୪ର୍ଥ ପର୍ଯ୍ୟାୟ ପାଇଁ ଆରମ୍ଭ ହେଲା ଯୋରଦାର ପ୍ରଚାର, ଆଜି ଉତ୍ତର ଓଡିଶାରେ ସବୁ ଦଳର ହେଭି ୱେଟ, ଗଲା ତିନି ପର୍ଯ୍ୟାୟର ପ୍ରମୁଖ ନେତାଙ୍କୁ ୪ର୍ଥ ପର୍ଯ୍ୟାୟ ଦାୟିତ୍ବ, ଜାଣନ୍ତୁ କିଏ ଯିବ କେଉଁଠିକୁ

Published By : Prameya-News7 Bureau | April 24, 2019 IST

ଭୁବନେଶ୍ବର୨୪|୪: ତୃତୀୟ ପର୍ଯ୍ୟାୟ ସରିଲା ଏବେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ ଚାଲିଛି ଜୋରଦାର ପ୍ରଚାର । ଷ୍ଟାର ପ୍ରଚାରକ ମଇଦାନରେ ଜି ଜାନ୍ ଲଗାଇଛନ୍ତି । ସବୁଠୁ ବଡକଥା ନିର୍ବାଚନ ସରିଥିବା ବାକି ୩ ଟି ପର୍ଯ୍ୟାୟର ବଡବଡ ନେତା ମାନଙ୍କୁ ଶେଷ ପର୍ଯ୍ୟାୟ ପ୍ରଚାର ପାଇଁ ୩ ପ୍ରମୁଖ ଦଳ ଲଗାଇବେ । ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସହ ସେମାନଙ୍କୁ ଦାୟିତ୍ବ ବଣ୍ଟନ ସରିଛି । ସେପଟେ ବାଲେଶ୍ବର ଓ ବାରିପଦାର ବିଭିନ୍ନ ସ୍ଥାନରେ ସଭା ଓ ରୋଡ୍‌ ସୋ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ନବୀନ ପଟ୍ଟନାୟକ । ଭଦ୍ରକରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଛନ୍ତି ବରିଷ୍ଠ ବିଜେପି ନେତା ନୀତିନ ଗଡକରୀ ।….

{"id":106897}

ଚତୁର୍ଥ ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇବେ ତୃତୀୟ ପର୍ଯ୍ୟାୟର ହେଭିୱେଟ । ଶେଷ ହୋଇଥିବ ୩ଟି ପର୍ଯ୍ୟାୟର ନେତାଙ୍କୁ ଏବେ ପୂର୍ବ ଓ ଉତ୍ତର ମୁହାଁ କରିଛନ୍ତି ୩ ପ୍ରମୁଖ ଦଳ । ଯେପରି ଶେଷ ପର୍ଯ୍ୟାୟର ୬ଟି ଲୋକସଭା ଓ ୪୨ ବିଧାନସଭା ଆସନରୁ ଯଥା ସମ୍ଭବ ଅଧିକରୁ ଅଧିକ ଆସନ ଅକ୍ତିଆର କରିହେବ।

{"id":106900}

ମିଳିଥିବା ସୂଚନା ଅନୁସାରେ ଅନୁସାରେ ବିଜେଡି ଅଚ୍ୟୁତ ସାମନ୍ତ, ସୌମ୍ୟରଞ୍ଜନ ପଟ୍ଟନାୟକ, ଅରୁପ ପଟ୍ଟନାୟକ, ନବ ଦାସଙ୍କ ଭଳି ବଡବଡ ଫିଗରଙ୍କୁ ମୟୁରଭଞ୍ଜ, ବାଲେଶ୍ବର, କେନ୍ଦ୍ରାପଡା , ଯାଜପୁର ଆଦି ସ୍ଥାନକୁ ପ୍ରଚାର ପାଇଁ ପେଷିବ।

{"id":106903}

ସେହିଭଳି ବିଜେପି ଅପରାଜିତା ଷଡଙ୍ଗୀ, ସମ୍ବିତ ପାତ୍ର,  ପ୍ରକାଶ ମିଶ୍ରଙ୍କ ଭଳି ନେତାଙ୍କୁ ନିର୍ବାଚନ ପ୍ରଚାର ପାଇଁ ଏହି ସବୁ ଜିଲ୍ଲାକୁ ଛାଡିବ । କଂଗ୍ରେସ ମଧ୍ୟ ନରସିଂହ ମିଶ୍ର , ତାରା ପ୍ରସାଦ ବାହିନୀପତି, ଶରତ ପଟ୍ଟନାୟକଙ୍କ ଭଳି ନେତାଙ୍କୁ ନେଇ ପ୍ରଚାର  କରିବେ।

{"id":106905}

ସେପଟେ ଚତୁର୍ଥ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି ୩ ପ୍ରମୁଖ ଦଳ ।  ବାଲେଶ୍ବରରରେ ଆଜି ଗଡ଼ିଛି ନବୀନଙ୍କ ରଥ। ଜଳେଶ୍ବର, ବସ୍ତା, ନୀଳଗିରି, ରେମୁଣାରେ ସଭା କରିଛନ୍ତି ବିଜେଡି ସୁପ୍ରିମୋ । ସବୁଠି କେନ୍ଦ୍ର ଉପରେ ବର୍ଷିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଓ ଦୁର୍ବିପାକ ବେଳେ କେନ୍ଦ୍ରୀୟ ନେତାଙ୍କ ଦେଖା ମିଳୁନି । ନବୀନ ବୈସିଙ୍ଗା ଓ ବାରିପଦାରେ ପ୍ରଚାର ସହ ରୋଡ୍‌ ସୋ କରିଛନ୍ତି । 

{"id":106902}

ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭଦ୍ରକରେ ଭୋଟ୍ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ବାସୁଦେବପୁରରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ଗଡକରୀ ରାଜ୍ୟ ସରକାରଙ୍କ ବିଫଳତା ବଖାଣିଛନ୍ତି ।ଏହାପରେ ଭଣ୍ଡାରିପୋଖରି ବନ୍ତ ବ୍ଲକ ହାଟ ପଡିଆରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଛନ୍ତି ।

{"id":106906}

 ସେହିପରି ମୟୁରଭଞ୍ଜରେ ମାରାଥନ୍ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଇରଙ୍ଗପୁରର ବହଳଦା, ସାରସକଣାର ରାଇହରି, ବାଙ୍ଗିରିପୋଷୀ ନିର୍ବାଚନ ମଣ୍ଡଳୀର ଚାନ୍ଦୁଆରେ ସଭାରେ ଯୋଗ ଦେଇ ସାଧାରଣ ଲୋକଙ୍କୁ ଉଦବୋଧନ ଦେଇଛନ୍ତି ଧର୍ମେନ୍ଦ୍ର 

{"id":106907}

ଆସନ୍ତାକାଲି ନିର୍ବାଚନ ପ୍ରଚାର ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ସେ ଯାଜପୁରର ବରି ଓ ଭଦ୍ରକର ଚାନ୍ଦବାଲୀ ଓ ନିମାପଡାର ଗୋପଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ସେହିଭଳି ଆସନ୍ତା ୨୬ ରେ ରୂପା ଗାଙ୍ଗୁଲି ଆସୁଥିବା ବେଳେ ୨୭ ରେ ବିଜେପି ସଭାପତି ଅମିତ୍‌ ଶାହାଙ୍କ ମୋରଡା ଓ ସୁକିନ୍ଦାରେ ପ୍ରଚାର କାର୍ଯ୍ୟକ୍ରମ ରହିଛି ।

{"id":106908}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.