Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ: ୩ନଭେମ୍ବର ଭୋଟ ଲାଗି ପ୍ରଚାର ଶେଷ, ୨୮ ସିଟ୍ ରେ ହେବ ୩୫୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

1/11/2020 at 6:40 PM

ଭୋପାଲ ୧।୧୧: ମଧ୍ୟପ୍ରଦେଶ ବିଧାନସଭାର ୨୮ ଆସନ ଲାଗି ଉପନିର୍ବାଚନ ନିମନ୍ତେ ରବିବାର ପ୍ରଚାର ଶେଷ ହୋଇଛି। ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ହେବ। ଏଥିଲାଗି ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୈଦାନରେ ବିଜେପି, କଂଗ୍ରେସ ଭଳି ବଡ଼ବଡ଼  ରାଜନୈତିକ ଦଳଙ୍କ ସମେତ ବସପା ଓ ସ୍ୱାଧୀନ ଆଦି ୩୫୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି।

ନିର୍ବାଚନ ଆୟୋଗଙ୍କ ଦ୍ୱାରା ଧାର୍ଯ୍ୟ ସମୟାନୁସାରେ ରବିବାର ଅପରାହ୍ନ ୫ଟାରୁ ରାଜ୍ୟରେ ପ୍ରଚାର ଅଭିଯାନ ବନ୍ଦ ହୋଇଛି। ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ଲାଗି ନିର୍ବାଚନ ଆୟୋଗ ରାଜ୍ୟକୁ ୧୪ କମ୍ପାନୀ ଫୋର୍ସ ଯୋଗାଇଦେଇଛନ୍ତି। ଯେଉଁ ସବୁ ଆସନରେ ଉପନିର୍ବାଚନ ହେବ ଗତ ସାଧାରଣ ନିର୍ବାଚନରେ ଏଥିରୁ ୨୫ଟି ଆସନରେ କଂଗ୍ରେସ ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ। ବିଜୟ ଆଶାରେ ବିଜେପି ଏହି ସବୁ ଆସନରେ ପୂର୍ବଥର ବିଜୟୀ ନେତାଙ୍କୁ ପ୍ରାର୍ଥୀ କରିଛି।

ରାଜ୍ୟରେ ପ୍ରାୟ ୧୫ ବର୍ଷ ପରେ କମଲ ନାଥଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଶାସନକୁ ଫେରିଥିଲା। ତେବେ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ଯୋଗୁ ତାଙ୍କ ସମର୍ଥକ ବିଧାୟକମାନେ ମଧ୍ୟ ବିଜେପିକୁ ଚାଲିଯାଇଥିଲେ। ଏଣୁ ରାଜ୍ୟରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହରାଇବାକୁ ଶେଷରେ କମଲନାଥଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ଅନ୍ୟପକ୍ଷରେ ବିଧାୟକଙ୍କ ଦଳ ବଦଳ ଯୋଗୁ ରାଜ୍ୟକୁ ଉପନିର୍ବାଚନ ଦେଖିବାକୁ ପଡିଛି।

ସମସ୍ତ ଆସନରେ ଜିତିବା ଲକ୍ଷ ନେଇ କଂଗ୍ରେସ ନିର୍ବାଚନ ମୈଦାନକୁ ଓହ୍ଲାଇଛି। ଅନ୍ୟପକ୍ଷରେ ବିଜେପିକୁ ୯ଟି ଆସନ ମିଳିଗଲେ ଶିବରାଜ ସିଂହଙ୍କ ସରକାର ରାଜ୍ୟରେ ସ୍ଥିର ଶାସନ କରିବ। ଏଣୁ ଏବେ ଜନାଦେଶ ଉପରେ ନିର୍ଭର କରୁଛି କମଲ ନାଥ ଓ ଶିବରାଜ ସିଂହଙ୍କ ଭାଗ୍ୟ। ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସରକାର ଗଢିବାକୁ ସ୍ପଷ୍ଟ ଜନାଦେଶ ମିଳିଥିଲା। ହେଲେ ଭଙ୍ଗା ଗଢା ରାଜନୀତିରେ ଶିବରାଜ ପୁଣି ଶାସନ ହାତେଇଛନ୍ତି। ଯଦି ଜନତା ରାଜ୍ୟରେ ବିଜେପି ସରକାରକୁ ବହିଷ୍କାର କରନ୍ତି ତେବେ ଶିବରାଜ  ପୁଣି ବିରୋଧୀ ଦଳରେ ବସିବାକୁ ପଡିପାରେ ବୋଲି ଆକଳନ କରାଯାଉଛି।

   Related Posts