Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଭାରତ ବିପକ୍ଷରେ ଡେବ୍ୟୁ କରିବେ ଯୁବ ଅଲ୍‌ରାଉଣ୍ଡର କ୍ୟାମେରନ୍‌ ଗ୍ରୀନ୍‌, ସେପଟେ ୩ ବର୍ଷ ପରେ ଫେରିଲେ ହେନ୍‌ରିକ୍ସ

29/10/2020 at 5:45 PM

ମେଲ୍‌ବୋର୍ଣ୍ଣ ୨୯/୧୦: ଭାରତ ବିପକ୍ଷ ଏକଦିବସୀୟ ଓ ଟି-୨୦ ସିରିଜ୍‌ ପାଇଁ ନିଜର ଟିମ୍‌ ଘୋଷଣା କରିଛି ଅଷ୍ଟ୍ରେଲିଆ । ତେବେ ଏହି ଟିମ୍‌ରେ ପ୍ରଥମଥର କ୍ୟାମେର୍‌ ଗ୍ରୀନଙ୍କୁ ସାମିଲ୍‌ କରିଛି ଦଳ। ଘରୋଇ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ ପାଇଁ ଗ୍ରୀନ୍‌ଙ୍କୁ ଭାରତ ବିପକ୍ଷ ମ୍ୟାଚ୍‌ରେ ସାମିଲ କରିଛି ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌। ଗ୍ରୀନ୍‌ଙ୍କ ସମେତ ସିଡନୀ ସିକ୍ସର୍ସ ଅଧିନାୟକ ତଥା ନ୍ୟୁ ସାଉଥ୍‌ ଓ୍ବାଲ୍ସର ଅଲରାଉଣ୍ଡର ମୋଇସେସ୍‌ ହେନରିକ୍ସଙ୍କୁ ଦଳ ସାମିଲ୍‌ କରିଥିବା ଜଣାପଡ଼ିଛି। ମୋଇସେସ୍‌ ୩ ବର୍ଷ ପରେ ପୁଣି ଅନ୍ତର୍ଜାତୀୟ ଟିମ୍‌ ଫେରିଛନ୍ତି। ତେବେ ଗତ ବିଗ୍‌ ବାସ୍‌ ଲିଗ୍‌​‌ରେ ସିକ୍ସର୍ସକୁ ଟାଇଟ୍‌ଲ ଦେବାରେ ସଫଳ ହୋଇଥିଲେ ମୋଇସେସ୍‌। ଯେଉଁଥିପାଇଁ ଦଳ ତାଙ୍କ ଉପରେ ଭରସା କରିଥିବା ଜଣାପଡ଼ିଛି।

କ୍ୟାମେରନ୍‌ ଗ୍ରୀନ୍‌ ଅନ୍ତର୍ଜାତୀୟ ଦଳ ପାଇ ଡେବ୍ୟୁ କରିବାକୁ ଯାଉଥିବା ବେଳେ ତାଙ୍କୁ ନେଇ କଳ୍ନନା ଜଳ୍ପନା ଆରମ୍ଭ ହୋଇଛି। ନିକଟରେ ଆୟୋଜିତ ସିଫଲ୍ଡ ସିଲ୍ଡରେ ସାଉଥ ଓ୍ବାଲ୍ସ ବିପକ୍ଷରେ ଦମଦାର ୧୯୭ ରନ୍‌ କରି ଚୟନକର୍ତ୍ତାଙ୍କ ନଜରକୁ ଆସିଥିଲେ ଗ୍ରୀନ୍‌। ଏହି ଫର୍ମାଟରେ ୫୨.୨୩ ଆଭେରେଜ୍‌ ସହ ୨୭ ଇନିଂସ୍‌ରୁ ୧୦୯୭ ରନ୍‌ ସଂଗ୍ରହ କରିଥିଲେ କ୍ୟାମେରନ୍‌। ଗ୍ରୀନ୍‌ ଭଲ ବ୍ୟାଟିଂ କରନ୍ତି ନୁହେଁ ତାହା ନୁହେଁ ସେ ଜଣେ ଦକ୍ଷ ବୋଲର ମଧ୍ୟ। ସୀମିତ କ୍ୟାରିୟରେ ସେ ଏବେସୁଦ୍ଧା ୨୮ଟି ଓ୍ବିକେଟ୍‌ ନେଇସାରିଛନ୍ତି। କିନ୍ତୁ ତାଙ୍କ ପିଠିରେ ଆଘାତ ଲାଗିଥିବାରୁ ତାଙ୍କୁ ବ୍ୟାଟ୍ସମ୍ୟାନ୍‌ ଭାବେ ଚୟନ କରାଯାଇଛି। ୧୮ ଜଣିଆ ସ୍କ୍ବାର୍ଡରେ ତାଙ୍କୁ ସାମିଲ କରାଯାଇଥିବା ଜଣାପଡ଼ିଛି।

ଅଧିକ ତାପାମାତ୍ରା ସତ୍ବେ କ୍ୟାମେରନ୍‌ ପଶ୍ଚିମ ଅଷ୍ଟ୍ରେଲିଆରେ ଆୟୋଜିତ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ଭବିଷ୍ୟତରେ ଜଣେ ଭଲ ଖେଳାଳି ଭାବେ କ୍ୟାମେରନ୍‌କୁ ଗଣାଯାଇପାରେ। ତେବେ ଏହି ସମୟରେ ଟିମ୍‌ର ସଦସ୍ୟ ହେବା ସହ ଅନୁଭବ କମାଇବା ତାଙ୍କ ଗୁରୁତ୍ବପୂର୍ଣ୍ଣ ବୋଲି ଚୟନକର୍ତ୍ତା ବୋର୍ଡର ଅଧ୍ୟକ୍ଷ ଟ୍ରେଭର ହନ୍ସ କହିଛନ୍ତି।

ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୨୭ରୁ ଓଡିଆଇ ଆରମ୍ଭ ହୋବକୁ ଥିବା ବେଳେ ପ୍ରଥମ ଟି-୨୦ କାନବେରାରେ ଡିସେମ୍ବର ୪ରେ ଖେଳାଯିବ ବୋଲି ଜଣାପଡ଼ିଛି। ପରେପରେ ଟେଷ୍ଟ ସିରିଜ୍‌  ଡିସେମ୍ବର ୧୭ରୁ ଆରମ୍ଭ ହେବ। ତେବେ ଆଗାମୀ ସିରିଜ୍‌ ଲକ୍ଷରେ ରଖି ଅଷ୍ଟ୍ରେଲିଆ ଖେଳାଳି ଚୟନ କରିଥିବା ଟ୍ରେଭର କହିଛନ୍ତି। ବିଶେଷ କରି ମାର୍ସ ସିଫିଲ୍ଡ ସିଲ୍ଡ ମ୍ୟାଚ୍‌ଗୁଡ଼ିକରେ ଭଲ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ଚୟନକର୍ତ୍ତାମାନେ ଅଗ୍ରାଧିକାର ଦେଇଥିଲେ। ସେମାନଙ୍କ ମଧ୍ୟରେ ଶୀର୍ଷରେ କ୍ୟାମେରନ୍‌ ଗ୍ରୀନ୍‌ ଥିବା ଜାତୀୟ ଚୟନକର୍ତ୍ତାମାନେ ମତ ଦେଇଛନ୍ତି।

ଅଷ୍ଟ୍ରେଲିଆ ବନାମ ଭାରତ ଦିନିକିଆ ଶୃଙ୍ଖଳା

୨୦୨୦ ନଭେମ୍ଵର ୨୭- ପ୍ରଥମ ଦିନିକିଆ, ସିଡନୀ

୨୦୨୦ ନଭେମ୍ବର ୨୯- ଦ୍ଵିତୀୟ ଦିନିକିଆ, ସିଡନୀ

୨୦୨୦ ଡିସେମ୍ବର ୨- ତୃତୀୟ ଦିନିକିଆ, କାନବେରା

ଅଷ୍ଟ୍ରେଲିଆ ବନାମ ଭାରତ ଟି–୨୦ଶୃଙ୍ଖଳା

୨୦୨୦ ଡିସେମ୍ବର ୪- ପ୍ରଥମ ଟି-୨୦ ମ୍ୟାଚ୍‌, କାନବେରା

୨୦୨୦ ଡିସେମ୍ବର ୬- ଦ୍ଵିତୀୟ ଟି-୨୦, ସିଡନୀ

୨୦୨୦ ଡିସେମ୍ବର ୮- ତୃତୀୟ ଟି-୨୦, ସିଡନୀ

ସେପଟେ  ୨୦୧୭ରେ ଶେଷ ଥର ପାଇଁ ଅନ୍ତର୍ଜାତୀୟ ଟି-୨୦ ଓ ଏକଦିବସୀୟ ସିରିଜ୍‌ ଖେଳିଥିବା ମୋଇସେସ୍‌ ହେନ୍‌ରିକ୍ସ ୩ ବର୍ଷ ପରେ ପୁଣି ଦଳକୁ ଫେରୁଛନ୍ତି। ମାର୍ସ କପ୍‌ରେ ଗ୍ରୀନ୍‌ ଓ ହେନ୍‌ରିକ୍ସ ଉଭୟ ଦଳକୁ ବିଶାଳ ବିଜୟ ଦେବାରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ। ଗତବର୍ଷ ହେନ୍‌ରିକ୍ସଙ୍କ ୩୩ ରନ୍‌ ସିଡନୀ ସିକ୍ସର୍ସକୁ କପ୍‌ ଆଣିଦେଇଥିଲା। ତେବେ ଗ୍ରନ୍‌ ଓ ହେନ୍‌ରିକ୍ସ ଅଷ୍ଟେ୍ରଲିଆ ଟିମ୍‌ରେ ସ୍ଥାନ ପାଇଛନ୍ତି।

ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ସ୍କ୍ବାର୍ଡ
ଆରୋନ ଫିଞ୍ଚ(କ୍ୟାପ୍‌ଟେନ୍‌), ସିନ୍‌ ଆବୋଟ୍‌, ଆଷ୍ଟନ୍‌ ଅଗର, ଆଲେକ୍ସ କ୍ୟାରି, ପାଟ କୁମିନ୍ସ, କ୍ୟାମେରନ୍‌ ଗ୍ରୀନ୍‌, ଜୋସ୍‌ ହ୍ୟାଜେଲଉଡ୍‌, ମୋଇସେସ୍‌ ହେନ୍‌ରିକ୍ସ, ମାରନୁସ୍‌ ଲାବୁସଚେଞ୍ଜ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ୍‌, ଡାନିଏଲ୍‌ ସାମ୍ସ, କେନ୍‌ ରିଚାର୍ଡସନ୍‌, ଷ୍ଟିଭ୍‌ ସ୍ମିଥ, ମିଚେଲ୍‌ ଷ୍ଟାର୍କ, ମାର୍କସ୍‌ ​‌ଷ୍ଟୋନିସ୍‌, ମାଥ୍ୟୁ ଓ୍ବାଡେ, ଡେଭିଡ୍‌ ଓ୍ବାର୍ଣ୍ଣର, ଆଦାମ ଜାମ୍ପା।

   Related Posts