ପଞ୍ଚଦଶ ବିଧାନସଭାକୁ ଭଙ୍ଗ କରିବାକୁ ସୁପାରିଶ କଲା ରାଜ୍ୟ କ୍ୟାବିନେଟ, ଭାବ ବିହ୍ବଳ ହେଲେ ମନ୍ତ୍ରୀ

Published By : Prameya-News7 Bureau | May 18, 2019 IST

ଭୁବନେଶ୍ବର୧୮|୫: ପଞ୍ଚଦଶ ବିଧାନସଭାକୁ ଭଙ୍ଗ କରିବାକୁ  ସୁପାରିଶ କଲା ରାଜ୍ୟ କ୍ୟାବିନେଟ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି।  ରାଜ୍ୟପାଳଙ୍କ ନିକଟକୁ କ୍ୟାବିନେଟ ନିଷ୍ପତି ପ୍ରସ୍ତାବ ପଠାଯାଇଛି।

ପଞ୍ଚଦଶ ବିଧାନସଭାର ଆଜି ଶେଷ କ୍ୟାବିନେଟ ଥିବାରୁ ସେଥିରେ ଉପସ୍ଥିତ କ୍ୟାବିନେଟ ମନ୍ତ୍ରୀମାନେ ଭାବବିହ୍ବଳ ହୋଇପଡିଥିଲେ। ନିର୍ବାଚନ ଫଳାଫଳ ମେ ୨୩ ବାହାରିବାକୁ ଥିବାରୁ କାହାର ଭାଗ୍ୟରେ ହାର କି ଜିତ ଲେଖା ଅଛି ତାଙ୍କୁ ନେଇ ମନ୍ତ୍ରୀ ମାନଙ୍କ ଭିତରେ ଏବେ ବି ଉତ୍କଣ୍ଠା ରହିଛି।

ସରକାର ପୁଣି କ୍ଷମତାକୁ ଫେରିବ କି ନାହିଁ ଏବଂ ଯଦି କ୍ଷମତାକୁ ଫେର କ୍ୟାବିନେଟ ମନ୍ତ୍ରୀ ହେବାର ସୁଯୋଗ ମିଳିବ କି ନାହିଁ ତାହା ସେମାନଙ୍କ ମନକୁ ଆନ୍ଦୋଳିତ କରିଛି। ଯଦିବା ପଞ୍ଚମ ଥର କ୍ଷମତାକୁ ଫେରିବାକୁ ବିଜେଡି ଆଶା ବାନ୍ଧିଛି । ତେବେ ନିର୍ବାଚନୀ ଗଣିତ କାହା ଆଡକୁ ଢ଼ଳୁଛି ତାକୁ ନେଇ ଏବେବି ସନ୍ଦେହରେ ନେତାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.