ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ବଡ଼ ଖବର...

Published By : Prameya-News7 Bureau | January 16, 2020 IST

ନୂଆଦିଲ୍ଲୀ୧୬/୧: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ବଡ ଖବର । ଦିଲ୍ଲୀ ସରକାରଙ୍କ ପରେ ଏବେ ଦିଲ୍ଲୀର ଉପ-ଜିଲ୍ଲାପାଳ ଅନିଲ ବୈଜଲ ମଧ୍ୟ ନିର୍ଭୟା ଦୋଷୀ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି। ବର୍ତ୍ତମାନ ମୁକେଶର ରାଜକ୍ଷମା ଆବେଦନ ପ୍ରଥମେ ଗୃହ ମନ୍ତ୍ରାଳୟ ନିକଟକୁ ପଠାଯିବା ପରେ ସେଠାରୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ । ତେବେ ମୁକେଶର ରାଜକ୍ଷମା ଯାଚିକା ଉପରେ ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ଶେଷ ତଥା ଅନ୍ତିମ ନିଷ୍ପତି ଶୁଣାଇବେ ।

ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ଆସନ୍ତା ୨୨ ତାରିଖ ସକାଳ ୭ଟା ଫାଶୀ ଖୁଂଟରେ ଖୁଲାଇବାକୁ ପୂର୍ବରୁ କୋର୍ଟ ରାୟ ଶୁଣାଇସାରିଛି । ଯାହାକୁ ନିର୍ଭୟା ସୈତାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ମୁକେଶ ଦିଲ୍ଲୀ ହାଇକୋର୍ଟରେ ନିମ୍ନ ଅଦାଲତ ପକ୍ଷରୁ ଜାରି କରାଯାଇଥିବା ଡେଥ୍ ୱାରେଂଟକୁ ଚ୍ୟାଲେଂଜ ଦେଇଥିଲା ।

ସେପଟେ, ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଜଣ ଦୋଷୀଙ୍କ ଫାଶୀରେ ହୋଇପାରେ ବିଳମ୍ବ । ଜାନୁଆରୀ ୨୨ ତାରିଖରେ ଫାଶୀ ଦେବା ସମ୍ଭବ ନୁହେଁ ବୋଲି ଗତକାଲି କେନ୍ଦ୍ର ଓ ଦିଲ୍ଲୀ ସରକାର କୋର୍ଟକୁ ଜଣାଇବା ପରେ ଏହି ଆଶଙ୍କା ବଢ଼ି ଯାଇଛି । ବର୍ତ୍ତମାନ ରାଷ୍ଟ୍ରପତିଙ୍କ ନିକଟରେ ଦୋଷୀଙ୍କ ରାଜକ୍ଷମା ଆବେଦନ ରହିଛି । ଏହି ନିଷ୍ପତି ଆସିବା ପରେ ଦୋଷୀଙ୍କୁ ଅତିରିକ୍ତ ୧୪ ଦିନ ମିଳିବ । ତେଣୁ ଆଇନ୍ ଅନୁସାରେ ଆସନ୍ତା ୨୨ ତାରିଖରେ ଦୋଷୀଙ୍କୁ ଫାଶୀ ଦେଇହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଅନ୍ୟପଟେ ଫାଶୀ ତାରିଖ ଘୁଂଚିବା ନେଇ ଆଜି ଟ୍ରାଏଲ କୋର୍ଟରେ ଶୁଣାଣି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.