ଫୋନି କ୍ଷୟକ୍ଷତି ଆକଳନ କରିବାକୁ ଭୁବନେଶ୍ବରରେ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ : ପୁରୀ, ଖୋର୍ଦ୍ଧା ଓ କଟକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବେ

Published By : Prameya-News7 Bureau | May 13, 2019 IST

ଭୂବନେଶ୍ୱର ୧୩\୫ : ଫୋନି କ୍ଷୟକ୍ଷତି ଆକଳନ କରିବାକୁ ଭୁବନେଶ୍ବରରେ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ୧୧ ଜଣିଆ ଦଳ ଦୁଇଟି ଟିମରେ ବିଭକ୍ତ ହୋଇ ପୁରୀ, ଖୋର୍ଦ୍ଧା ଓ କଟକର ବିଭିନ୍ନ ଅଞ୍ଚଳ ତିନି ଦିନ ଧରି ପରିଦର୍ଶନ କରିବେ ।  ଆଜି ଏହି ଟିମ୍ ଏସଆରସିଙ୍କ ସହ ଆଲୋଚନା କରିବେ ।

{"id":111280}

ଏହାପର ଆଜି ଟିମ୍-ଏ ପୁରୀର ବିଭିନ୍ନ ଅଞ୍ଚଳ ବୁଲିବେ । ସେହିପରି ଟିମ୍-ବି ଖୋର୍ଦ୍ଧାର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ । ‘ଏ ଟିମରେ ୫ ଜଣ ସଦସ୍ୟ ଥିବାବେଳେ ‘ବି’ ଟିମରେ ୬ ଜଣ ସଦସ୍ୟ ଅଛନ୍ତି ।

{"id":111284}

୧୧ ଜଣିଆ ସଦସ୍ୟ ବିଶିଷ୍ଟ ଟିମ ‘ଏ’ ରେ ବିବେକ ଭରଦ୍ବାଜଙ୍କ ସମେତ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ମୁଖ୍ୟଯନ୍ତ୍ରୀ ବିବେକ ଗୋଏଲ, କେନ୍ଦ୍ରୀୟ କୃଷି ବିଭାଗର ମୁଖ୍ୟ ନାରିକେଳ ବିକାଶ ଅଧିକାରୀ ଶରଦିନ୍ଦୁ ଦାସ, କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟର ମୁଖ୍ୟଯନ୍ତ୍ରୀ ରାକେଶ କୁମାର ସାମି ଓ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁରଜ କୁମାର ପ୍ରଧାନ ସାମିଲ ଅଛନ୍ତି। ଏହି ଟିମ ସଦସ୍ୟ ପୁରୀ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ ।

{"id":111281}

ସେହିପରି ‘ବି’ ଟିମରେ ଥିବା ସଦସ୍ୟଙ୍କ ଭିତରେ କେନ୍ଦ୍ର ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକ ଅଜୟ କୁମାର, କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟର ଅଧୀକ୍ଷଣ ଯନ୍ତ୍ରୀ ଅମରିଶ ପାଲ ସିଂହ, ଭୁବନେଶ୍ବର ସ୍ଥିତ କେନ୍ଦ୍ର ସମବାୟ ଓ କୃଷି ବିଭାଗର ନିର୍ଦ୍ଦେଶକ ବୀରେନ୍ଦ୍ର ସିଂହ, ଭୁବନେଶ୍ବରରେ ଥିବା ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀ ରାକେଶ କୁମାର, ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ଉପସଚିବ ଏସ.ଏସ ମୋଦୀଙ୍କ ସମେତ କେନ୍ଦ୍ରୀୟ ମତ୍ସ୍ୟ ବିଭାଗର ସହକାରୀ କମିସନର ଏସ.କେ ରଥ ପ୍ରମୁଖ ସାମିଲ ଅଛନ୍ତି । ଟିମ୍ ‘ବି’  ଆଜି ଖୋର୍ଦ୍ଧା ଜିଲ୍ଲା ପରିଦର୍ଶନ କରିବ । ସନ୍ଧ୍ୟାରେ ଉଭୟ ଟିମ ଭୁବନେଶ୍ବର ଫେରିବେ ।

{"id":111282}

ଆସନ୍ତାକାଲି ‘ଏ’  ଟିମ୍  ଖୋର୍ଦ୍ଧା ଓ କଟକ ଜିଲ୍ଲା ଗସ୍ତ କରିବା ସହିତ ‘ବି’ ଟିମ ସଦସ୍ୟ ପୁରୀ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବେ । ୧୫ ତାରିଖ ଦିନ କେନ୍ଦ୍ରୀୟ ଟିମର ୧୧ ଜଣିଆ ସଦସ୍ୟ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳ ପରିଦର୍ଶନ କରି ପୂର୍ବାହ୍ନ ୧୧ଟାରେ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

{"id":111283,"width":579,"height":324}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.