ଅଦ୍ଭୁତ ବାଛୁରୀ : ଗୋଟିଏ ଆଖି, ଗୋଟିଏ ଶିଙ୍ଗ କିନ୍ତୁ ନାହିଁ ନାକ

Published By : Prameya-News7 Bureau | November 02, 2021 IST

ଭଦ୍ରକ, ୦୨।୧୧ : ଜନ୍ମହେଲା ଅଦ୍ଭୁତ ବାଛୁରୀ । ଜନ୍ମ ହୋଇଥିବା ବାଛୁରୀର ନାକ ନଥିବା ବେଳେ ଭିନ୍ନ ଦେଖାଯାଉଛି ମୁହଁର ଆକୃତି । ମୁହଁ ଉପର ଆଡକୁ ରହିଥିବା ବେଳେ ଗୋଟିଏ ଶିଙ୍ଗ ଓ ଗୋଟିଏ ଆଖି ରହିଛି , କିନ୍ତୁ ନାକ ନାହିଁ । ଏମିତି ଏକ ପଶୁ ଜନ୍ମ ହେବାର କିଛି ସମୟ ମଧ୍ୟରେ ପ୍ରାଣ ହରାଇଛି ।

ସୂଚନା ଅନୁସାରେ, ଏମିତି ବିରଳ ଦୃଶ୍ୟ ଦେଖିବାପାଇଁ ମିଳିଛି ଭଦ୍ରକ ଜିଲ୍ଲାରେ । ଚରମ୍ପା ସ୍ଥିତ ବରାଳପୋଖରୀ ଅଞ୍ଚଳର ହନୁମାନ ସାହିର ଅକ୍ଷୟ ଜେନାଙ୍କ ଘରେ ଏହି ବାଛୁରୀ ଜନ୍ମ ନେଇଥିଲା ।  ଅକ୍ଷୟ ଜେନାଙ୍କ ସହଧର୍ମିଣୀ ସାବିତ୍ରୀଙ୍କ କହିବା ଅନୁଯାୟୀ, ତାଙ୍କ ଗାଈଟି ପୂର୍ବରୁ ସୁସ୍ଥସବଳ ଭାବେ ୩ ଗୋଟି ବାଛୁରୀ ଛୁଆ ଦେଇଛି । ଏହି ବାଛୁରୀ ଛୁଆଟି ଜନ୍ମ  ନହୋଇ ପାରିବାରୁ ସେ ପଶୁ ଚିକିତ୍ସକଙ୍କୁ ଡ଼କାଇ ପ୍ରସବ କରାଇଥିଲେ ।

wp:html /wp:html

ପ୍ରସବ ପରେ ବାଛୁରୀ ଜନ୍ମ ନେଇଥିଲା । କିନ୍ତୁ ଏହି ବାଛୁରୀର ଗୋଟିଏ ଆଖି, ଗୋଟିଏ ଶିଙ୍ଗ ଥିବା ବେଳେ ନାକ ନାହିଁ । ସେ ପାଟି ସାହାଯ୍ୟରେ ଜିଭଟିକୁ ବାହାରକୁ ବାହାର କରି ନିଶ୍ବାସ ପ୍ରଶ୍ବାସ ନେଉଥିବା ଦେଖିବାକୁ ମିଳିଥିଲା । ଏହି କଥା ପ୍ରଘଟ ହେବାପରେ ଅକ୍ଷୟ ଜେନାଙ୍କ ଘରେ ଶହ ଶହ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କିନ୍ତୁ ପରେ ତାର ମୃତ୍ୟୁ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.