ରାଜ୍ୟସଭାରେ ଆଗତ ହେଲା ରାଫେଲ୍ ସଂପର୍କିତ ସିଏଜି ରିପୋର୍ଟ

Published By : Prameya-News7 Bureau | February 13, 2019 IST

ନୂଆଦିଲ୍ଲୀ ୧୩|୨:  ଷୋଡ଼ଶ ପାର୍ଲାମେଣ୍ଟର ଅନ୍ତିମ ଦିନରେ ରାଜ୍ୟସଭାରେ ଆଗତ ହୋଇଥିଲା ରାଫେଲ ସଂପର୍କିତ ସିଏଜି ରିପୋର୍ଟ ।  ରାଫେଲ ଦୁର୍ନୀତି ନେଇ ସିଏଜି ଉଲ୍ଲେଖ କରନ୍ତୁ ବୋଲି ପୂର୍ବରୁ କହି ଆସିଥିଲା କଂଗ୍ରେସ ।  କଂଗ୍ରେସ ନେତାମାନେ  ସିଏଜିଙ୍କୁ ଭେଟି ଏନେଇ ଦାବି ଉପସ୍ଥାପନ କରିଥିଲେ। ତେବେ ରାଜ୍ୟସଭାରେ ଆଜି ସିଏଜି ରିପୋର୍ଟ ଉପସ୍ଥାପନ ପୂର୍ବରୁ ସିଏଜିଙ୍କୁ ବି ସମାଲୋଚନା କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହାକୁ ଚୌକିଦାର ଆକାଉଣ୍ଟ ଜେନେରାଲ ରିପୋର୍ଟ ବୋଲି ଆକ୍ଷେପ କରିଥିଲେ ।

ଆଜି  ରାଜ୍ୟସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପନ୍ ରାଧାକ୍ରିଷ୍ଣନ ଏହି ରିପୋର୍ଟ ଉପସ୍ଥାପନ କରିଥିଲେ । ତେବେ ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ୨୦୦୭ରେ କରାଯାଇଥିବା ରାଫେଲ୍  ଡିଲ୍  ଠାରୁ ୨୦୧୬ରେ କରାଯାଇଥିବା ରାଫେଲ୍  ଡିଲ୍  ୨ ଦଶମିକ ୮ ପ୍ରତିଶତ ଶସ୍ତା।   ସରକାର ଏହାକୁ ୯ ପ୍ରତିଶତ ଶସ୍ତା ବୋଲି ଦର୍ଶାଇଥିବା ବେଳେ ସିଏଜି କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।  ୟୁପିଏ ସରକାର ୧୨୬ ଏୟାରକ୍ରାଫ୍ଟ ପାଇଁ ଯେଉଁ ଡିଲ୍  କରିଥିଲେ ୨୦୧୬ରେ ସାନି ଡିଲ୍  ଯୋଗୁଁ ମୋଟ୍ ୧୭ ଦଶମିକ ୮ ପ୍ରତିଶତ ଅର୍ଥ ବଞ୍ଚିଛି ବୋଲି ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ଏଥିସହ ରାଜ୍ୟସଭା ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଳତବୀ ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.