ଭୁବନେଶ୍ବର୧୬|୪: ୧୮ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଆଜି ସନ୍ଧ୍ୟାରେ ଶେଷ ହୋଇଛି ପ୍ରଚାର । ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟରେ ବରଗଡ, ସୁନ୍ଦରଗଡ,ବଲାଙ୍ଗିର,କନ୍ଧମାଳ ଓ ଆସ୍କା ୫ ଲୋକସଭା ନିର୍ବାଚନମଣ୍ଡଳି ଓ ଏହାର ଅଧୀନରେ ଥିବା ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଗ୍ରହଣ ହେବ। ପ୍ରଶାସନିକ ସ୍ତରରରେ ଭୋଟ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।
ଦ୍ବିତୀୟ ପର୍ଯ୍ୟାୟ ନର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ଶେଷ ହୋଇଛି ପ୍ରଚାର । ୧୮ତାରିଖରେ ରାଜ୍ୟରେ ୫ଟି ଲୋକସଭା ଓ ଏହାର ଅଧୀନରେ ଥିବା ୩୫ଟି ବିଧାନସଭା ଆସନ ପାଇଁ ସବୁ ଦଳ କରିଛନ୍ତି ଧୁଆଁଧାର ପ୍ରଚାର। ଦ୍ବିତୀୟ ପର୍ଯ୍ୟାୟରେ ବରଗଡ଼,ସୁନ୍ଦରଗଡ,ବଲାଙ୍ଗୀର,କନ୍ଧମାଳ ଓ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନରେ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମତଦାନ କରାଯିବ। ନିର୍ବାଚନ କୁ ନେଇ ଅତାବିରା ରେ ଜୋର ଧରିଛି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଏକଦା କଂଗ୍ରେସର ଗଡ କୁହାଯାଉଥିବା ଏହି ନିର୍ବାଚନମଣ୍ଡଳୀରେ ୨୦୧୪ରେ ବିଜେଡି ବିପୁଳ ଭୋଟରେ ବିଜୟୀ ହୋଇଥିଲା।
ସୁନ୍ଦରଗଡ ତଳସରା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଷ୍ଟିଫେନ ସୋରେନ ନିଜର ସମର୍ଥକଙ୍କ ସହ ଗାଁକୁ ଗାଁ ବୁଲି ପ୍ରଚାର କରିଛନ୍ତି । କଂଗ୍ରେସର ଗଡ ଭାବେ ପରିଚିତ ଏହି ବିଧାନସଭା ଆସନରେ ତିନି ଥର ବିଜୟୀ ହୋଇଥିବା ପ୍ରଫୁଲ୍ଲ ମାଝୀ ପୁଣି ପ୍ରଚାର ପାଇଁ ଜୋରଦାର କରିଛନ୍ତି।
ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ଅଞ୍ଚଳରେ କଂଗ୍ରେସ ପକ୍ଷରୁ କରାଯାଇଛି ନିର୍ବାଚନୀ ପ୍ରଚାର। ସୋନପୁର ବିଧାନସଭା ପ୍ରାର୍ଥୀ ଚିତ୍ତରଞ୍ଜନ ମିଶ୍ର ଓ ବଲାଙ୍ଗିର ଲୋକସଭା ସାଂସଦ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର କରିଛନ୍ତି ପ୍ରଚାର। ବଲାଙ୍ଗିର ଲୋକସଭା ପ୍ରାର୍ଥୀ ସଂଙ୍ଗୀତା ସିଂଦେଓ ଓ ସୋନପୁର ବିଧାନସଭା ପ୍ରାର୍ଥୀ ଅଶୋକ ପୁଜାରୀ ରୋଡ ସୋ କରିଛନ୍ତି।
ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେଉଥିବାରୁ କନ୍ଧମାଳରେ ପ୍ରତ୍ୟେକ ଦଳର ପ୍ରାର୍ଥୀମାନେ ନିଜ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି। ଭୋଟରଙ୍କ ପ୍ରଭାବିତ କରିବାପାଇଁ ଆପଣାଇଛନ୍ତି ବିଭିନ୍ନ ପ୍ରଚାର ତରିକା। କିଏ ବାଇକ ରାଲି ତ କିଏ ସାହିକୁ କୁ ସାହି ବୁଲି ପ୍ରଚାର କରିଛନ୍ତି। କଂଗ୍ରେସ ଲୋକସଭା ପ୍ରାର୍ଥୀ ମନୋଜ ଆଚାର୍ଯ, ବାଲିଗୁଡା ବିଧାନସଭା ପ୍ରାର୍ଥୀ ସିମନ ମଲିକଙ୍କୁ ନେଇ ରୋଡ ସୋ କରିଛନ୍ତି।ବିଜେଡି ଲୋକସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ଫୁଲବାଣୀ ବିଧାନସଭା ପ୍ରାର୍ଥୀ ଅଙ୍ଗଦ କହଁର ସିନେ ତାରକାଙ୍କୁ ସାଥିରେ ନେଇ ଗାଁ ଗାଁ ବୁଲି ରୋଡ ସୋ କରିଛନ୍ତି। ଫୁଲବାଣୀରେ ବିଜେପି ବିଧାନସଭା ପ୍ରାର୍ଥୀ ଦେବନାରାୟଣ ପ୍ରଧାନ ମଧ୍ୟ ଜୋରଦାର ପ୍ରଚାର କରିଛନ୍ତି।