ବିଜେପୁର ନିର୍ବାଚନ: ଜମିଲାଣି ପ୍ରଚାର, ଉଷ୍ମ ହେଉଛି ରାଜନୀତି

Published By : Prameya-News7 Bureau | October 11, 2019 IST

ବରଗଡ ୧୧।୧୦: ବରଗଡ ଜିଲ୍ଲା  ବିଜେପୁରରେ ଜମିଲା ପ୍ରଚାର । ଘରକୁ ଘର ବୁଲି ଭୋଟରଙ୍କୁ ଭେଟିବା ସହ ରାଲି ଏବଂ ସଭା କ୍ୟାମ୍ପେନରେ ମୈଦାନ ଏବେ ସରଗରମ ।  ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ପାଇଁ ପ୍ରଚାରକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରୋଡ ସୋ କରିବା ସହ ସାଧାରଣ ସଭାରେ ଯୋଗ ଦେଉଛନ୍ତି । ପ୍ରଚାର ବେଳେ ଧର୍ମେନ୍ଦ୍ର ସିଧା ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ। କହିଛନ୍ତି ବିଜେପୁରକୁ ପ୍ରତାରିତ କରିଛନ୍ତି ନବୀନ ।  ସେହିପରି ନବୀନଙ୍କ ମୋ ସରକାର କାର୍ଯ୍ୟକ୍ରମ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର ।

{"id":168991}

କାଳିଆ ଟଙ୍କାକୁ ନେଇ ସରକାରଙ୍କ ଛବି ଉପରେ ଧର୍ମେନ୍ଦ୍ର ପ୍ରଶ୍ନ ଚିହ୍ନ ଲଗାଇଛନ୍ତି । ବିଜୟ ରଞ୍ଜନ ସିଂହ ବରିହା ଓ ପ୍ରଣୟ ସାହୁଙ୍କ ପରିବାର କାଳିଆ ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି। ସେପଟେ କାଉଣ୍ଟର ଚ୍ୟାଲେଞ୍ଜ କରିଛନ୍ତି ପ୍ରଣୟ ସାହୁ।

{"id":168992}

ଶୁକ୍ରବାର ରୀତା ସାହୁଙ୍କୁ ସାଥିରେ ଧରି ସଞ୍ଜୟ ଦାସବର୍ମା ଓ ସ୍ନେହାଙ୍ଗିନୀ ଛୁରିଆ ବରପାଲି ବ୍ଲକର ୨୩ ଟି ଗାଁରେ ପ୍ରଚାର କରିଛନ୍ତି । ସେପଟେ କଂଗ୍ରେସ ପ୍ରାର୍ଥିୀ ଦିଲ୍ଲୀପ ପଣ୍ଡା ଜୋରଦାର ପ୍ରଚାରରେ ଲାଗିଛନ୍ତି ।  ବିଜେପୁର ପ୍ରଚାର ରହିଲା ଆଉ ମାତ୍ର ୮ ଦିନ । ୧୯ ତାରିଖ ଦିନ ପ୍ରଚାର ସରିଯିବ । ୨୧ ରେ ନିର୍ବାଚନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.