ଦେହଜୀବୀ କରୋନା ପଜିଟିଭ୍: ଫସିଗଲେ ୨ ଥାନା ବାବୁ ଏବଂ ଡଜନେ କନଷ୍ଟେବଳ, ରହିଲେ କ୍ୱାରେଣ୍ଟାଇନରେ

Published By : Prameya-News7 Bureau | July 04, 2020 IST

ଉଦୟପୁର, ୦୪|୦୭:  ରାଜସ୍ଥାନର ଉଦୟପୁରରେ ପୋଲିସର ଜିନି ଜଣ ମହିଳା ଡିଏସପି ବୁଧବାର ଦେହବେପାର ଅଭିଯୋଗରେ ୧୦ ଯୁବକଙ୍କୁ ଗିରଫ କରିବା ସହ ୭ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ହୋଇଥିବା ଦେହଜୀବୀଙ୍କ ମଧ୍ୟରୁ ଜଣଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଏହାକୁ ନେଇ ଥାନାରେ ହଇଚଇ ସୃଷ୍ଟି ହୋଇଛି ।

ସୂଚନାନୁସାରେ, ଗତ ବୁଧବାର ଶୁଖେର ଥାନା ଅଞ୍ଚଳରେ ଥିବା ରାମଲକନ ହୋଟେଲରେ ଦେହବେପାର ଚାଲିଥିବା ଅଭିଯୋଗରେ ପୋଲିସ ଚଢାଉ କରିଥିଲା । ସେଠାରୁ ୧୦ ଜଣ ଯୁବକଙ୍କୁ ଗିରଫ କରାଯାଇଥିଲା । ଏହାସହ ୭ ଦେହଜୀବୀଙ୍କୁ ମଧ୍ୟ ପୋଲିସ ଉଦ୍ଧାର କରିଥିଲା । ଉଦ୍ଧାର ହୋଇଥିବା ସମସ୍ତ ଯୁବତୀଙ୍କ କରୋନା ଟେଷ୍ଟ୍ କରାଯାଇଥିଲା । ରିପୋର୍ଟରେ ଜଣେ ଦେହଜୀବୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ଏହାପରେ ଯୁବତୀଙ୍କ ସମ୍ପର୍କରେ ଆସିଥିବା ପୋଲିସ ବିଭାଗର ଜଣେ ଡିଏସପି, ୨ ଆଇଆଅସି, ଜଣେ ଏସଆଇ ଓ ୧୧ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

ପୋଲିସ କର୍ମଚାରୀଙ୍କର ମଧ୍ୟ କରୋନା ଟେଷ୍ଟ ହେବ । ତେବେ କରୋନା ପଜିଟିଭ୍ ଆସିଥିବା ଦେହଜୀବୀ ଦିଲ୍ଲୀରେ ରୁହନ୍ତି । ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି ପୋଲିସ । ପୋଲିସ ଏହାସହ ଯୁବତୀଙ୍କ କଲ ରେକର୍ଡ ମଧ୍ୟ ଯାଂଚ କରୁଛି ।  କାରଣ ସେ ଉଦ୍ଧାର ହେବା ପୂର୍ବରୁ ଅନେକଙ୍କ ସମ୍ପର୍କରେ ଆସିଥିଲେ । ଯାହା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ସେ ରହୁଥିବା ହୋଟେଲର କର୍ମଚାରୀଙ୍କୁ ମଧ୍ୟ କ୍ୱାରେଣ୍ଟାଇନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.