ନିର୍ମାଣଧୀନ ପୋଲକୁ ସୁରକ୍ଷା ଦେଉଥିଲେ ସିଏଏଫ ଯବାନ, ଆଇଇଡି ବିସ୍ଫୋରଣରେ ହୋଇଗଲେ ସହିଦ

Published By : Prameya-News7 Bureau | March 04, 2021 IST

ମାଲକାନଗିରି ୪।୩: ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ା ପାହୁରନାର ଅଞ୍ଚଳରେ ଆଇଇଡି ବିସ୍ଫୋରଣ । ୨୨ ବାଟାଲିୟନର ଜଣେ ସିଏଏଫ ଯବାନ ସହିଦ ହୋଇଛନ୍ତି । ଯବାନ ଜଣଙ୍କ ନିର୍ମାଣଧୀନ ପୋଲର ତଦାରଖ ଦାୟିତ୍ଵରେ ନିୟୋଜିତ ହୋଇଥିଲେ । ସହିଦ ଯବାନ ହେଉଛନ୍ତି ଲକ୍ଷ୍ମୀକାନ୍ତ ଦୁଇବେଦି ।

ସୂଚନାଯୋଗ୍ୟ ଯେ, ଯବାନ ଜଣଙ୍କ ବାରସୁର ଥାନା ଅନ୍ତର୍ଗତ ପାହୁରନାର ଇନ୍ଦ୍ରାବତୀ ନଦୀର ପୋଲ ନିର୍ମାଣ କାର୍ଯ୍ୟର ସୁରକ୍ଷା ଦେଉଥିଲେ । ଗୁରୁବାର ଦ୍ବିପ୍ରହରରେ ଖାଇବା ପାଇଁ ନିକଟରେ ଥିବା ଏକ ଗଛ ମୂଳେ ବସିବା ବେଳେ ପୂର୍ବରୁ ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା ।  ଘଟଣାସ୍ଥଳରେ ଯବାନଙ୍କ ମୃତ୍ୟୁ ହୋଇଥିବା ଦାନ୍ତେୱାଡ଼ା ଏସପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ ପଖଳୀଙ୍ଗାରରୁ ଇନ୍ଦ୍ରାବତୀର ଅନ୍ୟ କିଛି ଗ୍ରାମକୁ ଯୋଡିବା ପାଇଁ ପୋଲର ନିର୍ମାଣ ଜାରି ରହିଥିଲା ସେଠାରେ ଏହି ଯବାନ ଜଣଙ୍କ ନିୟୋଜିତ ଥିଲେ। ମୃତ ଯବାନଙ୍କ ଘର ମଧ୍ୟ ପ୍ରଦେଶର ରିବା ଅଞ୍ଚଳର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.