Covid ବନ୍ଦ କରିଦେଇଛି ଦେଶର ୧.୭୫ କୋଟି ଖୁଚୁରା ବେପାର, ସହାୟତା ଲାଗି ସରକାରଙ୍କୁ CAITଙ୍କ ନିବେଦନ

Published By : Prameya-News7 Bureau | September 13, 2020 IST

ନୂଆଦିଲ୍ଲୀ ୧୩।୯: କରୋନା ସଂକଟ ଓ ଲକଡାଉନ୍‌ ଦେଶର ଖୁଚୁରା ଓ କ୍ଷୁଦ୍ର ବ୍ୟବସାୟକୁ ଗୁରୁତର ପ୍ରଭାବିତ କରିଛି। ଏଥିରେ ଯଦି କେନ୍ଦ୍ର ଓ ରାଜ୍ୟ ସରକାର ଖୁଚୁରା ବ୍ୟବସାୟ ଲାଗି କୌଣସି ପଦକ୍ଷେପ ନ ନିଅନ୍ତି ତେବେ ସମ୍ପୂର୍ଣ୍ଣ ବଜାର ବରବାଦ ହୋଇଯିବ ବୋଲି ସତର୍କ କରିଛନ୍ତି କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି)।  ଲକଡାଉନ୍‌ ଓ ସଟ୍‌ଡାଉନରେ ନଗଦ ସଂକଟ ଯୋଗୁ ଦେଶରେ ୧.୭୫କୋଟି ବ୍ୟବସାୟ ବନ୍ଦ ଅଥବା ବନ୍ଦ ହେବା ଅବସ୍ଥାରେ ପହଞ୍ଚିଯାଇଛନ୍ତି। ଯଦି ଖୁଚୁରା କ୍ଷେତ୍ର ପ୍ରଭାବିତ ହୁଏ ତେବେ ଅର୍ଥ ବ୍ୟବସ୍ଥା ଲାଗି ଏହା ଘାତକ ପ୍ରମାଣିତ ହୋଇପାରେ ବୋଲି ମଧ୍ୟ ସିଏଆଇଟି ସତର୍କ କରାଇଛନ୍ତି।

{"id":329290,"width":577,"height":496,"sizeSlug":"large"}

ସରକାର କୋଭିଡ ଲାଗି ଅନେକ ଯୋଜନା ଘୋଷଣା କରିଛନ୍ତି। ତେବେ ଏଥିରୁ ମାତ୍ର ୭ ପ୍ରତିଶତ ବ୍ୟବସାୟୀଙ୍କୁ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ସଂସ୍ଥାମାନେ ସହାୟତା କରିଛନ୍ତି। ବାକି ୯୩ ପ୍ରତିଶତ ବ୍ୟବସାୟୀ ସେମାନଙ୍କ ଆବଶ୍ୟକତା ନିମନ୍ତେ ଅନ୍ୟ ଅନୌପଚାରିକ ସ୍ରୋତ ଉପରେ ଏବେବି ନିର୍ଭରଶୀଳ। ଏଣୁ ସରକାର ଏହି କ୍ଷେତ୍ର ଲାଗି ତୁରନ୍ତ ଏକ ପୃଥକ ଆର୍ଥିକ ପ୍ୟାକେଜ ଘୋଷଣା କରନ୍ତୁ। କାରଣ ଏପରି ବ୍ୟବସାୟୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶୁଳ୍କ, ଇଏମଆଇ, ପାଣି ଓ ବିଜୁଳି ବିଲ୍, ସମ୍ପତ୍ତି କର, ଶ୍ରମିକଙ୍କ ପାରିଶ୍ରମିକ, ସୁଧ ପୈଠ ଲାଗି ବଡ ଆର୍ଥିକ ବୋଝ ବୋହୁଛନ୍ତି ବୋଲି ସିଏଆଇଟି କହିଛନ୍ତି।

{"id":329292,"width":577,"height":384,"sizeSlug":"large"}

କରୋନା ସଂକଟ ଦେଶର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଛି। ଅର୍ଥବ୍ୟବସ୍ଥାକୁ ପୁଣି ରାସ୍ତାକୁ ଆଣିବା ଲାଗି କେନ୍ଦ୍ର ସରକାର ଜିଡିପିର ୧୦ ପ୍ରତିଶତ ଅର୍ଥାତ ୨୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ହେଲେ କୋଟି କୋଟି ଟଙ୍କାର ପ୍ୟାକେଜରେ ଖୁଚୁରା ବ୍ୟବସାୟୀ ଅଥବା ଘରୋଇ ବ୍ୟବସାୟ ଲାଗି ସରକାର ଟଙ୍କାଟିଏ ବି ମଞ୍ଜୁର କରିନାହନ୍ତି ବୋଲି ସିଏଆଇଟି କହିଛନ୍ତି।

{"id":329293,"sizeSlug":"large"}

ଭାରତର ଘରୋଇ ଓ ଖୁଚୁରା ବ୍ୟବସାୟ ବିଶ୍ୱର ସର୍ବ ବୃହତ୍ତ୍ ଓ ସ୍ୱସଙ୍ଗଠିତ କ୍ଷେତ୍ର। ତେବେ  ଦେଶରେ ଅର୍ଥନୀତିଜ୍ଞ ଏହାକୁ  ଅସଙ୍ଗଠିତ କ୍ଷେତ୍ର ଭାବେ ଏବେ ବି ବୁଝୁଛନ୍ତି।  ଏହି ବଜାରରେ ଦେଶର ୭ କୋଟିରୁ ଅଧିକ ବ୍ୟବସାୟୀ ଅଛନ୍ତି। ଯେଉଁମାନେ ୪୦କୋଟିରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଉଛନ୍ତି। ଦେଶର ଏହି ବଜାର ୮ ହଜାରରୁ ଅଧିକ ପ୍ରକାରର ସାମଗ୍ରୀ କ୍ରୟ ବିକ୍ରୟ କରିଥାଏ ଯାହା କୌଣସି ସଂଗଠିତ କ୍ଷେତ୍ର ଏପର୍ଯ୍ୟନ୍ତ ସମ୍ଭବ କରିନାହାନ୍ତି କି ପାରିବେନି। ଏଣୁ ତୁରନ୍ତ ଏ କ୍ଷେତ୍ରକୁ ସହାୟତା ଲାଗି ସିଏଆଇଟି କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.