Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ବିହାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଲାଗି ସରିଲା ନିର୍ବାଚନ ପ୍ରଚାର, ୭୧ ସିଟ୍‌ରେ ହେବ ୧୦୬୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

26/10/2020 at 6:29 PM

ପାଟନା ୨୬।୧୦:  ବିହାର ବିଧାନସଭା ନିମନ୍ତେ ୨୮ ଅକ୍ଟୋବର ଭୋଟ ଗ୍ରହଣ ଲାଗି ସୋମବାର ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା ଆସନ ଲାଗି ଭୋଟ ହେବାକୁ ଥିବା ବେଳେ ୧୦୬୬ ଜଣ ପ୍ରର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଗୋଟିଏ ପଟେ ନିର୍ବାଚନ ଲାଗି ପ୍ରଚାର ଅଭିଯାନ ସରିଥିବା ବେଳେ ଅନ୍ୟପଟେ ଭୋଟ ଗ୍ରହଣ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ପ୍ରଥମ ପର୍ଯ୍ୟାୟରେ ବିହାର ବିଧାନସଭାର ୮ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେବ। ପାଟନା ଗ୍ରାମାଞ୍ଚଳ ସମେତ ମଗଧ ଓ ଶାହବାଦ ଭୋଟର ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଭୋଟ ଦେବେ। ରାଜ୍ୟର ଯେଉଁ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ପ୍ରଥମ ପର୍ଯ୍ୟାୟ ଭୋଟରେ ହେବ ସେଥିରେ ବିଜେପିର ପ୍ରେମ କୁମାର, କୃଷ୍ଣନନ୍ଦନ ବର୍ମା, ଜୟ କୁମାର ସିଂହ, ଶୈଲେଶ କୁମାର, ସନ୍ତୋଷ କୁମାର ନିରାଲା, ରାମନାରାୟଣ ମଣ୍ଡଳ, ବିଜୟ କୁମାର ସିହ୍ନା ଓ ବ୍ରଜ କିଶୋର ବିନ୍ଦୁ ପ୍ରମୁଖ ଅଛନ୍ତି।

ଏହା ଛଡା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତେନରାମ ମାଁଝୀଙ୍କ ଭାଗ୍ୟର ନିଷ୍ପତ୍ତି ମଧ୍ୟ ପ୍ରଥମ ପର୍ଯ୍ୟାୟ ଭୋଟିଂରେ ହେବ। ମାଁଝୀ ତାଙ୍କ ପାରମ୍ପରିକ ଆସନ ଇମାମଗଞ୍ଜରୁ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଏଠାରେ ଆରଜେଡିର ଉଦୟନାରାୟଣ ଚୌଧୁରୀ ତାଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି।

ମାଁଝୀଙ୍କ ବ୍ୟତୀତ ଅନ୍ୟ ଯେଉଁ ସିଟ୍‌ ଉପରେ ଏବେ ସମସ୍ତ ନଜର ରହିଛି ତାହା ହେଉଛି ମୋକମା ବିଧାନସଭା ନିର୍ବାଚମଣ୍ଡଳୀ। ଏଠାରେ ଆରଜେଡିର ବାହୁବଳୀ ବିଧାୟକ ଅନନ୍ତ ସିଂହ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଅନନ୍ତ ସିଂହଙ୍କ ବିପକ୍ଷରେ ଜେଡିୟୁ ରାଜୀବ ଲୋଚନ ସିଂହଙ୍କୁ ପ୍ରାର୍ଥୀ କରିଛି। ସେହିପରୀ ଅନ୍ୟତମ ବାହୁବଳି ନେତା ସୁନୀଲ ପାଣ୍ଡେ ତରାରୀ ବିଧାନସଭା ଆସନରୁ ପ୍ରତି ଦ୍ୱନ୍ଦ୍ୱୀତା କରୁଛନ୍ତି। କୌଣସି ଦଳରୁ ତାଙ୍କୁ ଟିକେଟ ନ ମିଳିବାରୁ ସେ ଏଥର ଏଠାରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ହୋଇଛନ୍ତି।

   Related Posts