Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କାୟା ମେଲାଉଛି କରୋନା: ସଂକ୍ରମଣ ଭୟରେ ଜେଲ୍‌ରୁ ମୁକ୍ତ ହେବେ ୮୦୦୦ କଏଦୀ

11/07/2020 at 10:07 PM

ଲସଏଞ୍ଜଲେସ୍ ୧୧।୦୭: କରୋନା ଭାଇରସ୍‌ର ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ଆମେରିକାର କାର୍ଲିଫର୍ଣ୍ଣିଆ ରାଜ୍ୟରେ ୮୦୦୦ କଏଦୀଙ୍କୁ ଜେଲ୍‌ରୁ ମୁକ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜେଲ୍‌ରେ କରୋନା ସ୍ଥିତି ବ୍ୟାପିବା ଆଶଙ୍କା ଦେଖି ରାଜ୍ୟ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛନ୍ତି।

ଅଗଷ୍ଟ ଶେଷ ସୁଦ୍ଧା ଏହି ସବୁ କଏଦୀ ଜେଲ୍‌ରୁ ମୁକ୍ତ ହେବାକୁ ଯୋଗ୍ୟ ବିବେଚିତ ହୋଇଯିବେ ବୋଲି କାର୍ଲିଫର୍ଣ୍ଣିଆ ଡିପାର୍ଟମେଣ୍ଟ ଅଫ କରେନକ୍ସନ ଆଣ୍ଡ ରିହାବିଲିଟେସନ୍ ପକ୍ଷରୁ କୁହାଯାଇଛି। କରୋନା  ଭାଇରସ୍‌ ଆରମ୍ଭ ହେବା ପରଠୁ କାର୍ଲିଫର୍ଣ୍ଣିଆ ରାଜ୍ୟ ପ୍ରଶାସନ ଜେଲ୍‌ରେ କଏଦୀଙ୍କ ସଂଖ୍ୟା ହ୍ରାସ କରିବା ଉପରେ ମଧ୍ୟ ଗୁରୁତ୍ଵାରୋପ କରିଛନ୍ତି।

କଏଦୀଙ୍କୁ ମୁକ୍ତ କରାଯିବା ନିଷ୍ପତ୍ତିକୁ କଏଦୀଙ୍କ ଆଡଭୋକେଟ୍‌ଙ୍କ ପକ୍ଷରୁ ସ୍ଵାଗତ କରାଯାଇଛି। ରାଜ୍ୟ ଗଭର୍ଣ୍ଣର ଗାଭିନ ନ୍ୟୁସମ ମଙ୍ଗଳବାର କହିଥିଲେ ଯେ, ୧୦୦୦ ଜେଲ୍ ଅନ୍ତେବାସୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍ଥିତି ଆହୁରି ଜଟିଳ ହେବାର ସମ୍ଭାବନା ରହିଛି। କାର୍ଲିଫର୍ଣ୍ଣିଆ ରାଜ୍ୟରେ ଜେଲ୍‌ଗୁଡିକରେ ପ୍ରାୟ ୧ ଲକ୍ଷ ୧୩ ହଜାର କଏଦୀ ରହିଛନ୍ତି।

ସଂକ୍ରମିତ କଏଦୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କଏଦୀଙ୍କୁ  ଜେଲ୍‌ରୁ ମୁକ୍ତ କରାଯାଉଛି। ଗୋଟିଏ ସପ୍ତାହ ଭିତରେ ପରୀକ୍ଷଣ କରାଯାଇ କଏଦୀଙ୍କୁ ମୁକ୍ତି କରାଯିବ। ଉଲ୍ଲେଖଯୋଗ୍ୟ, କାର୍ଲିଫର୍ଣ୍ଣିଆ ଆମେରିକାର ଜନବହୁତଳ ରାଜ୍ୟ ମଧ୍ୟରୁ ଏକ। ଏଠାକାର ଜନସଂଖ୍ୟା ପାଖାପାଖି ୪ କୋଟି। ଅଦ୍ୟାବଧି ରାଜ୍ୟରେ  କରୋନା ସଂକ୍ରମିତ ସଂଖ୍ୟା ୩ ଲକ୍ଷ ଟପି ସାରିଥିବା ବେଳେ ୬,୮୦୦ ଜଣଙ୍କ ମହାମାରୀରେ ମୃତ୍ୟୁ ଘଟି ସାରିଛି।

   Related Posts