Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

ମହିଳାଙ୍କୁ ମମତା ଦେଲେ ଲଢେଇର ଆହ୍ବାନ : ‘ବିଜେପି ଲୋକେ ଯଦି ଅସ୍ତ୍ରଶସ୍ତ୍ର ଧରି ଆସନ୍ତି ତେବେ ତମେ ବାସନ-କୁସନ ଧରି ସଜାଗ ରୁହ’

25/01/2021 at 4:05 PM

କୋଲକାତା ୨୫/୦୧ : ବେଙ୍ଗଲରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହେବାରେ ଲାଗିଛି । କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ଛକାପଞ୍ଝା ଲାଗିରହିଛି । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ବିଜେପିକୁ ଟାର୍ଗେଟ କରିଛନ୍ତି । ​‌ସେ କହିଛନ୍ତି, ବିଜେପି କେବଳ ଟିଭିରେ ହିଁ ନିର୍ବାଚନ ଜିତୁଛି । ମହିଳାଙ୍କୁ ଅପିଲ କରି ମମତା କହିଛନ୍ତି, ‘ବିଜେପି ଲୋକେ ଯଦି ଅସ୍ତ୍ରଶସ୍ତ୍ର ଧରି ଆସନ୍ତି ତେବେ ତମେ ଘରର ବାସନ-କୁସନ ଧରି ସଜାଗ ରୁହ’।

ଶାସନକାଳ​‌ରେ ବିକାଶମୂଳକ ପ୍ରକଳ୍ପଗୁଡିକର ସୂଚନା ଦେଇ ମମତା କହିଛନ୍ତି, ‘ତାରକେଶ୍ବର ଏବଂ ଫୁରଫୁରା ଶରୀଫ୍‌କୁ ବିକଶିତ କରିଛୁ । ଆମେ ବେଙ୍ଗଲର ପ୍ରତ୍ୟେକ ନାଗରିକଙ୍କ ପାଇଁ ନିଷୁଳ୍କ ଚିକିତ୍ସା ବୀମା ଯୋଜନା ଲାଗୁକରିଛୁ । ଚାଷୀମାନଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଉଛୁ’ ।

ବିଜେପିକୁ ଆକ୍ରମଣ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ‘ବିଜେପି ଗୋଟିଏ ଓ୍ବାସିଙ୍ଗ୍‌ ମେସିନ୍‌ । ଚୋରମାନେ ସେହି ଦଳକୁ ଯାଉଛନ୍ତି ଏବଂ ସେଠାରେ ସାଧୁ ହେଉଛନ୍ତି । ଏପରି କିଛି ନେତା ଅଛନ୍ତି ଯେଉଁମାନେ କ୍ଷମତା ଲୋଭୀ ଏବଂ ସେମାନେ ବିଜେପିରେ ସାମିଲ ହେଉଛନ୍ତି । ଯେଉଁମାନେ ବିଜେପିରେ ମିଶିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ କହିଦେବାକୁ ଚାହୁଁଛି ଯେ, ତୁରନ୍ତ ଟିଏମସି ଛାଡି ବିଜେପିକୁ ଯାଆନ୍ତୁ’ ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଅବସରରେ ଅନୁଷ୍ଠିତ ପରାକ୍ରମ ଦିବସ କାର୍ଯ୍ୟକ୍ରମରେ କିଛି ବ୍ୟକ୍ତି ‘ଜୟ ଶ୍ରୀରାମ’ ନାରା ଦେବାରୁ ଚିହିକି ଉଠିଥିଲେ ଦିଦି । ଏହାକୁ ନେଇ ମମତା ବାନାର୍ଜୀ କହିଛନ୍ତି, ସଭାରେ କିଛି ମୌଳବାଦୀ ମୋତେ ଚିଡାଉଥିଲେ । ବିଜେପି ନିକଟରେ ତାଣ୍ଡବ କରିବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ । ଆଗାମୀ ଦିନରେ ବେଙ୍ଗଲବାସୀ ଏହାର ଦୃଢ ଜବାବ ଦେବେ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।

   Related Posts