Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

୧୦୦ ବଦଳରେ ଡାକିଥିଲେ ୫୦୦, ଗଣିଲେ ୨୫ ହଜାର ଟଙ୍କାର ଜରିମନା

26/11/2020 at 9:13 AM

ଜୟପୁର ୨୬।୧୧: କରୋନା ସ୍ଥିତିରେ ଏକାଦଶୀ ଅବସରରେ ସାରା ରାଜ୍ୟରେ ଅନେକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ରାଜସ୍ଥାନ କେତେକ ବିବାହ ଉତ୍ସବରେ କୋଭିଡ୍ ଗାଇଡ୍ ଲାଇନ୍ କୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଇଛି । ଗାଇଡ୍ ଲାଇନ୍ ପାଳନ କରିନଥିବା ଆୟୋଜକଙ୍କଠାରୁ ପୋଲିସ-ପ୍ରଶାସନ ମୋଟା ଅଙ୍କର ଜରିମନା ମଧ୍ୟ ଆଦାୟ କରିଛି । ଫଳରେ ଅନେକ ସ୍ଥାନରେ ବିବାହ ଉତ୍ସବରେ ବାଧା ଉପୁଜିଥିଲା । ଆୟୋଜକ ଏବଂ ପୋଲିସ-ପ୍ରଶାସନ ମଧ୍ୟରେ ଏହାକୁ ନେଇ ପାଟିତୁଣ୍ଡ ମଧ୍ୟ ହୋଇଥିଲା ।

ରାଜ୍ୟ ସରକାର କରୋନା ସଂକ୍ରମଣ ବଢୁଥିବା ବେଳେ ବିବାହ ଉତ୍ସବ ଆୟୋଜନ ନେଇ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଏହି ଗାଇଡ୍ ଲାଇନ୍ ରେ କରୋନା ପ୍ରୋଟୋକଲ ପାଳନ କରିବା ସହ ଅତିଥିମାନଙ୍କ ସଂଖ୍ୟା ମଧ୍ୟ ଧାର୍ଯ୍ୟ କରାଯାଇଥିଲା । ପ୍ରତ୍ୟେକ ବିବାହ ଉତ୍ସବରେ ୧୦୦ ଅତିଥିଙ୍କୁ ନିମନ୍ତ୍ରିତ କରିବାକୁ ସରକାର ଅନୁମତି ଦେଇଥିଲେ । ଏହି ସଂଖ୍ୟାରୁ ଅଧିକ ଅତିଥି ଡାକିଲେ ୨୫,୦୦୦ ଟଙ୍କା ଜରିମନା ଦେବାକୁ ପଡିବାର ନିୟମ ରହିଥିଲା । ମାତ୍ର ଅଧିକାଂଶ ସ୍ଥାନରେ ୪୦୦ରୁ ୫୦୦ ପର୍ଯ୍ୟନ୍ତ ଅତିଥିଙ୍କୁ ଡକାଯାଇଥିଲା । ଫଳରେ ପ୍ରଶାସନ ବିବାହ ଉତ୍ସବରେ ପହଞ୍ଚି ଜରିମନା ଆଦାୟ କରିଥିଲା ।

ଶ୍ରୀଗଙ୍ଗାନଗର ପ୍ରଶାସନ ପ୍ରଥମେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିଲା । ସୁରତଗଢରେ ପହଞ୍ଚି ସେଠାରେ ଚାଲିଥିବା ବିବାହ ଉତ୍ସବରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଅତିଥିଙ୍କୁ ଡକାଯାଇଥିବା ଦେଖିବାକୁ ପାଇଥିଲା । ଜିଲ୍ଲାର ଜିଲ୍ଲାପାଳ ଆୟୋଜକଙ୍କଠାରୁ ଏଥିପାଇଁ ୨୫,୦୦୦ ଜରିମନା ଆଦାୟ କରିଛନ୍ତି । ଏହିଭଳି ଅନେକ ସ୍ଥାନରେ ଚଢାଉ କରି ଜରିମନା ଆଦାୟ କରାଯାଇଛି ।

କରୋନା ଗାଇଡ୍ ଲାଇନ୍ ଅନୁସାରେ ବିବାହ ଉତ୍ସବରେ ୧୦୦ରୁ ଅଧିକ ଲୋକ ଏକତିତ୍ର ହେବା ପରେ ଟୋଙ୍କ, ବାଂଶଓ୍ବାଡା, ଶ୍ରୀଗଙ୍ଗାନଗର, ଭିଲଓ୍ବାଡା ଏବଂ ସବାଇ ମାଧୋପୁର ସମେତ କେତେକ ସ୍ଥାନରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆୟୋଜକମାନଙ୍କଠାରୁ ୨୫-୨୫ ହଜାର ଟଙ୍କା ଜରିମନା ଆଦାୟ କରାଯାଇଛି ।

   Related Posts