ବିଚାରାଧିନ କଏଦୀମାନଙ୍କ ପାଇଁ ଆଜି ଠାରୁ ଆରମ୍ଭ ହେଲା ବିଭିନ୍ନ ଜେଲରେ କ୍ୟାମ୍ପକୋର୍ଟ

Published By : Prameya-News7 Bureau | October 29, 2018 IST

କଟକ;୨୯/୧୦-ବିଭିନ୍ନ ଜେଲରେ ବନ୍ଦୀ ଥବା କଏଦୀଂକର ଜାମିନ ପାଇଁ ବାଟ ଫିଟିଛି । ହାଇକୋର୍ଟଂକ ନିର୍ଦ୍ଦେଶକ୍ରମେ ବିଭିନ୍ନ କୋର୍ଟରେ ଆରମ୍ଭ ହୋଇଛି କ୍ୟାମ୍ପ କୋର୍ଟ । କଟକ ଚୌଦାର ସର୍କଲ ଜେଲରେ ହୋଇଛି ୪ଟି କ୍ୟାମ୍ପ କୋର୍ଟ । କଟକ ରୁରାଲ ଜେଏମଏଫସି ,ଏସଡ଼ିଜେମ,ଏଡ଼ିଜି କ୍ୟାମ୍ପକୋର୍ଟ କରିଛନ୍ତି । କ୍ୟାମ୍ପ କୋର୍ଟକୁ କଟକ ଜିଲ୍ଲା ଜର୍ଜ ନିରୀକ୍ଷଣ କରିଛନ୍ତି । ରାଜ୍ୟର ବିଭିନ୍ନ ଜେଲରେ ମଧ୍ୟ କ୍ୟାମ୍ପ କୋର୍ଟ ବସିଛି । ରାଜ୍ୟବ୍ୟାପି ଆଇନଜୀବିଂକ ଆନ୍ଦୋଳନ ଯୋଗୁଁ ଜାମିନ ହୋଇପାରୁନାହିଁ । ଯାହା ଫଳରେ ଜେଲ ପାଲଟିଛି ବିଚାରାଧୀନ ଶହଶହ କଏଦୀଂକ ଠିକଣା । ଏଭଳି ସ୍ଥଳେ ଜାମିନ ହୋଇପାରୁନାହିଁ । ଜେଲ ଭିତରେ ବିନା ଦଣ୍ଡବିଧାନରେ ସଜ୍ଜା କାଟୁଛନ୍ତି । ଏବଂ ବାହାରେ ପରିବାର ଲୋକ ଛଟପଟ ହେଉଛନ୍ତି । ଏପଟେ ଜେଲରେ ମଧ୍ୟ କଏଦୀଂକ ସଂଖ୍ୟା ବଢ଼ିବଢ଼ି ଚାଲିଛି । ସ୍ଥିତିର ଗଭିରତା ଦେଖି ଜେଲ ଭିତରେ କ୍ୟାମ୍ପକୋର୍ଟ ଖୋଲିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଚନ୍ତି । କ୍ୟାମ୍ପକୋର୍ଟରେ ଜାମିନ ଆବେଦନର ଶୁଣାଣି ହେବ । ଏଥିରେ ପରିବାର ଲୋକ ମଧ୍ୟ ମତ ରଖିପାରିବେ । ଜାମିନ ଆବେଦନ ଉପରେ ଶୁଣାଣି କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.