଶ୍ଚିତ ହୋଇଉଠିଛନ୍ତି। ଗତ ନିର୍ବ।ଚନରେ ବିଜେଡିର ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ନାୟକ ଏଠାରେ କଂଗ୍ରେସକୁ ଦ୍ବିତୀୟ ସ୍ଥାନରେ ରଖି ୩୭ ହଜାରରୁ ଅଧିକ ଭୋଟ୍ ରେ ବିଜୟୀ ହୋଇଥିଲେ । ବିଜେପି ତୃତୀୟ ସ୍ଥାନରେ ରହିଥିଲା । ଏଥର କିନ୍ତୁ ସମିକରଣ ବଦଳି ଯାଇଛି । ବିଜେଡି ପୂର୍ଣ୍ଣଙ୍କୁ ଟିକେଟ୍ ନଦେବାରୁ ସେ ବିଜେପିରେ ଯୋଗଦେଇ ନିର୍ବ।ଚନ ଲଢୁଛନ୍ତି ।

{"id":103615}

ଗଁ।ଗଁ। ବୁଲି ଲୋକଙ୍କ ସହ ମିଶିବା ସହ କେନ୍ଦ୍ରମନ୍ତ୍ରୀଙ୍କୁ ଆଣି ଏକ ବିରାଟ ସଭା ମାଧ୍ୟମରେ ଦଳୀୟ ପ୍ରଚାର କରିଛନ୍ତି । ପୂର୍ଣ୍ଣଙ୍କ ବାପା ଏଠାରୁ ଦୁଇଥର ବିଧାୟକ ଥିବାବଳେ ନିଜେ ପୂର୍ଣ୍ଣ ଗତ 5ବର୍ଷ ମଧ୍ୟରେ ଅଞ୍ଚଳର ବହୁ ବିକାଶ କରିଥିବାରୁ ଏଥର ତାଙ୍କର ବିଜୟ ସୁନିଶ୍ଚିତ ବୋଲି ସେ କହିଛନ୍ତି । ଏହାସହିତ କନ୍ଧମାଳ ସଂ।ସଦ ପ୍ରତ୍ୟୁଷା ସିଂ ଏବଂ ଦଶପଲ୍ଲାର ପୂର୍ବତନ ବିଧାୟକ କାଶିନାଥ ମଲ୍ଲିକ ତାଙ୍କୁ ସହେଯାଗ କରୁଥିବାରୁ ସେ ଆହୁରି ଆଶାବାଦୀ ଅଛନ୍ତି ।

{"id":103612}


ହାଇପ୍ରୋଫାଇଲ୍ ପ୍ରଚାରରେ କିନ୍ତୁ କଂଗ୍ରେସ ପଛରେ ପଡିଯାଇଛି । କଂଗ୍ରେସ ଏଥର ଏଠାରେ ଜଣେ ନୁଆମୁହଁ ଯୁବକ ପ୍ରଶାନ୍ତ ନାୟକଙ୍କୁ ପ୍ରାର୍ଥୀ କରିଛି । ସେ ଏହି ମାଟିର ଛୁଆ ହୋଇଥିଲେ ମଧ୍ୟ ଦୀର୍ଘଦିନହେଲା ବାହାରେ ରହିବା ସହ ସଂଗଠନ କାର୍ଯୟରେ ତାଙ୍କର ଭୂମିକା ନଥିଲା । ପୁରୁଖା କଂଗ୍ରେସ କର୍ମୀମାନେ ତାଙ୍କୁ ସହଜରେ ଗ୍ରହଣ କରିପାରୁନଥିବାବଳେ କଂଗ୍ରେସ ଟିକେଟ୍ ପାଇଁ ଅଶାବାଦୀ ଥିବା ବେଣୁଧର ନାୟକ ସ୍ବାଧୀନରେ ନିର୍ବ।ଚନ ଲଢୁଛନ୍ତି । ପ୍ରଶାନ୍ତ ପାଦରେ ଚାଲି ଗଁ।ଗଁ। ବୁଲି ଲୋକଙ୍କ ସହ ମିଶିବା ସହ ଦଳୀୟ କର୍ମୀଙ୍କୁ ନେଇ ସଭା କରୁଥିବା ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ କଂଗ୍ରେସର ପକେଟ୍ ଭୋଟ ରହିଛି ଏବଂ ଲୋକମାନେ ପରିବର୍ତ୍ତନ ସହ ଯୁବ ପ୍ରାର୍ଥୀଙ୍କୁ ଚାହଁୁଥିବାରୁ ଏଥର ତାଙ୍କର ବିଜୟ ହେବବୋଲି ସେ କହିଛନ୍ତି ।

{"id":103613}


ପରିବର୍ତ୍ତନ ହାୱା, ବିଜେଡି ପ୍ରାର୍ଥୀଙ୍କ ବିରୁଦ୍ଧରେ ରହିଥିବା ଆଦିବାସୀଙ୍କ ଅର୍ଥ ହଡପ ଅଭିଯୋଗ ଏବଂ ପାଣ ସମାଜର ଭୋଟ ପୂର୍ଣ୍ଣଙ୍କ ସପକ୍ଷରେ ଥିବାରୁ ତାଙ୍କର ପଲ୍ଲା ଭାରିଥିବାବଳେ ବିଜେଡି ପ୍ରାର୍ଥୀ ଏଥର ଗଡ ରକ୍ଷା କରିବାରେ କତେଦୁର ସଫଳ ହେଉଛନ୍ତି ତାହା ମେ ୨୩ ରେ ଜଣାପଡିବ ।

{"id":103614}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.