ହୃଦଘାତରେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ ମୃତ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା

Published By : Prameya-News7 Bureau | May 03, 2021 IST

ନୂଆଦିଲ୍ଲୀ ୩/୫: କେନ୍ଦ୍ରମନ୍ତ୍ରୀ ଥାଓ୍ୱର ଚନ୍ଦ୍ ଗେହେଲଟଙ୍କ ଝିଅର ମୃତ୍ୟୁ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଗତ କିଛି ଦିନ ତଳେ ସେ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । କୋଭିଡ ଓ୍ୱାର୍ଡରେ ଚାଲିଥିଲା ତାଙ୍କର ଚିକିତ୍ସା ।

ସାରା ଦେଶରେ କରୋନାର ପ୍ରକୋପ ଜାରି ରହିଛି । ମହାମାରୀ କୌଣସି ବାଛବିଚାର ନକରି ଜୀବନ ନେବାରେ ଲାଗିଛି । ଆଜି ସକାଳେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ ତଥା ଯୋଗିତା ସୋଲାଙ୍କିଙ୍କ ଦୃଘାତରେ ପରଲୋକ ହୋଇଛି । ୪୩ ବର୍ଷୀୟା ଯୋଗିତା ଗତ କିଛିଦିନ ତଳେ କୋଭିଡରେ ସଂକ୍ରମିତ ହୋଇ ହସ୍ପଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ଚାଲିଥିବାବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ୧୫ ଦିନ ଧରି ଇନ୍ଦୋରର ମେଦାନ୍ତ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ ।

ସୂଚନା ଥାଉକି ଗତ କିଛିଦିନ ତଳେ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନଙ୍କ ପିତାଙ୍କ ପରଲୋକ ହୋଇଥିଲା । ସେହିଭଳି ଗତକାଲି ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ଶୁସିଲ ମୋଦିଙ୍କ ଭାଇଙ୍କର ବି ଦେହାନ୍ତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.