ମହଙ୍ଗା ଭତ୍ତା ବାବଦେ ମିଳିଲା କେବଳ ଆଶ୍ୱାସନା, କ୍ୟାବିନେଟ ସଚିବଙ୍କ ବୈଠକକୁ ନେଇ ୪୮ଲକ୍ଷ କର୍ମଚାରୀ, ୬୫ ଲକ୍ଷ ପେନସନର ଉଦାସ

Published By : Prameya-News7 Bureau | June 27, 2021 IST

ନୂଆଦିଲ୍ଲୀ ୨୭।୬: କୋଭିଡ-୧୯ ଯୋଗୁ କର୍ମଚାରୀ ଓ ପେନସନରଙ୍କ ଫ୍ରିଜ କରାଯାଇଥିବା ମହଙ୍ଗା ଭତ୍ତା ବାବଦେ ସରକାର କେବଳ ଆଶ୍ୱାସନା ଦେଇଛନ୍ତି। କ୍ୟାବିନେଟ୍‌ ସକ୍ରେଟାରୀଙ୍କ ବୈଠକ ପରେ ଏହି ସୂଚନା ମିଳିଛି। ‘ଦୈନିକ ଭାସ୍କର’ ର ରିପୋର୍ଟ ଅନୁସାରେ ସରକାର କେନ୍ଦ୍ର ସରକାରଙ୍କ ଦ୍ୱାରା ଅଟକ କର୍ମଚାରୀଙ୍କ ଜାନୁୟାରୀ ଓ ଜୁଲାଇ ୨୦୨୦ ମହଙ୍ଗା ଭତ୍ତା ସମେତ ଜାନୁୟାରୀ ୨୦୨୧ ମହଙ୍ଗା ଭତ୍ତା ମଧ୍ୟ ବର୍ତ୍ତମାନ ଲାଗି ଦିଆଯାଇପାରିବନି ବୋଲି ସ୍ପଷ୍ଟ ହୋଇଯାଇଛି।

ବୈଠକରେ କ୍ୟାବିନେଟ ସେକ୍ରେଟାରୀଙ୍କ ବ୍ୟତୀତ ଫାଇନାନ୍ସ ସେକ୍ରେଟାରୀ, ଡିଓପିଟି ସେକ୍ରେଟାରୀ, ରେଲୱେ ବୋର୍ଡ ଚେୟାରମ୍ୟାନ୍‌, ସିଜିଏମ୍‌ ସେକ୍ରେଟାରୀଙ୍କ ସମେତ କର୍ମଚାରୀ ସଙ୍ଗଠନ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ। ବୈଠକରେ ଜିସିଏମ୍‌ ସେକ୍ରେଟାରୀ ଶିବଗୋପାଲ ମିଶ୍ର କ୍ୟାବିନେଟ୍‌ ସେକ୍ରେଟାରୀଙ୍କ ନିକଟରେ କର୍ମଚାରୀଙ୍କ ବକେୟା ୩ କିସ୍ତି ମହଙ୍ଗାଭତ୍ତା ଦାବି କରିଥିଲେ। ଏଥିରେ ସେ ସରକାର ପ୍ରଥମରୁ ୨୦୨୦ ଜାନୁୟାରୀରୁ ୨୦୨୧ ଜାନୁୟାରୀ ସୁଦ୍ଧା କର୍ମଚାରୀଙ୍କ ୩ କିସ୍ତି ମହଙ୍ଗା ଭତ୍ତା ବକେୟା ରଖିଥିବା କହିଥିଲେ।  ଯଦି ଜୁଲାଇ କିସ୍ତି ପୁଣି ବାକି ରହିଯାଏ ତେବେ କର୍ମଚାରୀଙ୍କ ୪ କିସ୍ତି ଭତ୍ତା ସରକାରଙ୍କ ଉପରେ ବାକି ହୋଇଯିବ ବୋଲି କହିଥିଲେ। ଏଣୁ ବକେୟା ୩ କିସ୍ତି ସହ ଏରିୟର ମଧ୍ୟ ପୈଠ କରାଯାଉ ବୋଲି ସେ ଦାବି କରିଥିଲେ।

{"id":472185,"width":840,"height":525,"sizeSlug":"large","linkDestination":"none"}

୧୫ ଜୁଲାଇ ପର୍ଯ୍ୟନ୍ତ ସମୟ ଦେଇଛନ୍ତି କର୍ମଚାରୀ
ବକେୟା ଡିଏ ଓ ଡିଆର ନେଇ ସରକାର ଜୁଲାଇ ୧୫ ସୁଧା କୌଣସି ନିଷ୍ପତ୍ତିରେ ଉପନୀତ ହୁଅନ୍ତୁ ବୋଲି କର୍ମଚାରୀ ସଙ୍ଗଠନ ଓ ଅଧିକାରୀମାନେ ବୈଠକରେ କହିଥିଲେ। ଯଦି ସରକାର ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ କର୍ମଚାରୀମାନେ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ମଧ୍ୟ ବୈଠକରେ ସତର୍କ କରିଛନ୍ତି। ତେବେ କ୍ୟାବିନେଟ୍‌ ସଚିବ ମନ୍ତ୍ରୀମଣ୍ଡଳ ମଞ୍ଜୁରୀକୁ ନେଇ କର୍ମଚାରୀଙ୍କ ଡିଏ ଓ ଡିହାର ବହାଲ କରିବାକୁ ପଦକ୍ଷେପ ନେବା ନିମନ୍ତେ ଅର୍ଥ ସଚିବଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି।

ଥଣ୍ଡାବସ୍ତାକୁ ଯାଇଛି ଅଧିକାଂସ ଦାବି
କ୍ୟାବିନେଟ୍‌ ସଚିବଙ୍କ ବୈଠକରେ କର୍ମଚାରୀ ସଙ୍ଗଠନ ବିଭିନ୍ନ ୨୯ଟି ପ୍ରସ୍ତାବ ଉପସ୍ଥାପନ କରିଥିଲେ ୨୧ଟି ପ୍ରସ୍ତାବକୁ ‘ଆଲୋଚନା’  ଅଥବା ମନ୍ତ୍ରାଳୟକୁ ପଠାଇବା ବାହାନାରେ ଟାଳି ଦିଆଯାଇଛି। ୮୦ ବର୍ଷରୁ ଅଧିକ ଆୟୁବର୍ଗର କର୍ମଚାରୀଙ୍କୁ ଆୟକର ରିହାତି ପ୍ରସ୍ତାବ ମଧ୍ୟ ଏଥିରେ ଟଳିଯାଇଛି। ତେବେ ଭାରତୀୟ ପ୍ରତିରକ୍ଷା କର୍ମଚାରୀ ମହାସଂଘ ଓ ଅନ୍ୟ ୨ ସଙ୍ଗଠନ ସେମାନଙ୍କ ଦାବିକୁ ନେଇ ଜୁଲାଇ ୧୯ରୁ ଅନିଶ୍ଚିତ କାଳୀନ ହରତାଳ କରିବେ ବୋଲି ବୈଠକରେ ଚେତାଇ ଦେଇଛନ୍ତି। ତେବେ ସର୍ବଶେଷ ନିଷ୍କର୍ସରୁ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଆଲୋଚନା କରି ଖୁବ୍ ଶୀଘ୍ର କୌଣସି ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।

{"id":472186,"width":838,"height":522,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.