Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ମୃତ ପତ୍ନୀ ଓ ପିଲାଙ୍କ ନାମରେ ଚିଠି ଲେଖି ନିଜକୁ ଗୁଳିକଲେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ପଡୋଶୀ ସ୍ତବ୍ଧ

29/08/2019 at 7:22 PM

ରାୟଗଡ: ଛତିଶଗଡ ଆର୍ମଡ ଫୋର୍ସ (ସିଏଏଫ)ର ଜନୈକ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତାଙ୍କ ଦିବଙ୍ଗତ ପତ୍ନୀ ଓ ପିଲାଙ୍କୁ ଚିଠି ଲେଖିବା ପରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ସେ ପୋଲିସ ଲାଇନସ୍ଥିତ ନିଜ କ୍ୱାର୍ଟରରେ ସର୍ଭିସ ରିଭଲଭରରୁ ନିଜକୁ ନିଜେ ଗୁଳି  କରିଥିଲେ। ଅଚାନକ ଗୁଳି ଶବ୍ଦ ଶୁଣି ପଡୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହ଼ଞ୍ଚି କବାଟ ଭାଙ୍ଗି ଦେଖିବା ବେଳକୁ ତାଙ୍କ ଶବ ଘରର ଚଟାଣରେ ପଡିଥିଲା।

ମୃତ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ଚିହ୍ନଟ ହୋଇଛି। ତାଙ୍କ ନାମ ଆନନ୍ଦ କୁଶଲ ଖଲଖୋ ହୋଇଥିବା ବେଳେ ତାଙ୍କ ଘର ଜଶପୁରର ଫରସା ବହାଲୀ ଅଞ୍ଚଳରେ।  ପୋଲିସ ତାଙ୍କ ଶବ ନିକଟରୁ ସେ ଲେଖିଥିବା ଚିଠିଟି ଜବତ କରିଛି। ଯେଉଁଥିରେ ସେ ତାଙ୍କ ପତ୍ନୀ ଓ ପିଲାମାନଙ୍କ ନିକଟକୁ ଯାଉଥିବା ଉଲ୍ଲେଖ କରିଛନ୍ତି। ପ୍ରାୟ ୫ ବର୍ଷ ତଳେ ଏକ ସଡକ ଦୁର୍ଘଟଣାରେ ତାଙ୍କ ପତ୍ନୀ ଓ ପିଲାମାନଙ୍କର ମୃତ୍ୟୁ ହୋଇଥିଲା। ତେବେ ଦୀର୍ଘ ବର୍ଷରେ ସେ କେବେ ପତ୍ନୀ ଓ ପିଲାଙ୍କ ପାଇଁ ବ୍ୟଥିତ ଥିବା ପଡୋଶୀମାନେ ଅନୁଭବ କରିନଥିଲେ।

ବେଶ ମିଳାପି ସ୍ୱଭାବର ଆନନ୍ଦଙ୍କ ବିରୋଧରେ ତାଙ୍କ ପତ୍ନୀଙ୍କ ଭଉଣୀ ନିକଟରେ ଶାରୀରିକ ଶୋଷଣର ଅଭିଯୋଗ ଆଣିବା ସହ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆନନ୍ଦ ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ଶାଳୀଙ୍କ ସହ ତାଙ୍କର ସମ୍ପର୍କ କିପରି ଥିଲା ତାହା ପଡୋଶୀ ଜାଣିନଥିବା କହିଛନ୍ତି।  

   Related Posts