ଦେଖନ୍ତୁ କ'ଣ କହୁଛନ୍ତି କଲଗର୍ଲ , ନୂଆବର୍ଷକୁ ରଙ୍ଗୀନ କରିବାକୁ ରାଜଧାନୀରେ ୧୫୦ରୁ ଅଧିକ ବାଂଲାଦେଶୀ ରୂପଜୀବୀ

Published By : Prameya-News7 Bureau | December 26, 2019 IST

ଭୁବନେଶ୍ୱର ୨୬/୧୨: ରାଜଧାନୀରେ ସେକ୍ସ ରାକେଟ୍‌ ଚେର ମାଡି ମାଡି ଚାଲିଛି । ବାଂଲା ଦେଶରୁ ୧୫୦ରୁ ଅଧିକ କଲ ଗର୍ଲଙ୍କୁ ବେଆଇନ ଭାବେ ଅଣାଯାଇ ଏହି କଳାକାରନାମରେ ଲଗାଯାଉଛି । ସହର ବାହାରେ ଓ ଉପକଣ୍ଠରେ ଥିବା ଆପାର୍ଟମେଣ୍ଟମାନଙ୍କରେ ଚାଲିଛି ଏହି କାର୍ଯ୍ୟ ।

ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଜଣେ ବାଂଲାଦେଶୀ ଯୁବତୀକୁ ଗିରଫ କରିଥିଲା । ଯୁବତୀଙ୍କୁ ଜେରା କରି ଅନେକ ବିସ୍ଫୋରକ ତଥ୍ୟ ପାଇଛି ପୁଲିସ୍‌ ।
ନୂଆବର୍ଷକୁ ଟାର୍ଗେଟ୍‌ କରି ଦଲାଲ୍‌ମାନେ ୧୫୦ରୁ ଅଧିକ ବାଂଲାଦେଶୀ ଯୁବତୀଙ୍କୁ ଭୁବନେଶ୍ୱର ଆଣିଛନ୍ତି ।

wp:core-embed/youtube {"url":"https://www.youtube.com/watch?v=4UZZgmatJb4\u0026feature=emb_title","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=4UZZgmatJb4&feature=emb_title
/wp:core-embed/youtube

ବିଭିନ୍ନ ସ୍ଥାନରେ ଲୁଚାଇ ରଖି ବେପାର ଆରମ୍ଭ କରିଛନ୍ତି ।

ରାତିଟେ କଟାଇବା ପାଇଁ ଦାମ୍‌ ୪ ହଜାରରୁ ୩୦ ହଜାର ପର୍ଯ୍ୟନ୍ତ ରଖିଛନ୍ତି ।

ଏହା ଜାଣିବା ପରେ କମିଶନରେଟ୍‌ ପୁଲିସର ଭାଳେଣି ପଡ଼ିଛି ।

କେଉଁପଟୁ କେମିତି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ ତାହାର ଖିଅ ପାଉନି ପୁଲିସ ।

ସଂପୃକ୍ତ ବାଂଲାଦେଶୀ ଯୁବତୀଙ୍କ ଫୋନ୍‌ କଲ ଯାଞ୍ଚ କରି ପୁଲିସ୍‌ ଅନେକ ତଥ୍ୟ ପାଇଛି।

ଯୁବତୀଙ୍କ କିଛି ନିୟମିତ ଗ୍ରାହକଙ୍କ ନମ୍ବର ମଧ୍ୟ ପୁଲିସ୍‌ ପାଇଛି ।

ତା’ଛଡା କିଛି ଭଏସ ରେକର୍ଡିଂ, ଅଶ୍ଳୀଳ ସେଲ୍‌ଫି ଓ ଭିଡିଓ ହାତରେ ଲାଗିଛି । ଗିରଫ ଯୁବତୀଙ୍କ ସହିତ ନ୍ୟୁ ଆଶୀର୍ବାଦ ହୋଟେଲ୍‌ରେ ଆଉ ୪ ଜଣ ବାଂଲା ଯୁବତୀ ଥିଲେ । ସେମାନେ ଫେରାର ହୋଇ ଯାଇଛନ୍ତି। ବଡ଼ କଥା ହେଲା ଯେଉଁ ଦଲାଲ୍‌ ଏମାନଙ୍କୁ ଏଠାକୁ ଆଣିଥିଲା ସିଏ ନୂଆବର୍ଷରେ ବେପାର ଜମାଇବା ଲାଗି ଦେଢ଼ ଶହ ଯୁବତୀଙ୍କୁ ଭୁବନେଶ୍ୱରକୁ ଆଣିଛନ୍ତି ।

ବିଶେଷ କରି ଏହି ବାଂଲାଦେଶୀ ରୂପଜୀବୀମାନେ ତାରକା ହୋଟେଲ୍‌ରେ ଡେରା ପକାଇଛନ୍ତି । ୪ ହଜାର ଟଙ୍କାରୁ ଆରମ୍ଭ କରି ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଦର ରହିଛି ।

ଯଦି କୌଣସି ଗ୍ରାହକ ରୂପଜୀବୀଙ୍କୁ ସାଙ୍ଗରେ ଧରି ବିଭିନ୍ନ ଆଡ଼େ ବୁଲିବାକୁ ଚାହିଁବେ ତାହାର ସୁବିଧା ବି ରହିଛି । ସେଥିପାଇଁ ଅଲଗା ଦାମ ଦେବାକୁ ପଡ଼ିବ । ଜଣେ ରୂପଜୀବୀଙ୍କୁ ଯଦି ଏକାଧିକ ବ୍ୟକ୍ତି ନେବାକୁ ଚାହିଁବେ ତେବେ ରାତିକୁ ୩୦ ହଜାର ଟଙ୍କା ଦେବାକୁ ପଡିବ । ନୂଆବର୍ଷ ବେପାର ପୂର୍ବରୁ କାଳେ ପୁଲିସ୍‌ ଯୁବତୀମାନଙ୍କୁ ଧରି ଦେବ ସେଥିପାଇଁ ଦଲାଲମାନେ ସତର୍କ ରହିଛନ୍ତି । ଯୁବତୀଙ୍କୁ ବିଭିନ୍ନ ବାର୍‌ ଓ ସ୍ପା’ରେ କାମ କରିବାକୁ ନିୟୋଜିତ କରିଛନ୍ତି । ଏହି ରୂପଜୀବୀମାନେ ବାଂଲାଦେଶରୁ ପ୍ରଥମେ କୋଲକତା ଓ ସେଠାରୁ ଭୁବନେଶ୍ୱର ସମେତ ଅନ୍ୟ ସହରକୁ ଆସୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.