ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଓଡିଶାରୁ ଆରମ୍ଭ ହେଲା ଅଭିଯାନ, ସାମିଲ ହେଲେ ଏହି ସବୁ ବିଶିଷ୍ଟ ବ୍ୟକ୍ତି

Published By : Prameya-News7 Bureau | January 15, 2021 IST

ଭୁବନେଶ୍ଵର ୧୫।୦୧: ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବ । ଏଥିପାଇଁ ସମଗ୍ର ଭାରତବର୍ଷ ସମେତ ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଛି ଅଭିଯାନ ।  ଏହି ଅଭିଯାନ ପାଇଁ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ଗଠନ କରାଯାଇଛି । ଯେଉଁ ଅଭିଯାନରେ ଆଜି ସାମିଲ ହୋଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ, ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିରେ ଏକ ଭବ୍ୟ ବିଶ୍ୱସ୍ତରୀୟ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାର ଭକ୍ତ ମାନଙ୍କର ସହଯୋଗ ପ୍ରାପ୍ତି ନିମନ୍ତେ ଓଡ଼ିଶା ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ଅଭିଯାନରେ ସାମିଲ ହେବାର ସୌଭାଗ୍ୟ ଲାଭ କଲି । ଭବ୍ୟ ରାମ ମନ୍ଦିର ନିର୍ମାଣ ଅଭିଯାନରେ ଓଡ଼ିଶାର ଜନସାଧାରଣମାନେ ସାମିଲ ହେବାକୁ  ମୁଁ ଅନୁରୋଧ କରୁଛି ।

ଆଜି ଭୁବନେଶ୍ୱର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅଭିଯାନରେ ସାମିଲ ହେବା ଅବସରରେ ଏହି ସମିତିର ସଦସ୍ୟଗଣ ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଓଡ଼ିଶା ପୂର୍ବପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି, ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି, ଓଡ଼ିଶାର ସଭାପତି ପ୍ରଫୁଲ୍ଲ କୁମାର ମିଶ୍ର, ସମ୍ପାଦକ ଶ୍ରୀ ଗୋପାଳପ୍ରସାଦ ମହାପାତ୍ର, ଉପାଧ୍ୟକ୍ଷ ଶ୍ରୀ ମନସୁଖଲାଲା ସେଠିଆ ପ୍ରମୁଖ ଉପସ୍ଥିତ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.