Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କରୋନା ସୁପରସ୍ପ୍ରେଡର୍‌ଙ୍କୁ ଜଗିବେ କମାଣ୍ଡୋ: ଅନାବଶ୍ୟକ ସ୍ଥଳେ ବାହାରେ କରି ପାରିବେ ନାହିଁ ଚଲାବୁଲା

10/07/2020 at 11:35 AM

ଥିରୁୱନନ୍ତପୁରମ ୧୦/୦୭: କେରଳର ରାଜଧାନୀ ଥିରୁୱନନ୍ତପୁରମ ଅନ୍ତର୍ଗତ ଏକ ଉପକୂଳବର୍ତ୍ତୀ ଗ୍ରାମ ପୁନଥୁରାରେ କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସେଠାରେ ପୁଲିସକର୍ମୀ ଓ ଆମ୍ବୁଲାନ୍ସ ସହିତ କମାଣ୍ଡୋ ବି ମୁତୟନ କରିଛନ୍ତି । ଏହି ଗ୍ରାମରେ ସରକାରଙ୍କ ଦ୍ୱାରା ଲାଉଡସ୍ପିକର ଜରିଆରେ ଘୋଷଣା କରାଯାଉଛି କି ଗ୍ରାମର ଯେଉଁ ଲୋକ ଅନାବଶ୍ୟକ ଭାବେ ବାହାରେ ଚଲାବୁଲା କରିବ, ତା’କୁ କମାଣ୍ଡୋମାନେ ଜବରଦସ୍ତ ଟେକି ଆଣି ଆମ୍ବୁଲାନ୍ସରେ ଭର୍ତ୍ତି କରିବେ ଏବଂ କ୍ୱାରେଣ୍ଟିନ ସେଣ୍ଟରକୁ ନେଇଯିବେ । ଏହି ଗ୍ରାମର ଅଧିକାଂଶ ଲୋକ ମତ୍ସ୍ୟଜୀବୀ ହୋଇଥିଲାବେଳେ ଏବେ ସେମାନଙ୍କ ଦ୍ୱାରା ମାଛ ଧରିବା ଉପରେ କଟକଣା ଲଗାଯାଇଛି । ଅବଶ୍ୟ ପ୍ରଶାସନ ପ୍ରତି ପରିବାରକୁ ଚାଉଳ ଏବଂ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛି । ଶୁକ୍ରବାର ଗ୍ରାମର ପ୍ରତିଟି ଘରକୁ ସାନିଟାଇଜ୍‌ କରାଯିବ ବୋଲି ଘୋଷଣା କରାଯାଇଛି ।

ରାଜ୍ୟ ସରକାର ଏଭଳି ପଦକ୍ଷେପ ନେବାର କାରଣ ହେଉଛି କି ଏହି ଗ୍ରାମରେ ଏକାଧିକ ସୁପରସ୍ପ୍ରେଡର ରହିଛନ୍ତି । ଜଣେ ଲୋକ ଦ୍ୱାରା ଆଉ ୬ରୁ ଅଧିକ ଲୋକ ସଂକ୍ରମିତ ହେଲେ ତା’କୁ ସୁପରସ୍ପ୍ରେଡର ବୋଲି କୁହାଯାଉଛି । ଏହି ଗ୍ରାମର ଜଣେ ମାଛ ବ୍ୟବସାୟୀ ଯେକି ନିୟମିତ ତାମିଲନାଡୁରୁ ମାଛ ଆଣି ଏଠାରେ ବିକ୍ରି କରିଥାନ୍ତି, ପ୍ରଥମେ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ପରେ ଏହି ଗ୍ରାମର ଶତାଧିକ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ । କରୋନା ଦ୍ୱାରା ଆକ୍ରାନ୍ତ ଆଉ ଜଣେ ମତ୍ସ୍ୟଜୀବୀ ୧୨୦ ଜଣ ଲୋକଙ୍କ ସହିତ ସିଧାସଳଖ ଏବଂ ପରୋକ୍ଷରେ ଆଉ ୧୫୦ ଲୋକଙ୍କ ସଂସ୍ପର୍ଶରେ ଆସିଥିବାର କୁହାଯାଇଛି । ଏପର୍ଯ୍ୟନ୍ତ ଉକ୍ତ ଗ୍ରାମର ୬୦୦ ଲୋକଙ୍କର କରୋନା ପରୀକ୍ଷା କରାଯାଇଛି ଏବଂ ସେମାନଙ୍କ ଭିତରୁ ୧୧୯ ଜଣଙ୍କର ନମୁନା ପଜିଟିଭ୍‌ ବାହାରିଛି ।

   Related Posts