Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଯେବେ ବି ଦରକାର ପଡେ ଫୋନ କରିବେ, ପାକିସ୍ତାନ ସୀମାରେ ରହୁଥିବା ଲୋକଙ୍କ ଶାହା ଦେଲେ ନିଜ ନମ୍ବର

24/10/2021 at 10:20 PM

ଜମ୍ମୁ ୨୪।୧୦: ଜମ୍ମୁ-କଶ୍ମୀରର ତିନି ଦିନିଆ ଗସ୍ତର ଦ୍ଵିତୀୟ ଦିନରେ ଗୃହ ମନ୍ତ୍ରୀ ଅମିତ୍ ଶାହା କେନ୍ଦ୍ର ଶାସିତ ଅଞ୍ଚଳର ଶୀତକାଳୀନ ରାଜଧାନୀ ପହଞ୍ଚିଛନ୍ତି। ରବିବାର ସନ୍ଧ୍ୟାରେ ସେ ଆରଏସପୁରା ସେକ୍ଟରରେ ଭାରତ-ପାକିସ୍ତାନ ସୀମା ଯାଇଛନ୍ତି। ଜମ୍ମୁ ସଂଲଗ୍ନ ମକଓ୍ଵାଲରେ ସେ ବିଏସଏଫ ପୋଷ୍ଟ ଗସ୍ତ କରି ଯବାନଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ଏଠାକାର ସ୍ଥାନୀୟ ଲୋକଙ୍କ ସହ ଚା ପାନ କରିଛନ୍ତି।

ଏହି ସମୟରେ ଗୃହ ମନ୍ତ୍ରୀ ଶାହା ମକଓ୍ଵାଲରେ ଜଣେ ସ୍ଥାନୀୟ ନାଗରିକଙ୍କ ଫୋନ ନମ୍ବର ନିଜ ମୋବାଇଲରେ ସେଭ୍ କରିଛନ୍ତି। କେବଳ ଏତିକି ନୁହେଁ ନିଜ ନମ୍ବର ମଧ୍ୟ ଦେଇଛନ୍ତି ଏବଂ କହିଛନ୍ତି ଯେବେ ବି ଦରକାର ପଡିବ ଫୋନ କରି ପାରିବେ ବୋଲି ଶାହା କହିଛନ୍ତି। ସେମାନଙ୍କ ସହ ଚା ପିଇବା ସହ ଅଧିକ ସମୟ ପର୍ଯ୍ୟନ୍ତ ଖଟରେ ବସି ଆରାମରେ କଥା ହୋଇଛନ୍ତି ଗୃହ ମନ୍ତ୍ରୀ।

ଏହା ପୂର୍ବରୁ ଜମ୍ମୁର ଭଗବତୀ ନଗରରେ ଜନସଭାକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି, ସରକାରଙ୍କ ଉଦ୍ଦେଶ୍ୟ ଜମ୍ମୁ-କଶ୍ମୀରରେ ଆତଙ୍କବାଦର ମୂଳପୋଛ କରିବା ଏବଂ ନାଗରିକଙ୍କ ହତ୍ୟା ଉପରେ ରୋକ୍ ଲଗାଇବା ରହିଛି। କାହାରିକୁ ବି କେନ୍ଦ୍ର ଶାସିତ ଅଞ୍ଚଳରେ ଶାନ୍ତି ଏବଂ ବିକାଶକୁ ବାଧିତ ହେବାକୁ ଦିଆଯିବ ନାହିଁ।

   Related Posts